Latest Odisha News

BREAKING NEWS

୨ ଦିନିଆ ଦକ୍ଷିଣ ଆଫ୍ରିକା ଗସ୍ତରେ ଯିବେ ମୋଦି

ନୂଆଦିଲ୍ଲୀ: ଆସନ୍ତା ୨୨ ତାରିଖରେ ୨ ଦିନିଆ ଦକ୍ଷିଣ ଆଫ୍ରିକା ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦକ୍ଷିଣ ଆଫ୍ରିକାରେ ସେ ଜୋହନ୍ସବର୍ଗ ଯିବାର କାର୍ଯ୍ୟକ୍ରମ ରହିଛି । ଆଫ୍ରିକାର ରାଷ୍ଟ୍ରପତି ମଟାମେଲା ସାଇରିଲ ରାମଫୋସା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିମନ୍ତ୍ରଣ…

ଜୟଦେବ ଭବନରେ ଦ୍ୱତୀୟ ଥର ପାଇଁ ଆୟୋଜିତ ହେଲା ‘ବିଶ୍ବ ଫଟୋଗ୍ରାଫି ଦିବସ’

ଭୁବନେଶ୍ଵର: ଆଜି ହେଉଛି ‘ବିଶ୍ବ ଫଟୋଗ୍ରାଫି ଦିବସ’। ଚିତ୍ରୋତ୍ତୋଳନ ବା ଫଟୋଗ୍ରାଫିରେ ଅନ୍ତର୍ନିହିତ ଥିବା କଳା ଓ ବିଜ୍ଞାନ ପ୍ରତି ଏହି ଦିବସ ଉତ୍ସର୍ଗୀକୃତ। ୧୮୩୭ ମସିହାରେ ଫରାସୀ ବୈଜ୍ଞାନିକ ଲୁଇ ଡାଗେର୍‌ଙ୍କ ଦ୍ବାରା ‘ଡିଗେରୋଟାଇପ୍‌’ ନାମକ ସ୍ବତନ୍ତ୍ର ଚିତ୍ରୋତ୍ତୋଳନ ପ୍ରକ୍ରିୟା…

କିଟ୍ ବିଶ୍ୱବିଦ୍ୟାଳୟର ୧୯ତମ ସମାବର୍ତ୍ତନ: ନିଷ୍ଠାର ସହ ମାନବ କଲ୍ୟାଣରେ ଜ୍ଞାନର ଉପଯୋଗ କରିବା ଉଚିତ: ରାଜ୍ୟପାଳ

ଭୁବନେଶ୍ୱର: କିଟ୍‍ ବିଶ୍ୱବିଦ୍ୟାଳୟର ୧୯ତମ ସମାବର୍ତ୍ତନ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ସମାବର୍ତ୍ତନରେ ମୋଟ ୬୬୩୮ ଛାତ୍ରଛାତ୍ରୀଙ୍କୁ ସ୍ନାତକ, ସ୍ନାତକୋତ୍ତର ଓ ପିଏଚ୍‍ଡି ଡ଼ିଗ୍ରୀ ପ୍ରଦାନ କରାଯାଇଥିଲା । ଓଡ଼ିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏଥିରେ ମୁଖ୍ୟ ଅତିଥି…

‘ଗଦର-୨’ ଦେଖିଲା ପୁରା ଗାଁ, କାରଣ ଜାଣିଲେ ହୋଇଯିବେ ଆର୍ଶ୍ଚଯ୍ୟ!

ଉଜୈନ: ସନ୍ନି ଦେଓଲଙ୍କ ଅଭିନୀତ 'ଗଦର ୨' କୁ ନେଇ ଚର୍ଚ୍ଚା ଜୋର ଧରିଛି । ଦିନ ଗଡ଼ିବା ସହ ପ୍ରଶଂସକଙ୍କ ମଧ୍ୟରେ 'ଗଦର ୨'କୁ ନେଇ କ୍ରେଜ୍ ବଢି ବଢି ଚାଲୁଥିବା ବେଳେ ବକ୍ସ ଅଫିସରେ ଫିଲ୍ମଟି ମଧ୍ୟ ଭଲ ବ୍ୟବସାୟ କରୁଥିବା ଦେଖିବାକୁ ମିଳିଛି । 'ଗଦର ୨' ଦେଖିବା ପାଇଁ ହଲରେ ଲୋକଙ୍କ ପ୍ରବଳ…

ରାଇଡର ଲୁକରେ ନଜର ଆସିଲେ ରାହୁଲ ଗାନ୍ଧୀ: ଇନଷ୍ଟାରେ ସେୟାର କଲେ ଫଟୋ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଲଦାଖ ଗସ୍ତରେ ଅଛନ୍ତି  ।  ପ୍ରଥମ କରି ଲଦାଖ୍‌ ଗସ୍ତରେ ଯାଇଥିବା କଂଗ୍ରେସ ନେତା ରାହୁଲ୍‌ ଗାନ୍ଧୀ ଆଜି ବାଇକ୍‌ ଚଳାଇ ପାଙ୍ଗୋଙ୍ଗ ହ୍ରଦ ଆଡ଼କୁ ଯାଇଛନ୍ତି। ତାଙ୍କର କିଛି ଫଟୋ ସେ ଆଜି ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଯେଉଁଥିରେ ସେ…

