Latest Odisha News

BREAKING NEWS

ସୁସ୍ଥ ଅଛନ୍ତି ନବୀନ ପଟ୍ଟନାୟକ, ଖୁବଶୀଘ୍ର ହସ୍ପିଟାଲରୁ ହେବେ ଡିସଚାର୍ଜ

ଭୁବନେଶ୍ୱର : ସୁସ୍ଥ ଅଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକ। ଗତକାଲି ଅସୁସ୍ଥତା କାରଣରୁ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ଭର୍ତ୍ତି ଥିଲେ। ଆଜି ହସ୍ପିଟାଲରୁ ଡିସଚାର୍ଜ ହେବା ନେଇ ସୂଚନା ମିଳିଛି। ତେବେ ନବୀନ ସୁସ୍ଥ ଥିବା ନେଇ ଖୋଦ ଭିଡିଓ ବାର୍ତ୍ତାରେ…

ଏଟିଏମରୁ ଟଙ୍କା ଉଠାଉଥିବା ବେଳେ ଯୁବକଙ୍କୁ ବିଦ୍ୟୁତ୍ ଝଟକା

କାଞ୍ଚିପୁରମ: ତାମିଲନାଡୁର କାଞ୍ଚିପୁରମରେ ଏକ ଅଜବ ଘଟଣା ଘଟିଛି। ଜଣେ ଯୁବକ ଏଟିଏମରୁ ଟଙ୍କା ଉଠାଉଥିବା ବେଳେ ତାଙ୍କୁ ବିଦ୍ୟୁତ୍ ଆଘାତ ଲାଗିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। କାଞ୍ଚିପୁରମ ସହରର ଏକ ଏଟିଏମ ବୁଥରେ ଯୁବକ ଜଣଙ୍କ ଟଙ୍କା ଉଠାଉଥିଲେ। ହଠାତ୍ ଏଟିଏମ…

ଭୋଟରଙ୍କ ଘରର ଠିକଣା ଜିରୋର ମାନେ କହି ନିର୍ବାଚନ କମିଶନଙ୍କ କଡ଼ା ଜବାବ: ରାହୁଲଙ୍କୁ ପ୍ରମାଣ ଦେବାକୁ ଅପିଲ୍

ନୂଆଦିଲ୍ଲୀ: ନିର୍ବାଚନ କମିଶନ ଅଫ ଇଣ୍ଡିଆ (ଇସିଆଇ) ରବିବାର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ‘ଭୋଟ ଚୋରି’ ଅଭିଯୋଗକୁ ଖାରଜ କରିଛି। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର କହିଛନ୍ତି, ଭାରତର ନିର୍ବାଚନ ପ୍ରକ୍ରିୟା ସ୍ୱଚ୍ଛ ଓ ନିରପେକ୍ଷ। ରାହୁଲଙ୍କୁ ୭ ଦିନ ଭିତରେ ପ୍ରମାଣ ଦେବାକୁ…

ଆଲାସ୍କା ଗସ୍ତ ବେଳେ ପୁଟିନଙ୍କ ଟଏଲଟ ବ୍ୟବସ୍ଥା ପାଇଁ ଆସିଥିଲା ସ୍ୱତନ୍ତ୍ର ସୁଟକେସ!

ଆଲାସ୍କା: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସୁରକ୍ଷା ବ୍ୟବସ୍ଥା ସବୁବେଳେ ଚର୍ଚ୍ଚାରେ ଥାଏ। ଶୁକ୍ରବାର ଆଲାସ୍କାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ବୈଠକ ବେଳେ ପୁଟିନଙ୍କ ସୁରକ୍ଷା ଟିମ୍‌ ଏକ ଅଜଣା ସୁଟକେସ ନେଇଥିଲେ। ଏହାକୁ ‘ପପ୍‌ ସୁଟକେସ’ ବୋଲି କୁହାଯାଉଛି।…

ଦୂରତା କମୁଛି ପୁଟିନ-ଟ୍ରମ୍ପଙ୍କ ମଧ୍ୟରେ, ବୈଠକ ପୂର୍ବରୁ ଆମେରିକା ରାଷ୍ଟ୍ରପତିଙ୍କ ବୟାନ ଜେଲେନସ୍କିଙ୍କ ପାଇଁ…

ଓ୍ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ଯଦି ଚାହାନ୍ତି, ତେବେ ରୁଷିଆ ସହ ଯୁଦ୍ଧ ତୁରନ୍ତ ଶେଷ କରିପାରିବେ। କିନ୍ତୁ ଏଥିପାଇଁ ୟୁକ୍ରେନକୁ କ୍ରିମିଆ ଓ ନାଟୋ ସଦସ୍ୟତାର ଆଶା…

