ସନେଟ : ହେ ରାମ
ମଧୁମିତା ମିଶ୍ର
କୌଶଲ୍ୟା ନନ୍ଦନ ରାଜୀବ ଲୋଚନ ତୁମେ ପୁରୁଷଉତ୍ତମ
ସଜୀବ ନିର୍ଜୀବ ଅଣୁ ପରାଜୀବ ସବୁ ସଂରଚନା ତୁମ।
ଦୁବ ଦାରୁ କରି ମହିମା ବିସ୍ତାରି ଭକତର ହିତକାରୀ
ରାଜା ହୋଇ ମନ ମଧ୍ୟେ ତୁମେ ସ୍ଥିତ ତ୍ରେତାଯୁଗ ନରହରି।
ଶିବଧନୁ ଭଙ୍ଗେ ଜାନକୀଙ୍କ ସଙ୍ଗେ ଏକପତ୍ନୀବ୍ରତେ ରଙ୍ଗି…