Latest Odisha News

ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରୁ ବିଚାରଧୀନ କଏଦୀ ଫେରାର

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରୁ ବିଚାରଧୀନ କଏଦୀ ଫେରାର । ଫେରାର କଏଦୀ ଜଣକ ହେଲେ ଅର୍ଜୁନ ମୁଣ୍ଡା । ସେ କାଲି ବିଳମ୍ବିତ ରାତିରେ ପୋଲିସକୁ ଚକମା ଦେଇ ଫେରାର ହୋଇଯାଇଛନ୍ତି । ଅର୍ଜୁନ ମୁଣ୍ଡା ଗତ ଡିସେମ୍ବର ମାସରେ ଗିରଫ ହୋଇ ଜେଲ୍ ରେ ଥିଲେ ।

BjdElectrycity

ସୂଚନା ମୁତାବକ, ଭସ୍ମା ଥାନା ଅଞ୍ଚଳର ଏକ ହତ୍ୟା ମାମଲାରେ ଗତ ଡିସେମ୍ବର ମାସରେ ଗିରଫ ହୋଇ ସଜା କାଟୁଥିଲା ଅର୍ଜୁନ । ଅସୁସ୍ଥତା କାରଣରୁ ଗତ ୨୯ ତାରିଖରେ ଏକ ଅସ୍ତ୍ରୋପଚାର ପାଇଁ ତାଙ୍କର ଡାକ୍ତରଖାନାରେ ଚିକିତ୍ସା ଚାଲୁଥିଲା । ହେଲେ ଜେଲ୍ କର୍ମଚାରୀଙ୍କ ଅବହେଳା ଯୋଗୁଁ କଏଦୀ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି ।

ଏନେଇ ଟାଉନ ଥାନାରେ ଏତଲା ଦେଇଛନ୍ତି ଜେଲ୍ କର୍ତ୍ତୃପକ୍ଷ । ଅଭିଯୋଗ ପରେ ଫେରାର କଏଦୀକୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଆରମ୍ଭ କରିଛି ପୋଲିସ ।

Leave A Reply

Your email address will not be published.