ଭିଜିଲାନ୍ସ ଜାଲରେ ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ, ୮ଟି ସ୍ଥାନରେ ଏକକାଳୀନ ଚଢ଼ଉ

ଅନୁଗୁଳ: ଭିଜିଲାନ୍ସ ଜାଲରେ ଅନୁଗୁଳ ଜିଲ୍ଲା ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ବେହେରା। ଭୁବନେଶ୍ୱର, ରାଉରକେଲା, ସୁନ୍ଦରଗଡ଼, ଅନୁଗୁଳ ଓ ଗଞ୍ଜାମର ୮ ଟି ସ୍ଥାନରେ ଏକକାଳୀନ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ରହିଛି। ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଏହି ଚଢାଉ…

ଡାକ୍ତର ହେବେ ଆଦିମ ଜନଜାତି ଦିଦାୟୀର ପ୍ରଥମ ଝିଅ ଚମ୍ପା; ଶୁଭେଚ୍ଛା ଜଣାଇଲେ ଜିଲ୍ଲାପାଳ

ମାଲକାନଗିରି:ଆଦିମ ଜନଜାତି ଦିଦାୟୀ ସଂପ୍ରଦାୟର ପ୍ରଥମ ଝିଅ ଯିଏ କି ଡାକ୍ତର ହେବେ । ଦୁର୍ଗମ ଗାଁର ଦିଦାୟୀ ଜନଜାତି ଯୁବତୀ ଚମ୍ପା ରାସପେଦା । ସେ ନିଟ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ଏହି ସଫଳତା ପାଇଁ ଚମ୍ପାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ।…

ଏୟାରପୋର୍ଟରେ ମୃତଦେହ ଅଦଳବଦଳ ଘଟଣା ପାଇଁ ଦାୟୀ କିଏ? ପରିବାର ଆଣିଲେ ସାଂଘାତିକ ଅଭିଯୋଗ

ବାଲେଶ୍ୱର: ଏୟାରପୋର୍ଟରେ ମୃତଦେହ ଅଦଳବଦଳ ଘଟଣା। ପଶ୍ଚିମବଙ୍ଗ କ୍ରିଷ୍ଣନଗରରୁ ସୋରକୁ ଆସିଲା ମୃତଦେହ। ଶବ ଘରକୁ ଆଣିଲେ ସଂପର୍କୀୟ। ତେବେ ଏହି ଘଟଣାକୁ ନେଇ ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ। ଏହି ଘଟଣାରେ ଏୟାରପୋର୍ଟ କର୍ମଚାରୀଙ୍କୁ ଦାୟୀ କଲେ ପରିବାର ଲୋକେ। ସୂଚନା ଅନୁସାରେ…

ସିପି ରାଧାକୃଷ୍ଣନ ଏନଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀ, ବିରୋଧୀ ମେଣ୍ଟରେ ଫାଟ କରି ନିଜ ଲକ୍ଷ୍ୟ ମୁହାଁ ବିଜେପି?

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ବେଳେ ଭୋଟ ଚୋରି ହୋଇଥିବା ନେଇ ଅଭିଯୋଗ କରି ବିରୋଧୀ ଶାସକ ଦଳକୁ ବଡ଼ ଅଡୁଆରେ ପକାଇଛି। ଏହି ସମୟରେ ପୁଣି ଉପରାଷ୍ଟ୍ରପତି ନିର୍ବାଚନ। ଏପରି ସ୍ଥିତିରେ ନିର୍ବାଚନ ବେଳେ ଦେଖି ଚାହିଁ ମୈଦାନକୁ ସୁଚିନ୍ତିତ ଭାବେ ମୈଦାନକୁ ପ୍ରାର୍ଥୀ ଭାବେ ସିପି…

ଫେକ୍‌ CAPTCHA ସ୍କାମରୁ ଏପରି ରୁହନ୍ତୁ ସତର୍କ…

ଭୁବନେଶ୍ବର: ଅନେକ ସମୟରେ ଏପରି ହୁଏ ଯେ ଯେତେବେଳେ ଆମେ କୌଣସି ୱେବସାଇଟ୍ କୁ ଯାଉ , ଆମକୁ କ୍ୟାପଚା କୋଡ୍ ଭେରିଫାଏ କରିବାକୁ ପଡ଼ିଥାଏ। ଶୀଘ୍ର ଶୀଘ୍ରରେ ଆମେ ଏହାକୁ ଟିକ୍ କରି ଭେରିଫାଏ କରୁ। ଆମେ 'ଆଇ ଆମ୍ ନଟ୍ ରୋବୋଟ୍-I am Not Robot' ବିକଳ୍ପ ଉପରେ କ୍ଲିକ୍ କରି ଆଗକୁ ବଢ଼ିଥାଉ।…