Latest Odisha News

BREAKING NEWS

ନଡ଼ିଆ କତା ଭିତରେ ଗଞ୍ଜେଇ ଚାଲାଣ, ବ୍ରହ୍ମପୁରରୁ ୧୧ କୁଇଣ୍ଟାଲ ଜବତ

ବ୍ରହ୍ମପୁର: ଗଞ୍ଜେଇ ଚୋରା ଚାଲାଣର ନୂଆ ତରିକା । ନଡ଼ିଆ କତା ଭିତରେ ଗଞ୍ଜେଇ ଚାଲାଣ । ବ୍ରହ୍ମପୁରରେ ଧରିଲା ଅବକାରୀ ବିଭାଗ । ୧୧ କୁଇଣ୍ଟାଲ ଗଞ୍ଜେଇ ଜବତ ହୋଇଛି । ଜବତ ଗଞ୍ଜେଇର ମୂଲ୍ୟ ୫୫ଲକ୍ଷ ଟଙ୍କା ହେବ । ଏହି ଘଟଣାରେ ୩ଜଣଙ୍କୁ ଗିରଫ କରାଯାଇଛି । ଗୋଟଏ ଟ୍ରକ୍, ପିକଅପ୍ ଭ୍ୟାନ୍ ଓ…

ଆଜି ହସ୍ପିଟାଲରୁ ଡିସଚାର୍ଜ ହେବେ ସୌରଭ ଗାଙ୍ଗୁଲି

କୋଲକାତା: ଆଜି ହସ୍ପିଟାଲରୁ ଡିସଚାର୍ଜ ହେବେ ବିସିସିଆଇ ଅଧ୍ୟକ୍ଷ ତଥା ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ସୌରଭ ଗାଙ୍ଗୁଲି । ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ସୂଚନା ଦେଇଛି କୋଲକାତାର ଉଡଲ୍ୟାଣ୍ଡସ ହସ୍ପିଟାଲ କର୍ତ୍ତୃପକ୍ଷ । ତେବେ ଘରେ ତାଙ୍କର ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ…

ଦେଶରେ ଦେଢ଼ ଲକ୍ଷ ଟପିଲା କରୋନା ମୃତ୍ୟୁସଂଖ୍ୟା, କାଲି କୋଟିଏ ଛୁଇଁବ ସୁସ୍ଥ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ଦେଢ଼ ଲକ୍ଷ ପାର କରିଛି କରୋନା ଜନିତ ମୃତ୍ୟୁସଂଖ୍ୟା । ତ ୨୪ଘଣ୍ଟାରେ ଆଉ ୨୬୪ ସଂକ୍ରମିତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ଦେଶରେ କରୋନା ମୃତ୍ୟୁସଂଖ୍ୟା ୧ଲକ୍ଷ ୫୦ହଜାର ୧୧୪କୁ ବୃଦ୍ଧି ପାଇଛି । ଦେଶରେ ମୃତ୍ୟୁହାର ରହିଛି ୧.୪୫% ।…

ଆଜିଠୁ ଖୋଲୁଛି ଅନନ୍ତ ବାସୁୁଦେବଙ୍କ ଆନନ୍ଦବଜାର

ଭୁବନେଶ୍ୱର: ଦୀର୍ଘ ଦିନ ପରେ ଆଜି ଖୋଲିବାକୁ ଯାଉଛି ପ୍ରଭୁ ଅନନ୍ତ ବାସୁଦେଙ୍କ ଆନନ୍ଦବଜାର । ଏତେ ଦିନ ପରେ ଅବଢା ଖାଇବାର ସୁଯୋଗ ପାଉଥିବାରୁ ଭକ୍ତ ବେଶ୍ ଆନନ୍ଦିତ ଅଛନ୍ତି । କରୋନା କଟକଣା ଭିତରେ ଏହି ଅବଢା ବିକ୍ରି କରାଯିବ ବୋଲି କୁହାଯାଇଛି । କିଛି ଦିନ ତଳେ ମନ୍ଦିରରେ ଠାକୁରଙ୍କ…

ମାଟ୍ରିକ ପରୀକ୍ଷା ପାଇଁ ଆସନ୍ତା ୧୦ ତାରିଖରୁ ଫର୍ମ ପୂରଣ, କେବଳ ଅନଲାଇନ୍

କଟକ: ମାଟ୍ରିକ ପରୀକ୍ଷା ପାଇଁ ଆସନ୍ତା ୧୦ ତାରିଖରୁ ଆରମ୍ଭ ହେବ ଫର୍ମ ପୂରଣ । ଅନଲାଇନ ମାଧ୍ୟମରେ ହେବ ପୁରା ପ୍ରକ୍ରିୟା । ଏନେଇ ମାଧ୍ୟମିକ ଶିକ୍ଷା ପରିଶଦ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି । ବିନା ଜରିମାନା ସହ ଜାନୁଆରୀ ୨୮ ମଧ୍ୟରାତ୍ରି ସୁଦ୍ଧା ଫର୍ମ ପୂରଣ କରି ପାରିବେ…

