Latest Odisha News

BREAKING NEWS

ମାଘ ସପ୍ତମୀ: ଚନ୍ଦ୍ରଭାଗାରେ ବୁଡ ପକାଇଲେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ

କୋଣାର୍କ: ଆଜି ପବିତ୍ର ମାଘ ସପ୍ତମୀ । ଏହି ଅବସରରେ ବଡି ଭୋରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରେ ବୁଡ଼ ପକାଇଛନ୍ତି । ଚନ୍ଦ୍ରଭାଗାରେ ମାଘ ସପ୍ତମୀ ବୁଡ଼ ପକାଇବା ପାଇଁ ଗତକାଲି ଅପରାହ୍ନରୁ ମେଳା ପଡ଼ିଆରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲେ ।…

ପୁଣି ବରଗଡ଼ରୁ ବିପୁଳ ପରିମାଣର କଫସିରଫ୍‌ ଜବତ; ୬ ଅଭିଯୁକ୍ତ ଗିରଫ

ବରଗଡ଼: ପୁଣି ବିପୁଳ ପରିମାଣରେ କଫସିରପ୍‌ ଜବତ । ଶନିବାର ବରଗଡ଼ ଟାଉନ ଥାନା ପୋଲିସ କଫସିରପ୍‌ ସମ୍ପୃକ୍ତ ୬ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ସେମାନଙ୍କ ପାଖରୁ ୧୩୦ ବୋତଲ କଫ୍‌ ସିରପ୍‌, ୨ଷ୍ଟ୍ରିପ୍‌ ନିଶା ବଟିକା, ଗୋଟିଏ ପଲସର୍‌ ବାଇକ୍‌, ଗୋଟିଏ ହୋଣ୍ଡା ଲିଭୋ ବାଇକ୍‌, ଗୋଟିଏ ଅଟୋ,…

ଗୁଣି ଗାରେଡି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା ଘଟଣା;୬ ଗିରଫ

ରାୟଗଡ଼ା:ଗୁଣିଗାରେଡ଼ି କରୁଥିବା ସନ୍ଦେହରେ ହତ୍ୟା ଘଟଣାା । ହତ୍ୟାର ପର୍ଦ୍ଦାଫାଶ କରି ପୋଲିସ ୬ ଜଣଙ୍କୁ ଗିରଫ କରିଛି । କାଶୀପୁର ବ୍ଲକ ହାଡ଼ିଗୁଡ଼ା ପଞ୍ଚାୟତର ଦୋରାଗୁଡ଼ା ଗ୍ରାମର ଗୋପାଳ ଦୋରାଙ୍କୁ ଗୁଣିଗାରେଡ଼ି କରୁଥିବା ସନ୍ଦେହରେ ହତ୍ୟା କରାଯାଇଛି । ୫ଜଣଙ୍କୁ ଦୋରାଗୁ ଅଂଚଳରେ…

ବହୁ ପ୍ରତୀକ୍ଷାର ଘଟିଲା ଅନ୍ତ;ରବିବାର ଘଣ୍ଟପଡ଼ା ଫ୍ଲାଏଓଭର ବ୍ରିଜର ଶୁଭ ଉଦଘାଟନ କରିବେ କେନ୍ଦ୍ରମନ୍ତ୍ରୀ

ଅନୁଗୁଳ: ତାଳଚେର ଅନୁଗୁଳ ଦ୍ବୈତ ନଗରୀକୁ ସଂଯୋଗ କରୁଥିବା ଘଣ୍ଟପଡା ଫ୍ଲାଏଓଭର ବ୍ରିଜର କାର୍ଯ୍ୟ ସମାପ୍ତ ହୋଇଛି । ରବିବାର ଦିନ ସେହି ଘଣ୍ଟପଡ଼ା ଫ୍ଲାଏଓଭର ବ୍ରିଜର ଶୁଭ ଉଦଘାଟନ କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ୪୨ କୋଟି ଟଙ୍କା ବିନିମୟରେ ଏହି ଓଭର ବ୍ରିଜ କାମ ଶେଷ ହୋଇଛି…

ମହାରାଷ୍ଟ୍ରକୁ ଚାଲାଣ ବେଳେ ୧୨୦କିଲୋରୁ ଅଧିକ ଗଞ୍ଜେଇ ଜବତ

କଳାହାଣ୍ଡି:ମଦନପୁର ରାମପୁର ଅଞ୍ଚଳରେ ଦିନକୁ ଦିନ ଗଞ୍ଜେଇ ଚୋରାଚାଲାଣ ବଢ଼ିବାରେ ଲାଗିଛି। ତେବେ ମଦନପୁର ରାମପୁର ପୁଲିସ ଆଇଆଇସିଙ୍କ ନେତୃତ୍ବରେ ୪ ଜଣିଆ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛନ୍ତି । ସେମାନଙ୍କ ଠାରୁ ୧୨୦ କେଜି ୫୦୦ ଗ୍ରାମ ଚୋରା ଗଞ୍ଜେଇ ଜବତ ହୋଇଥିଲା । ଏଥିସହ…

