Latest Odisha News

BREAKING NEWS

ଏଏସଆଇ ମରାମତି କରି ସାର୍ଟିଫିକେଟ୍‌ ଦେଲେ ରତ୍ନଭଣ୍ଡାର ଗଣତି, ମଣତି ହେବ: ଜଷ୍ଟିସ ବିଶ୍ବନାଥ ରଥ

ପୁରୀ: ଏଏସଆଇ ମରାମତି କରି ସାର୍ଟିଫିକେଟ୍‌ ଦେଲେ ରତ୍ନଭଣ୍ଡାର ଗଣତି, ମଣତି ହେବ। ରତ୍ନଭଣ୍ଡାର ଗଣତି, ମଣତି ନେଇ ଜଷ୍ଟିସ ବିଶ୍ବନାଥ ରଥ ଦେଲେ ସୂଚନା। ମରାମତି ଏମିତି ହେବା ଦରକାର ଯାହା ୧୦୦ ବର୍ଷ ପାଇଁ ଆବଶ୍ୟକ ପଡ଼ିବନି ବୋଲି କହିଲେ ଜଷ୍ଟିସ ରଥ। ଜଷ୍ଟିସ ରଥଙ୍କ କହିବା ଅନୁସାରେ,…

ବଜେଟ୍ ୨୦୨୪କୁ ନେଇ ବିରୋଧୀଙ୍କ ବିକ୍ଷୋଭକୁ ନିନ୍ଦନୀୟ କହି କଡ଼ା ଜବାବ ଦେଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ବଜେଟ୍ ୨୦୨୪ରେ ବିହାର ଓ ଆନ୍ଧ୍ରପ୍ରଦେଶକୁ ଅନ୍ୟ ରାଜ୍ୟ ତୁଳନାରେ ଅଧିକ ଅନୁଦାନ ଦିଆଯାଇଥିବା ବିରୋଧୀଙ୍କ ଅଭିଯୋଗ ଉପରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ବିରୋଧୀ ଏହାକୁ ଭେଦଭାବପୂର୍ଣ୍ଣ ବୋଲି କହିଛନ୍ତି। କେନ୍ଦ୍ର…

କାଠମାଣ୍ଡୁର ତ୍ରିଭୁବନ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ବିମାନ ଦୁର୍ଘଟଣାଗ୍ରସ୍ତ

ନୂଆଦିଲ୍ଲୀ: କାଠମାଣ୍ଡୁର ତ୍ରିଭୁବନ ଅନ୍ତର୍ଜାତୀୟ ବିମାନବନ୍ଦର (ଟିଆଇଏ)ରେ ଉଡ଼ାଣ ଭରିବାର କିଛି ସମୟ ପରେ ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନଟି କାଠମାଣ୍ଡୁରୁ ପୋଖରା ଅଭିମୁଖେ ଉଡ଼ାଣ ଭରିବା ସମୟରେ ଏହି ଦୁର୍ଘଟଣା ଘଟିଛି। ବିମାନରେ କେବଳ ବିମାନର ବୈଷୟିକ କର୍ମଚାରୀ…

ଲଗାତର ତୃତୀୟ ଦିନ ପାଇଁ ବିଧାନସଭାରେ ଅଚଳାବସ୍ଥା, ବାଚସ୍ପତି ଡାକିଲେ ସର୍ବଦଳୀୟ ବୈଠକ

ଭୁବନେଶ୍ୱର: ଲଗାତର ତୃତୀୟ ଦିନ ପାଇଁ ବିଧାନସଭାରେ ଅଚଳାବସ୍ଥା ଲାଗି ରହିଥିବାରୁ ପୂର୍ବାହ୍ନ ସାଢ଼େ ୧୨ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ମୁଖ୍ୟତଃ ବିଭିନ୍ନ ରାଜନୈତିକ ଦଳ ଉଠାଇଥିବା ଦୁଇଟି ପୃଥକ ପ୍ରସଙ୍ଗକୁ ନେଇ ଏହି ଅଚଳାବସ୍ଥା ସୃଷ୍ଟି ହୋଇଛି। ଏହାପରେ ବାଚସ୍ପତି ସର୍ବଦଳୀୟ ବୈଠକ…

ସମ୍ବଲପୁର ପୁଲିସକୁ ବଡ଼ ସଫଳତା, ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗ ଗିରଫ

