Latest Odisha News

BREAKING NEWS

ଘରକୁ ଫେରିଲେ କମେଡିଆନ ସୁନିଲ ପାଲ, ଅପହରଣ ଅଭିଯୋଗ କରିଥିଲେ ପତ୍ନୀ

ମୁମ୍ବାଇ: ଘରକୁ ଫେରିଲେ କମେଡିଆନ ସୁନିଲ ପାଲ। ହାସ୍ୟ ଅଭିନେତା ସୁନୀଲ ପାଲ ନିଖୋଜ ହୋଇଯାଇଥିବା ନେଇ ତାଙ୍କ ପତ୍ନୀ ଏକ ନିଖୋଜ ରିପୋର୍ଟ ଦାଖଲ କରିଥିଲେ। ଯାହାପରେ ଅଭିନେତା କେଉଁଠାରେ ଅଛନ୍ତି ଏବଂ ତାଙ୍କ ସହିତ ପ୍ରକୃତରେ କ’ଣ ଘଟିଛି, ସେଭଳି କିଛି ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି…

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହେଲେ ସହକାରୀ ନିର୍ବାହୀ ଯନ୍ତ୍ରୀ

ଜୟପୁର: ଗିରଫ ହେଲେ ସହକାରୀ ନିର୍ବାହୀ ଯନ୍ତ୍ରୀ। ଭିଜିଲାନ୍ସ ଅଧିକାରୀମାନେ ଆଜି ବିଶ୍ୱନାଥ ପାତ୍ରଙ୍କୁ ଗିରଫ କରିଛନ୍ତି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ ନିର୍ବାହୀ ଯନ୍ତ୍ରୀ ବିଶ୍ୱନାଥ ପାତ୍ରଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା ଭିଜିଲାନ୍ସ । ଜୟପୁରରେ…

ମଝି ସମୁଦ୍ରରେ ଫସିଲା ଷ୍ଟାରଲିଙ୍କ, ଯାଞ୍ଚ କରିବ ଭାରତ

ନୂଆଦିଲ୍ଲୀ: ଏଲନ ମସ୍କଙ୍କ ଷ୍ଟାରଲିଙ୍କ ସାଟେଲାଇଟ୍ ଇଣ୍ଟରନେଟ ଏପର୍ଯ୍ୟନ୍ତ ଭାରତରେ ଲଞ୍ଚ କରିନାହିଁ। କିନ୍ତୁ ଏହା ଭାରତୀୟ ସାମୁଦ୍ରିକ ସୀମାରେ ଅଟକି ରହିଛି, ଯାହାର ତଦନ୍ତ ଦାୟିତ୍ୱ ନେଇଛି ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜର ପୋଲିସ। ସୂଚନା ଅନୁଯାୟୀ, ପୋଲିସ କିଛି ଚୋରା…

୫ ବର୍ଷରେ ପ୍ରଥମ, ୟୁପିଆଇ ପାଇଁ କମିଲା ଏଟିଏମ ସଂଖ୍ଯା

ନୂଆଦିଲ୍ଲୀ: ପାଞ୍ଚ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଦେଶରେ ଏଟିଏମ ସଂଖ୍ୟା ହ୍ରାସ ପାଇଛି। ଏନେଇ ସୋମବାର ଦିନ ସଂସଦରେ ସରକାର ସୂଚନା ଦେଇଛନ୍ତି। ଖାସକଥା ହେଉଛି ଯେ ମେଟ୍ରୋ, ସହର ଏବଂ ମହାନଗର ତଥା ଗ୍ରାମାଞ୍ଚଳରେ ଏଟିଏମ୍ ସଂଖ୍ୟାରେ ହ୍ରାସ ଘଟିଛି। ସେପ୍ଟେମ୍ବର ୨୦୨୪ ଶେଷରେ ଦେଶରେ…

ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ହେବେ ଦେବେନ୍ଦ୍ର ଫଡନାବିସ୍

ମୁମ୍ବାଇ: ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ହେବେ ଦେବେନ୍ଦ୍ର ଫଡନାବିସ୍ l ବିଜେପି କୋର୍‌ କମିଟି ବୈଠକରେ ଫଡନାବାସ୍‌ଙ୍କ ନାଁରେ ମୋହର ବାଜିବା ନେଇ ସୂଚନା ମିଳିଛି l ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଦେବେନ୍ଦ୍ର ଫଡନାବିସ୍ l ବା ନେଇ ସୂଚନା ଦେବେନ୍ଦ୍ର ଫଡନାବିସ୍…