୪୧ ଦେଶକୁ ମାଡିଗଲାଣି କରୋନା ନୂଆ ଷ୍ଟ୍ରେନ୍‌; ସତର୍କ ରହିବାକୁ ‘ହୁ’ର ପରାମର୍ଶ

ଲଣ୍ଡନ: ବ୍ରିଟେନରେ ମିଳୁଥିବା କରୋନା ଭୂତାଣୁର ନୂତନ ସଂସ୍କରଣ ଦ୍ରୁତ ଗତିରେ ବ୍ୟାପୁଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦାବି କରିଛି ଯେ ଏହା ଏପର୍ଯ୍ୟନ୍ତ ବିଶ୍ବର ୪୧ଟି ଦେଶକୁ ମାଡିଗଲାଣି। ୧୪ ଡିସେମ୍ବରରେ ବ୍ରିଟେନ ସରକାର ଘୋଷଣା କରିଥିଲେ ଯେ ଦେଶରେ ଏକ ନୂତନ କରୋନା ଜୀବାଣୁ ପ୍ରବେଶ…

ବାଧ୍ୟତାମୂଳକ କୋଭିଡ ରିପୋର୍ଟ ଯୋଗୁଁ କମ ଭକ୍ତ କରୁଛନ୍ତି ଜଗା ଦର୍ଶନ

ପୁରୀ: ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ସର୍ବସାଧାରଣ ଦର୍ଶନ ପାଇଁ ଗତ ତିନି ତାରିଖରୁ ଶ୍ରୀମନ୍ଦିର ଖୋଲିଛି। ତେବେ ଶ୍ରଦ୍ଧାଳୁଙ୍କ ପାଇଁ କୋଭିଡ୍ ନେଗେଟିଭ୍ ରିପୋର୍ଟ ଦେଖାଇ ଭିତରକୁ ଯିବା ବାଧ୍ୟତାମୂଳକ ଥିବାରୁ ବହୁ ସଂଖ୍ୟାରେ ଭକ୍ତ ଫେରିଯାଉଛନ୍ତି । ଗତକାଲି ମାତ୍ର ଦେଢ ହଜାର ଭକ୍ତ ଦର୍ଶନ…

ଅନୁଗୁଳ ବାଳ ସୁଧାର ଗୃହରେ ପରୀ ହତ୍ୟା ମାମଲାରେ ଗିରଫ ଅଭିଯୁକ୍ତ

ଅନୁଗୁଳ: ନୟାଗଡ଼ ଯଦୁପୁର ପରୀ ହତ୍ୟା ମାମଲାରେ ଗିରଫ ଅଭିଯୁକ୍ତ ସାବାଳକ ନୁହେଁ ନାବାଳକ । ପକସୋ କୋର୍ଟଙ୍କ ରାୟ ପରେ ତାକୁ ନୟାଗଡ଼ ଜେଲ ପରିବର୍ତ୍ତେ ଅନୁଗୁଳ ବାଳ ସୁଧାର ଗୃହକୁ ପଠାଇ ଦିଆଯାଇଛି । ଗତକାଲି ବିଳମ୍ବିତ ରାତିରେ ଅଭିଯୁକ୍ତକୁ ବାଳ ସୁଧାର ଗୃହକୁ ଅଣାଯାଇଥିଲା । ସେହିପରି…

୩୭ ବର୍ଷରେ ପଦାର୍ପଣ କଲେ ସଂଗୀତର ସର୍‌ଦାର୍‌ ଦିଲ୍‌ଜିତ ଦୋସାଞ୍ଜ

ନୂଆଦିଲ୍ଲୀ: ପଞ୍ଜାବୀ ଗାୟକ ତଥା ଅଭିନେତା ଦିଲଜିତ ଦୋସାଞ୍ଜର ଆଜି ଜନ୍ମଦିନ। ଜାନୁଆରୀ ୬ରେ ଦିଲଜିତ ଦୋସାଞ୍ଜ ତାଙ୍କ ଜନ୍ମଦିନ ପାଳନ କରୁଛନ୍ତି। ଦିଲଜିତ ଦୋସାଞ୍ଜ ୬ ଜାନୁୟାରୀ୧୯୮୪ ରେ ପଞ୍ଜାବର ଜଲନ୍ଦର ଜିଲ୍ଲା ଦୋସଞ୍ଜ କାଲାନରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ବଲବୀର ସିଂ ପଞ୍ଜାବ…

ଚିଲିକାକୁ ଏବର୍ଷ ଆସିଛନ୍ତି ରେକର୍ଡ ୧୧ଲକ୍ଷ ୪୨ ହଜାର ପକ୍ଷୀ

ଚିଲିକା: ନୂଆ ରେକର୍ଡ କରିଛି ଚିଲିକା । ଏବର୍ଷ ଚିଲିକାକୁ ଆସିଛନ୍ତି ରେକର୍ଡ ସଂଖ୍ୟକ ପକ୍ଷୀ । ଗତବର୍ଷ ଅପେକ୍ଷା ସଂଖ୍ୟା ବଢ଼ିଛି । ଗଣନା ପରେ ଏହି ତଥ୍ୟ ସାମନାକୁ ଆସିଛି । ଏବର୍ଷ ଚିଲିକାକୁ ଆସିଛନ୍ତି ୧୯୦ ପ୍ରଜାତିର ୧୧ଲକ୍ଷ ୪୨ହଜାର ପକ୍ଷୀ । ଗତବର୍ଷ ଅପେକ୍ଷା ୧ ଲକ୍ଷ ୩୨ ହଜାରରୁ…