ଖୁବଶିଘ୍ର ମୁକ୍ତିଲାଭ କରିବ NMA ଦିଦିଙ୍କ ଆତ୍ମଜୀବନି ଉପରେ ଆଧାରିତ ଚଳଚ୍ଚିତ୍ର ତେଜସ୍ଵିନୀ

ଗଞ୍ଜାମ: ଓଡିଆ ସିନେମା ଜଗତକୁ ନୁଆ ଏକ ଆଶା ଓ ଦିଗଦର୍ଶନ ଦେଖାଇଛି ମହିଳା ସ୍ଵାସ୍ଥ୍ୟକର୍ମୀ କେ.କ୍ରୀଷ୍ଣାଙ୍କ ଆତ୍ମଜୀବନି ଉପରେ ଆଧାରିତ ଚଳଚ୍ଚିତ୍ର ତେଜସ୍ଵିନୀ । ଏହି ସିନେମା ଲୋକମାନଙ୍କ ପାଖରେ ଆଦୃତ ହେଉଥିବା ବେଳେ ଆନ୍ତର୍ଯ୍ୟାତିକ ସ୍ତରରେ ପୁରଷ୍କୃତ ମଧ୍ୟ ହେଉଛି । ୨୦୧୬ ମସିହାରେ…

ସତ୍ୟବାଦୀରେ ୫ଟି ସଚିବଙ୍କୁ କାଳିମାଡ; ଜଣେ ଗିରଫ

ପୁରୀ: ସାକ୍ଷୀଗୋପାଳ କଲେଜରେ ୫-ଟି ସଚିବଙ୍କୁ କାଳିମାଡ ।  ପୁରୀ ଜିଲ୍ଲା ଗସ୍ତରେ ଯାଇଥିବା ୫ଟି ସଚିବ ଭିକେ ପାଣ୍ଡିଆାନଙ୍କୁ ଉପରକୁ  ସତ୍ୟବାଦୀସ୍ଥିତ ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟ  ପରିସରରେ କାଳିମାଡ ହୋଇଛି । ସଚିବ ଉକ୍ତ କଲେଜରେ ଆୟାେଜିତ ଏକ କାର୍ଯ୍ୟକ୍ରମକୁ ଯାଉଥିବା…

ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଇଡି ସମନ, ଆସନ୍ତା ୨୪ରେ ହାଜର ପାଇଁ ନିର୍ଦ୍ଦେଶ

ମୁମ୍ବାଇ: ଜମି ଘୋଟାଲା ମାମଲାରେ ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଇଡି ସମନ କରିଛି  । ଆସନ୍ତା ୨୪ ତାରିଖରେ ଇଡି କାର୍ଯ୍ୟାଳୟରେ ହାଜର ହେବାକୁ କୁହାଯାଇଛି । ଏହା ପୂର୍ବରୁ ଗତ ୧୪ ତାରିଖରେ ରାଞ୍ଚିର ଇଡି ଅଫିସରେ ହାଜର ହୋଇ ବୟାନ ରେକର୍ଡ କରାଇବାକୁ କୁହାଯାଇଥିବା ବେଳେ ହେମନ୍ତ…

ରାଜ୍ୟସଭାର ୧୨% ସାଂସଦ ଅରବପତି; ତେଲେଙ୍ଗାନାରେ ସବୁଠାରୁ ଅଧିକ

ନୂଆଦିଲ୍ଲୀ: ରାଜ୍ୟସଭାରେ ଅଛନ୍ତି ଧନୀ ସାଂସଦ ।ରାଜ୍ୟସଭାରେ ଥିବା ସାଂସଦଙ୍କ ମଧ୍ୟରୁ  ୧୨ ପ୍ରତିଶତ ଅରବପତି । ଏମାନଙ୍କ ମଧ୍ୟରେ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାର ସର୍ବାଧିକ ସାଂସଦ ରହିଛନ୍ତି । ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମସ (ADR) ପକ୍ଷରୁ ପ୍ରକାଶ ପାଇଛି ଏପରି ତଥ୍ୟ । ଏଡିଆର…

ଲାଲ ବାହିନୀ କ୍ୟାମ୍ପ ଧ୍ବଂସ, ହେଲେ ଖସିଗଲେ ମାଓବାଦୀ

ନୂଆପଡ଼ା: ନୂଆପଡ଼ା ଲାଲ ବାହିନୀ କ୍ୟାମ୍ପ ଧ୍ବଂସ, ହେଲେ ଖସିଗଲେ ମାଓବାଦୀ । ଓଡ଼ିଶା-ଛତିଶଗଡ ସୀମାନ୍ତ ପାଟଦରା ସଂରକ୍ଷିତ ଜଙ୍ଗଲରୁ  ଠାବ ହେଲା ମାଓ କ୍ୟାମ୍ପ। ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଅନ୍ତର୍ଗତ ପାଟଦରା ସଂରକ୍ଷିତ ଜଙ୍ଗଲରୁ ମାଓ କ୍ୟାମ୍ପ ଠାବ ହୋଇଛି । କ୍ୟାମ୍ପରୁ ବିପୁଳ ପରିମାଣର…