୬୪ ବର୍ଷ ପରେ ନାମିବିଆକୁ ମିଳିଲା ପ୍ରଥମ ମହିଳା ରାଷ୍ଟ୍ରପତି

ନୂଆଦିଲ୍ଲୀ: ଆଫ୍ରିକୀୟ ଦେଶ ନାମିବିଆ ଇତିହାସରେ ପ୍ରଥମ ଥର ପାଇଁ ଜଣେ ମହିଳା ରାଷ୍ଟ୍ରପତି ହୋଇଛନ୍ତି। ଦେଶର ପୂର୍ବତନ ଉପରାଷ୍ଟ୍ରପତି ତଥା ସ୍ଵୋପ ଦଳର ସଭାନେତ୍ରୀ ନେତୁମ୍ବୋ ନନ୍ଦୀ-ନଦୈତୱା ପ୍ରଥମ ମହିଳା ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଛନ୍ତି । ରିପୋର୍ଟ ଅନୁଯାୟୀ, ଗତକାଲି…

ସ୍ୱର୍ଣ୍ଣ ମନ୍ଦିରରେ ଫାୟାରିଂ: ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ସୁଖବୀରଙ୍କ ଉପରକୁ ଗୁଳିମାଡ଼

ଚଣ୍ଡିଗଡ଼: ସ୍ୱର୍ଣ୍ଣ ମନ୍ଦିରରେ ଶିରୋମଣି ଅକାଳୀ ଦଳ ନେତା ତଥା ପଞ୍ଜାବର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ସୁଖବୀର ସିଂହ ବାଦଲଙ୍କ ଉପରେ ହୋଇଛି ଗୁଳିମାଡ଼। ଅଳ୍ପକେ ବର୍ତ୍ତିଲେ ସୁଖବୀର ସିଂ ବାଦଲ। କୁହାଯାଉଛି ଯେ ଜଣେ ବ୍ୟକ୍ତି ମନ୍ଦିରର ଫାଟକରେ ତାଙ୍କ ଉପରକୁ ଗୁଳିମାଡ କରିଥିଲେ। ଆଜି ସକାଳେ…

ବିଭତ୍ସ ହତ୍ୟାକାଣ୍ଡ; ପଥରରେ ଛେଚି ଯୁବକଙ୍କୁ ହତ୍ୟା ସନ୍ଦେହ

ପୁରୀ: ବୀଭତ୍ସ ହତ୍ୟାକାଣ୍ଡ । ପୁରୀର ଶ୍ରୀସେତୁ ତଳୁ ବ୍ୟକ୍ତିଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର। ଗତକାଲି ବିଳମ୍ବିତ ରାତିରେ ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି। ମୃତ ବ୍ୟକ୍ତି ହେଲେ ଖଣ୍ଡିଆବନ୍ଧ ଗାଁର ସୁଦର୍ଶନ ସାହୁ। ସୂଚନା ଅନୁସାରେ ମାର୍କେଟ ଛକରେ ଉଠା ଜଳଖିଆ ଦୋକାନ କରିଥିଲେ…

ଭୂମିକମ୍ପରେ ଥରିଲା ମାଲକାନଗିରି, କୋରାପୁଟ

ମାଲକାନଗିରି: ମାଲକାନଗିରି ଓ କୋରାପୁଟରେ ମୃଦୁ ଭୂମିକମ୍ପ ଅନୁଭୂତ। ଆଜି ସକାଳ ୭ଟା ୨୮ରେ ଭୂମିକମ୍ପ ଅନୁଭୂତ ହୋଇଛି। କୋରାପୁଟର ଦାମନଯୋଡି, ଛତିଶଗଡ ସୁକୁମା ଓ ବିଜାପୁରରେ ଏବଂ ତେଲେଙ୍ଗାନାରେ ବି ଭୂମିକମ୍ପ ଅନୁଭୂତ ହୋଇଛି। ଭୂକମ୍ପର କେନ୍ଦ୍ରସ୍ଥଳ ତେଲେଙ୍ଗାନାର ମୁଲୁଗୁ ଜିଲ୍ଲାରେ ଥିବା…

ଭାରତୀୟ ନୌସେନା ଦିବସ: ଜଗନ୍ନାଥ ଧାମରୁ ବିଶ୍ୱ ଦେଖିବ ନୌବୀରଙ୍କ ବୀରତ୍ଵ

ପୁରୀ: ଆଜି ଭାରତୀୟ ନୌସେନା ଦିବସ । ଭାରତୀୟ ନୌସେନା ବାହିନୀକୁ ସମ୍ମାନ ଦେବା ଏବଂ ସେମାନଙ୍କର ଅବଦାନକୁ ପ୍ରଶଂସା କରିବା ଏକ ବିଶେଷ ଦିନ। ୧୯୭୧ ମସିହାରେ ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ପାକିସ୍ତାନ ବିରୋଧରେ ଅପରେସନ୍ ଟ୍ରାଇଡେଣ୍ଟ ଆରମ୍ଭ ହେବାର ସ୍ମୃତି ଉଦ୍ଦେଶ୍ୟରେ ଭାରତୀୟ ନୌସେନା…