ନୀତି ଆୟୋଗର ଉପାଧ୍ୟକ୍ଷଙ୍କ ସହ ମୁଖ୍ୟ ଶାସନ ସଚିବଙ୍କ ବୈଠକ;ଓଡ଼ିଶାର ସାମଗ୍ରିକ ବିକାଶ ନେଇ ଆଲୋଚନା

ଭୁବନେଶ୍ୱର: ନୀତି ଆୟୋଗର ଉପାଧ୍ୟକ୍ଷ ଶ୍ରୀ ସୁମନ କୁମାର ବେରୀ ଆଜି ଲୋକ ସେବା ଭବନରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓ ରଞ୍ଜନ କୁମାର ସିଂ, ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗର ସଚିବଙ୍କ ସହ ଏକ ବୈଠକରେ ଯୋଗ ଦେଇ…

୧୯ ବର୍ଷରୁ କମ ବିଶ୍ୱକପ କ୍ରିକେଟ: ନ୍ୟୁଜିଲାଣ୍ଡକୁ ହରାଇଲା ଭାରତ

ନୂଆଦିଲ୍ଲୀ: ବୈଭବ ସୂର୍ଯ୍ୟବଂଶୀ ଓ ଆୟୂଷ ମାହାତ୍ରେଙ୍କ ବିସ୍ଫୋରକ ବ୍ୟାଟିଂ ସହାୟତାରେ ବୁଲାୱେରେ ଚାଲିଥିବା ୧୯ ବର୍ଷରୁ କମ ବିଶ୍ୱକପ କ୍ରିକେଟର ଏକ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୭ ୱିକେଟରେ ଭାରତ ପରାସ୍ତ କରିଛି । ଟିମ ଇଣ୍ଡିଆ କ୍ରମାଗତ ୩ଟି ମ୍ୟାଚରେ ବିଜୟ ହାସଲ କରି ପଂଏଟ ଟେବୁଲରେ…

Explosives recovered: ନକ୍ସଲଙ୍କ ବଡ ଷଡଯନ୍ତ୍ର ପଣ୍ଡ; ୧୬ଟି ଆଇଇଡି ସହ ବିପୁଳ ପରିମାଣର ବିସ୍ଫୋରକ ଜବତ

ରାୟପୁର:ନକ୍ସଲ ପ୍ରଭାବିତ ବିଜାପୁରରେ ସୁରକ୍ଷା ବାହିନୀକୁ ଏକ ବଡ଼ ସଫଳତା ମିଳିଛି। ବନ୍ଦେପାରା ଏବଂ ନୀଲମାଡାଗୁ ମଝିରେ ଥିବା ଜଙ୍ଗଲରେ ଏକ ସର୍ଚ୍ଚ ଅପରେସନ କରାଯାଇ ନକ୍ସଲମାନଙ୍କ ଏକ ଭୟଙ୍କର ଷଡ଼ଯନ୍ତ୍ରକୁ ପଣ୍ଡ କରାଯାଇଛି । ନକ୍ସଲମାନେ ମଦେଡ ପୋଲିସ ଷ୍ଟେସନ ଅଞ୍ଚଳରେ ଏହି…

BJD: ବିଜେପି ଶାସନରେ ସାଇବର ଅପରାଧ ଓ ଫେକ୍ ନ୍ୟୁଜରେ ବୃଦ୍ଧି ଘଟିଛି: ବିଜେଡି

ଭୁବନେଶ୍ୱର: ଓଡ଼ିଶାରେ ବିଜେପି ସରକାର ଆସିବା ପରେ ସାଇବର ଅପରାଧ, ଫେକ୍ ନ୍ୟୁଜ୍ ଓ ନକଲି ସୋସିଆଲ୍ ମିଡିଆ ଆକାଉଣ୍ଟର ବୃଦ୍ଧି ନେଇ ବିଜୁ ଜନତା ଦଳ ଗଭୀର ଚିନ୍ତା ପ୍ରକଟ କରିଛି । ଏପରି ମାମଲାରେ ଏଫଆଇଆର୍ ରେଜିଷ୍ଟ୍ରେସନ୍ ଓ ଠିକ୍ ତଦନ୍ତ ପ୍ରତି ପୋଲିସ ପ୍ରଶାସନର ଉଦାସୀନ ଭାବ ଯୋଗୁଁ ସାଇବର…

ଆମ ବସ୍ ଭଙ୍ଗାରୁଜା ଘଟଣା; ଦୁଇ ଅଭିଯୁକ୍ତ ଗିରଫ

ଭୁବନେଶ୍ବର: ଆମ ବସ୍ ଭଙ୍ଗାରୁଜା ଘଟଣାରେ ଗିରଫ ହେଲେ ଦୁଇ ଜଣ । ଶୁକ୍ରବାର ଅଶୋକ ନଗରରେ ଏକ ବାଇକୁ ଆମ ବସ ଧକ୍କା ଦେଇଥିଲା । ବସ୍ ଧକ୍କାରେ ବାଇକ ଚାଳକ ଆହାତ ହୋଇଥିଲେ । ଏହାପରେ ଆରମ୍ଭ ହୋଇଥିଲା ତୁମୁଳ କାଣ୍ଡ । ଏହି ସମୟରେ ପଛକୁ ପଛ ଆସୁଥିବା ଚାରୋଟି ଆମ ବସକୁ ଭାଙ୍ଗିଦେଇଥିଲେ…