ସମ୍ବଲପୁର: ଏକ ବଡ ଡକାୟତି ଗ୍ୟାଙ୍ଗକୁ ଗିରଫ କରିଛି ସମ୍ବଲପୁର ପୁଲିସ। ସହରେ ଚାଲିଥିଲା ଆନ୍ତଃରାଜ୍ୟ ଡକାୟତଙ୍କ ରାଜ୍। ତେବେ ପୁଲିସକୁ ଏକ ବଡ଼ ଧରଣର ସଫଳତା ମିଳିଛି। ପୁଲିସ ଦ୍ୱାରା ୧୦ ଆନ୍ତଃରାଜ୍ୟ ଡକାୟତ ଗିରଫ ହୋଇଥିବା ବେଳେ ୫ଲକ୍ଷ ୧୨ହଜାର ଟଙ୍କା, ୪୮୦ଗ୍ରାମ ସୁନା, ୧୪ଟି ମୋବାଇଲ ଓ…

୧୦୦୦ କୋଟି ଟଙ୍କା ବୁଷ୍ଟର: ସ୍ପେସ୍ ଇକନମିରେ କାହିଁକି ଏତେ ଖର୍ଚ୍ଚ କରୁଛନ୍ତି ସରକାର ?

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତୃତୀୟ କାର୍ଯ୍ୟକାଳର ପ୍ରଥମ ବଜେଟ୍ ଉପସ୍ଥାପନ କରିଛନ୍ତି। ତାଙ୍କର ସପ୍ତମ ବଜେଟରେ ସୀତାରମଣ ମହାକାଶ ଅର୍ଥନୀତି ପାଇଁ ୧୦୦୦ କୋଟି ଟଙ୍କା ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି। ଅର୍ଥାତ୍ ମହାକାଶ ସମ୍ବନ୍ଧୀୟ…

ସାଂସଦ ଅପରାଜିତା ହେଲେ ଏସିଆ ପାସିଫିକ୍‌ ଗ୍ରୁପ ଆଇପିୟୁ ଉପସଭାପତି

ଭୁବନେଶ୍ୱର: ସାଂସଦ ଅପରାଜିତା ଷଡ଼ଙ୍ଗୀ ହେଲେ ଏସିଆ ପାସିଫିକ୍‌ ଗ୍ରୁପ ଆଇପିୟୁ ଉପସଭାପତି। ଆଇପିୟୁ (IPU) କାର୍ଯ୍ୟକାରୀ କମିଟି ଦ୍ବାରା ମନୋନୀତ ହୋଇଥିବା ସୂଚନା ଦେଇଛନ୍ତି ସାଂସଦ ଅପରାଜିତା। ସେ ସୋସିଆଲ ମିଡିଆ ଏକ୍ସରେ ଟ୍ବିଟ କରି ଏହି ଖବର ଦେଛନ୍ତି। ତେବେ ସେ ବାଚସ୍ପତି ଓମ୍‌…

ନିତୀ ଆୟୋଗ ବୈଠକରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ, ରାଜ୍ୟର ଦାବି ଓ ସମସ୍ୟା ସଂପର୍କରେ କରିବେ ଦୃଷ୍ଟି ଆକର୍ଷଣ

ଭୁବନେଶ୍ୱର: ଆସନ୍ତା ୨୭ ତାରିଖରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ ନୀତି ଆୟୋଗ ସାଧାରଣ ପରିଷଦ ବୈଠକ। ଏ ବୈଠକରେ ଯୋଗ ଦେବାକୁ ନୂଆଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକରେ ମୁଖ୍ୟମନ୍ତ୍ରୀ ରାଜ୍ୟର…

ମୌସୁମୀ ପ୍ରଭାବରେ ଆହୁରୀ ୩ ଦିନ ବର୍ଷିବ, ୧୨ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ସକ୍ରିୟ ମୌସୁମୀ ପ୍ରଭାବରେ ଓଡ଼ିଶାରେ ବର୍ଷା ଲାଗି ରହିଛି। ମୌସୁମୀ ପ୍ରଭାବରେ ଆହୁରୀ ୩ ଦିନ ବର୍ଷିବ। ଆଜି ୧୨ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ। ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷା ହେଉଛି। ବୁଧବାର ସକାଳ…

ମହାପ୍ରଭୁଙ୍କ ବନକଲାଗି ନୀତି: ୩ ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ସର୍ବସାଧାରଣ ଦର୍ଶନ

ପୁରୀ: ଆଜି ମହାପ୍ରଭୁଙ୍କ ବନକଲାଗି ନୀତି। ବନକଲାଗି ହେଉଛି ମହାପ୍ରଭୁଙ୍କର ଏକ ଗୁପ୍ତ ନୀତି। ଏହି ବନକଲାଗି ନୀତି ସମୟରେ ଠାକୁରଙ୍କ ଦର୍ଶନ ଉପରେ କଟକଣା ରହିବ। ୩ ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ସର୍ବସାଧାରଣ ଦର୍ଶନ। ଶ୍ରାବଣ ମାସ କୃଷ୍ଣ ପକ୍ଷ ତୃତୀୟା ତିଥିରେ ଶ୍ରୀବିଗ୍ରହମାନଙ୍କ ବନକଲାଗି…