Latest Odisha News

BREAKING NEWS

ରାଜ୍ୟରୁ ଆଜି ଚିହ୍ନଟ ହେଲେ ୧୭୮ କରୋନା ପଜିଟିଭ୍, ପଶ୍ଚିମ ଓଡ଼ିଶାରୁ ଅଧିକ

ଭୁବନେଶ୍ୱର: ରାଜ୍ୟରେ କମିଛି ଦୈନିକ କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୭୮ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୧୦୩ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୭୫ଟି । ୨୨ଜିଲ୍ଲାରୁ ନୂଆ ସଂକ୍ରମିତ ବାହାରିଛନ୍ତି । ପଶ୍ଚିମ ଓଡ଼ିଶା ଜିଲ୍ଲାରୁ ଅଧିକ ନୂଆ…

ଗୁଜବରେ ବିଶ୍ୱାସ ନକରି ଟିକା ନେବାକୁ ଅପିଲ କଲେ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ

ଭୁବନେଶ୍ୱର: କୋଭିଡ୍ ଟିକା ନେଉଛି ଓଡ଼ିଶା । ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡ଼ିର କରୋନା ଯୋଦ୍ଧାଙ୍କୁ ଟିକା ଦିଆଯାଉଛି । ଆଜି କ୍ୟାପିଟାଲ୍ ହସ୍ପିଟାଲ ନିର୍ଦ୍ଦେଶକ ଡାକ୍ତର ଲକ୍ଷ୍ମୀଧର ସାହୁ ବି ଟିକା ନେଇଛନ୍ତି । ସେ କହିଛନ୍ତି, କୌଣସି ପାର୍ଶ୍ଵ ପ୍ରତିକ୍ରିୟା ନାହିଁ । ଟିକା ନେବାର ଅଧଘଣ୍ଟା…

ନକଲି JEE ମେନ୍‌ ୱେବ୍‌ସାଇଟ୍‌ରେ ପଞ୍ଜୀକରଣ ନକରିବାକୁ ସତର୍କ କରାଇଲା NTA

ନୂଆଦିଲ୍ଲୀ: ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ଏକ ସରକାରୀ ବିଜ୍ଞପ୍ତି ଜାରି କରି ଛାତ୍ରଛାତ୍ରୀଙ୍କୁ ନକଲି JEE ୱେବସାଇଟ୍ jeeguide.co.in ରେ ଆଗାମୀ ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା, JEE ମେନ୍ ୨୦୨୧ ରେ ପଞ୍ଜୀକୃତ ନକରିବାକୁ କହିଛି। ଛାତ୍ରଛାତ୍ରୀମାନେ କେବଳ ପଞ୍ଜୀକରଣ…

ଝାରପଡ଼ା ଜେଲରେ ଜଣେ ବିଚାରଧୀନ କଏଦୀର ମୃତ୍ୟୁ

ଭୁବନେଶ୍ୱର: ଝାରପଡା ଜେଲରେ ଜଣେ ବିଚାରଧୀନ କଏଦୀଙ୍କ ମୃତ୍ୟୁ । ତାଙ୍କ ନାଁ ରବି ଦୁଲ୍ଲା । ହୃତଘାତରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି  । ନୟାଗଡ ଅସ୍ତ୍ରାଗାର ଲୁଟ ଘଟଣାରେ ସେ ସଜା କାଟୁଥିଲେ । ମାଓବାଦୀଙ୍କ ସହ ସମ୍ପୃକ୍ତି ଅଭିଯୋଗରେ ଜେଲରେ ଥିଲେ ରବି ଦୁଲ୍ଲା । ୨୦୦୮ରେ ସେ…

ବାଣୀ ଚିତ୍ରର ସମ୍ପାଦକଙ୍କ ବିୟୋଗ

ଭୁବନେଶ୍ୱର : ସିନେ ପତ୍ରିକା ‘ବାଣୀ ଚିତ୍ର’ର ସମ୍ପାଦକ ପରୀକ୍ଷିତ ଜେନା , ଭୁବନେଶ୍ୱର,ନୂଆପଲ୍ଲୀ ସ୍ଥିତ ବାସଭବନରେ ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ହୋଇଥିଲା। ତାଙ୍କ ବିୟୋଗରେ ସାରା ଓଡ଼ିଶାରେ ତଥା ସିନେ ଜଗତରେ ଶୋକର ଛାୟା ଖେଳିଯାଇଛି ।…

