Latest Odisha News

BREAKING NEWS

କାଲିଠୁ ପୁଣି ଚାଲିବ ପ୍ରଥମ ପର୍ଯ୍ୟାୟ ଟୀକାକରଣ

ଭୁବନେଶ୍ବର:ଆସନ୍ତାକାଲିଠାରୁ ପୁଣି ଚାଲିବ ପ୍ରଥମ ପର୍ଯ୍ୟାୟ ଟୀକାକରଣ । ୫୯ ସେସନ ସାଇଟରେ ୬୪୯୮ ସ୍ୱାସ୍ଥ୍ୟକର୍ମୀଙ୍କୁ ଟୀକା ଦିଆଯିବ । ଏଥିରୁ ଭୁବନେଶ୍ୱରର ୧୦ଟି ସାଇଟ ରହିବ । ସେହିପରି ଫେବୃଆରୀ ୬ ତାରିଖରୁ ସମ୍ମୁଖ ଯୋଦ୍ଧାଙ୍କୁ ଟୀକା ଦିଆଯିବ ।  ଆମେ ସେମାନଙ୍କ ପାଇଁ ଅଲଗା ସ୍ଥାନ,…

ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରୁ ଗାବା ବିଜୟର ୫ ହିରୋ ବାଦ୍ ପଡି ପାରନ୍ତି !

ଚେପକ: ଇଂଲଣ୍ଡ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରୁ ଗାବା ବିଜୟର ନାୟକ ସାଜିଥିବା ୫ ଖେଳାଳି ଟିମ୍ ଇଣ୍ଡିଆର ବାଦ୍ ପଡି ପାରନ୍ତି । ଟି.ନଟରାଜନ ଘୋଷିତ ପ୍ରଥମ ୨ ଟେଷ୍ଟରୁ ଦଳରୁ ବାଦ୍ ପଡିଛନ୍ତି । ତାଙ୍କ ବ୍ୟତୀତ ମୟଙ୍କ ଅଗ୍ରୱାଲ, ୱାଶିଂଟନ ସୁନ୍ଦର, ଶାର୍ଦ୍ଦୁଳ ଠାକୁର ଓ ମହମ୍ମଦ ସିରାଜ ମଧ୍ୟ…

ବୃଦ୍ଧ ଭିକାରୀଙ୍କ ମୃତଦେହ ନିଜ କାନ୍ଧରେ ଉଠେଇଲେ ମହିଳା ସବ୍ ଇନସପେକ୍ଟର 

ହାଇଦ୍ରାବାଦ: ଜଣେ ମହିଳା ସବ-ଇନ୍ସପେକ୍ଟର ଜଣେ ଅଜଣା ବୃଦ୍ଧଙ୍କ ମୃତଦେହ ନିଜ କାନ୍ଧରେ ଟେକି ପାଖାପାଖି ଗୋଟିଏ କିଲୋମିଟର ଯାଇଛନ୍ତି । ମହିଳା ପୋଲିସ କର୍ମୀଙ୍କ ଏହି କାମ ପାଇଁ ଲୋକେ ତାଙ୍କୁ ପ୍ରଶଂସା କରିଛନ୍ତି । ହାଇଦ୍ରାବାଦରୁ ଏହିଭଳି ଏକ ଦୃଶ୍ୟ ସାମ୍ନାକୁ ଆସିଛି ।  ଆନ୍ଧ୍ର…

ପୋଲିସକୁ ମହଙ୍ଗା ପଡିଲା ମହିଳାଙ୍କୁ ବିଳମ୍ବିତ ରାତି ଯାଏଁ ଥାନାରେ ପଚରାଉଚୁରା: ଲକ୍ଷେ ଟଙ୍କା ଜରିମାନା

ଅମରାବତୀ: ଜଣେ ମହିଳାଙ୍କୁ ପଚରାଉଚୁରା ପାଇଁ ବିଳମ୍ବିତ ରାତିରେ ଥାନାକୁ ଡ଼ାକିଥିବା ଯୋଗୁଁ କମିଶନରଙ୍କୁ ଲକ୍ଷେ ଟଙ୍କା ଜରିମାନା । ମହାରାଷ୍ଟ୍ର ରାଜ୍ୟ ମାନବ ଅଧିକାର ଆୟୋଗ ଅମରାବତୀର ପୂର୍ବତନ ପୋଲିସ କମିଶନର ଏବଂ ବର୍ତ୍ତମାନର ନାଗପୁର କମିଶନର ଅମିତେଶ କୁମାରଙ୍କ ଉପରେ ଏକ ଲକ୍ଷ ଜରିମାନା…

ଆସନ୍ତାକାଲି ଶ୍ରୀଜିଉଙ୍କ ବନକଲାଗି ନୀତି ଅନୁଷ୍ଠିତ

ଭୁବନେଶ୍ୱର: ଆସନ୍ତା ବୁଧବାର ଦିନ ତଥା ମାଘ କୃଷ୍ଣ ପକ୍ଷ ପଞ୍ଚମୀ ତିଥିରେ ମହାପ୍ରଭୁଙ୍କ ବନକଲାଗି ଅନୁଷ୍ଠିତ ହେବ। ଯେଉଁଥିପାଇଁ କାଲି ଅପରାହ୍ନ ୪ଟାରୁ ସନ୍ଧ୍ୟା ୮ଟା ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବ । ବନକ ଲାଗି ନୀତି ‘ଦତ୍ତ ମହାପାତ୍ର’ ଗୋଷ୍ଠୀର ସେବକମାନଙ୍କ ଦ୍ବାରା ଏହା କରାଯାଇଥାଏ।…

