Latest Odisha News

BREAKING NEWS

ରିଲିଜ୍‌ ହେଲା ‘ଦମନ’ର ହିନ୍ଦୀ ଟ୍ରେଲର

ଭୁବନେଶ୍ୱର : ରିଲିଜ୍‌ ହେଲା ଓଡ଼ିଆ ଚଳଚ୍ଚିତ୍ର ‘ଦମନ’ର ହିନ୍ଦୀ ଟ୍ରେଲର । ଓଡ଼ିଆ ଚଳଚ୍ଚିତ୍ର ‘ଦମନ’ ରାଜ୍ୟରେ ଚହଳ ପକାଇଥିବା ବେଳେ ଏହି ଫିଲ୍ମକୁ ହିନ୍ଦୀ ଭାଷାରେ ପ୍ରସ୍ତୁତ କରାଯାଇଛି । ହିନ୍ଦୀ ଟ୍ରେଲର ରିଲିଜ ନେଇ ଚଳଚ୍ଚିତ୍ର ନିର୍ଦ୍ଦେଶକ ଦେବୀ ପ୍ରସାଦ ଲେଙ୍କା ସୂଚନା ଦେଇଛନ୍ତି । ‘ପାନୋରାମା ଷ୍ଟୁଡିଓଜ’ ‘ଦମନ’ର ଅଫିସିଆଲ୍‌ ଟ୍ରେଲର୍‌କୁ ନିଜ ୟୁଟ୍ୟୁବ୍‌ ପେଜ୍‌ରେ ସେୟାର କରିଛି । ଏହି ଫିଲ୍ମଟି ଆସନ୍ତା ମାସ ୩ ତାରିଖରେ ରିଲିଜ୍‌ ହେବ ବୋଲି ପାନୋରମା ଷ୍ଟୁଡିଓଜ୍ ପକ୍ଷରୁ ସୂଚନା ଦିଆଯାଇଛି।

‘ଦମନ’ ଫିଲ୍ମଟି ଏକ ସତ୍ୟ କାହାଣୀ ଉପରେ ପର୍ଯ୍ୟବେଶିତ ହୋଇଥିବା ବେଳେ ଏହା ବେଶ୍‌ ଲୋକପ୍ରିୟ ହୋଇପାରିଛି  । ମ୍ୟାଲେରିଆ ବିଲୋପ ପାଇଁ ଓଡିଶା ସରକାରଙ୍କ ଯୋଜନା (ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆ ନିରାକାରଣ)ଉପରେ ଆଧାରିତ ଏହି ଚଳଚ୍ଚିତ୍ରର ବିଷୟବସ୍ତୁ ।

ଏହି ଚଳଚ୍ଚିତ୍ରରେ ଯୁବ ଡାକ୍ତର ସିଦ୍ଧାର୍ଥ ମହାନ୍ତିଙ୍କ ମ୍ୟାଲେରିଆ ନିରାକରଣ ସଂଘର୍ଷର ଚିତ୍ର ଦେଖିବାକୁ ମିଳିଥିଲା । ସେ କିଭଳି ଆଦିବାସୀ ଲୋକଙ୍କ ମନରୁ ଅନ୍ଧବିଶ୍ବାସକୁ ଦୂର କରି ତାଙ୍କୁ ବିପଦ ମୁଖରୁ ରକ୍ଷା କରିଛନ୍ତି  । ସିଦ୍ଧାର୍ଥ ମହାନ୍ତି୨୦୧୫ରେ ଏକ ସରକାରୀ ମେଡିକାଲ କଲେଜରୁ ନିଜର ଏମ୍‌ବିବିଏସ୍‌ ପୂରା କରି ଆଦିବାସୀ ମାନଙ୍କ ଅଞ୍ଚଳ ମାଲକାନଗିରିରେ ‌ନିଯୁକ୍ତ ହୋଇଥିଲେ ।

ସେହି ଅଞ୍ଚଳର ଲୋକମାନେ ମୌଳିକ ସୁବିଧାରୁ ବଞ୍ଚିତ ହେଉଥିବାରୁ ଡାକ୍ତର ସିଦ୍ଧାର୍ଥ ବ୍ୟାପିଥିବା ମ୍ୟାଲେରିଆର ନିରାକରଣ ପାଇଁ ପ୍ରତିଜ୍ଞାବଦ୍ଧ ହୋଇଥିଲେ। ଶେଷରେ ଅଣଶିକ୍ଷିତ ଲୋକଙ୍କ ଅନ୍ଧବିଶ୍ବାସ ଓ ରୋଗ ସହ ଲଢ଼ି ମ୍ୟାଲେରିଆ ପରି ରୋଗକୁ ନିୟନ୍ତ୍ରଣକୁ ଆଣିବାରେ ସଫଳ ହୋଇଥିଲେ  ।

 

Leave A Reply

Your email address will not be published.