ବାଇଡେନ୍‌ଙ୍କ ଦଳରେ ସାମିଲ୍‌ ହେଲେ ଭାରତୀୟ ବଂଶୋଦ୍ଭବ ସମୀରା ଫାଜଲି

ୱାଶିଂଟନ୍: ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ ତାଙ୍କ ଦଳରେ ଭାରତୀୟ-ଆମେରିକୀୟ ସମୀରା ଫାଜଲିଙ୍କୁ ସାମିଲ କରିଛନ୍ତି। 'ଜାତୀୟ ଅର୍ଥନୈତିକ ପରିଷଦ'ର ଡେପୁଟି ଡାଇରେକ୍ଟର ଭାବରେ କାଶ୍ମୀରର ମୂଳ ଫାଜଲିଙ୍କୁ ବାଇଡେନ ଏକ ବଡ଼ ଦାୟିତ୍ବ ଦେଇଛନ୍ତି। ଶୁକ୍ରବାର ଦିନ…

ଟିକାକରଣ ଫିଡବ୍ୟାକ ନେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଟିକା ନେଉଛି ଓଡିଶା । ଆଜିଠାରୁ ରାଜ୍ୟବ୍ୟାପୀ କୋଭିଡ୍ ଟିକାକରଣ ଆରମ୍ଭ ହୋଇଛି । ରାଜ୍ୟରେ ଟିକାକରଣ ଫିଡବ୍ୟାକ୍ ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟିକା ନେଇଥିବା ବ୍ୟକ୍ତି ନିଜ ଅନୁଭୂତି ବଖାଣିଛନ୍ତି । ସେମାନଙ୍କୁ ବ୍ୟବସ୍ଥା ବାବଦରେ ପଚାରି ବୁଝିଛନ୍ତି…

ଦେଶରେ ରୁଷିଆ ‘ସ୍ପୁଟନିକ ଭି’ ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣକୁ ମିଳିଲା ଅନୁମତି

ନୂଆଦିଲ୍ଲୀ: ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ (ଡିସିଜିଆଇ) ଦେଶରେ କୋଭିଡ-୧୯ ବିରୋଧରେ ରୁଷିଆର ସ୍ପୁଟ୍‌ନିକ ଭି ଟିକାର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷାକୁ ଅନୁମୋଦନ କରିଛି ବୋଲି ଅଧିକାରୀମାନେ କହିଛନ୍ତି। ଡ।. ରେଡ୍ଡିଙ୍କ ଲାବୋରେଟୋରୀଗୁଡିକ ଦ୍ୱିତୀୟ ଏବଂ ତୃତୀୟ ପରୀକ୍ଷା…

ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଟିକାକରଣର ଶୁଭାରମ୍ଭ

ଭୁବନେଶ୍ୱର: ରାଜ୍ୟରେ ଆରମ୍ଭ ହୋଇଛି କରୋନା ଟିକାକରଣ । ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଟିକାକରଣର ଶୁଭାରମ୍ଭ ହୋଇଛି । ପ୍ରଥମେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଟିକା ନେଇଛନ୍ତି । ଏହାପରେ ସେ ଅବଜରଭେସନ ରୁମ୍‌ରେ ଅଛନ୍ତି । ଏହି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ…

କବିତା:ଚିତ୍ର ସହ ସମ୍ପର୍କ

ପ୍ରଣୟ ସୁଧା ହୃଦୟ ନିଖୋଜ ହେଲା ବେଳକୁ ପାହାଡ଼ ତରଳି ସାରିଥିଲା, ମନ ଝୁଣ୍ଟି ପଡିଲା ବେଳକୁ ନଦୀ ଉପରୁ ଶୋଷର ବିଶ୍ୱାସ ଭାଙ୍ଗିସାରିଥିଲା, ଆଖି ଝରିଲା ବେଳକୁ ସମୁଦ୍ରରୁ ମରା ସାରିଥିଲା ସବୁତକ ଲୁଣ , ଆଉ ଏତକ ହେଲା ବେଳକୁ ଅଙ୍କା ହୋଇ ସରି ଯାଇଥିଲା ଗୋଟେ କାନଭାସ । ତଦନ୍ତ…