ମା’ ସମଲେଶ୍ବରୀଙ୍କ ଶେଷ ଦର୍ଶନ ନାଁରେ ଶୋଭାଯାତ୍ରା, ବିସ୍ଥାପିତ ଲୋକଙ୍କ ନିଆରା ପ୍ରତିବାଦ

ସମ୍ବଲପୁର: ବିସ୍ଥାପିତ ଲୋକ ନିଆରା ଢ଼ଙ୍ଗରେ ପ୍ରତିବାଦ । ସମ୍ବଲପୁରର ଅଧିଷ୍ଟାତ୍ରି ଦେବୀ ମା’ ସମଲେଶ୍ବରୀ ଦେବୀଙ୍କ ମନ୍ଦିର ଉନ୍ନୟନ କାର୍ଯ୍ୟ ପାଇଁ ଘର ଉଚ୍ଛେଦ ହେଉଥିବା ବିସ୍ଥାପିତ ଲୋକ ନିଆରା ପ୍ରତିବାଦ କରିଛନ୍ତି । ମା’ଙ୍କ ଶେଷ ଦର୍ଶନ ନାଁରେ ଏକ ଶୋଭାଯାତ୍ରା ଆୟୋଜନ କରାଯାଇଛି । ଏହି…

ଓଡ଼ିଆ ଖବରକାଗଜ ଓ ସାହିତ୍ୟର ଡିଜିଟାଲ ଚେହେରା, କିଛି ପ୍ରଗତି କିଛି ସମସ୍ୟା

(କେଦାର ମିଶ୍ରଙ୍କ ସାପ୍ତାହିକ ସ୍ତମ୍ଭ "ମିଶ୍ରରାଗ")  ସାହିତ୍ୟ ସର୍ଜନାର ପ୍ରକ୍ରିୟା କେବେ ବଦଳି ନାହିଁ, ବଦଳି ପାରିବ ନାହିଁ। ଲେଖକର ଚିନ୍ତନ ଓ କଳ୍ପନାରୁ ସାହିତ୍ୟ ସୃଷ୍ଟି ହୁଏ। ଲେଖକ ମନର ପ୍ରତିଫଳନ, ଉଦ୍ବେଳନ, ଆନ୍ଦୋଳନ ଓ ମନ୍ଥନ ଭିତରୁ ଯାହା ସୃଷ୍ଟି ହୁଏ, ତାକୁ ସବୁ ସମୟର ଲେଖକ…

୨୪ ଘଣ୍ଟା ଯାଏଁ ଓଡ଼ିଶାର ୧୬ ଜିଲ୍ଲାକୁ ସମ୍ଭାବ୍ୟ ଶୀତଲହରୀ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ବର: ଆଗାମୀ ୨୪ ଘଣ୍ଟା ଯାଏଁ  ଓଡିଶାର ୧୬ ଜିଲ୍ଲାକୁ ସମ୍ଭାବ୍ୟ ଶୀତଲହରୀ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି | ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲା ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୁରଭଞ୍ଜ, କଳାହାଣ୍ଡି, କନ୍ଧମାଳ,…

ଲୁଚି ରହିଛନ୍ତି ୧୦ରୁ ୧୫ ମାଓବାଦୀ, ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେସନ

ବଲାଙ୍ଗିର: ବଲାଙ୍ଗିର ଲାଠୋର ବେନ୍ଦେର ଜଙ୍ଗଲରେ ସୁରକ୍ଷା କର୍ମୀଙ୍କ ସର୍ଚ୍ଚ ଅପରେସନ । ଗତକାଲି ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଗୁଳି ବିନିମୟ ପରେ ଛତ୍ରଭଙ୍ଗ ଦେଇଥିଲେ ମାଓବାଦୀ । ଜଙ୍ଗଲରେ ୧୦ରୁ ୧୫ ଜଣ ମାଓବାଦୀ ଲୁଚି ରହିଥିବା ସନ୍ଦେହ କରାଯାଉଛି ।…

ରାଜଧାନୀରୁ ନକଲି ମୃଦୁ ପାନୀୟ କାରଖାନା ଠାବ

ଭୁବନେଶ୍ବର: ପୁଣି ରାଜଧାନୀରୁ ନକଲି କାରଖାନା ଠାବ ହୋଇଛି । ଭୁବନେଶ୍ବର ସ୍ଥିତ ମଞ୍ଚେଶ୍ବର ଶିଳ୍ପାଞ୍ଚଳରେ ନକଲି ମୃଦୁ ପାନୀୟ କାରଖାନା ଠାବ ହୋଇଛି । ପୋଲିସ ଉକ୍ତ କାରଖାନାରେ ଚଢାଉ ଜାରି ରଖିଛି । ସୂଚନାଯୋଗ୍ୟ, କିଛିଦିନ ହେବ ଭୁବନେଶ୍ବର ମଞ୍ଚେଶ୍ବର ଶିଳ୍ପାଞ୍ଚଳରେ ନକଲି ମୃଦୁ ପାନୀୟ…