Latest Odisha News

BREAKING NEWS

ଟ୍ୱିନ୍ ସିଟି ବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ବଡ଼ ଭେଟି: କାଠଯୋଡ଼ି ନଦୀ ଉପରେ ନିର୍ମାଣ ହେବ ୧୫୮ କୋଟିର ନୂଆ ବ୍ରିଜ୍‌

କଟକ/ଭୁବନେଶ୍ୱର: କଟକ ଓ ଭୁବନେଶ୍ୱର ମଧ୍ୟରେ ଯାତାୟାତ କରୁଥିବା ଲକ୍ଷ ଲକ୍ଷ ସାଧାରଣ ଜନତାଙ୍କ ପାଇଁ ଏକ ବଡ଼ ଖୁସି ଖବର। ଦୁଇ ପ୍ରମୁଖ ସହର ମଧ୍ୟରେ ଟ୍ରାଫିକ ସମସ୍ୟାର ସ୍ଥାୟୀ ସମାଧାନ ଏବଂ ସଂଯୋଗୀକରଣକୁ ଅଧିକ ସୁଦୃଢ଼ କରିବା ପାଇଁ କାଠଯୋଡ଼ି ନଦୀ ଉପରେ ଆଉ ଏକ ନୂଆ ହାଇଲେଭଲ ବ୍ରିଜ୍‌…

ଇଞ୍ଜନିୟରିଂ କଲେଜ ହଷ୍ଟେଲରୁ ଝୁଲନ୍ତା ମୃତଦେହ ଉଦ୍ଧାର

ଗଞ୍ଜାମ: ଘରୋଇ ଇଞ୍ଜନିୟରିଂ କଲେଜ ହଷ୍ଟେଲରୁ ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଗଞ୍ଜାମ ଜିଲା ବ୍ରହ୍ମପୁରସ୍ଥିତ ଏକ ଘରୋଇ ଇଞ୍ଜନିୟରିଂ କଲେଜ ହଷ୍ଟେଲରୁ ମୃତଦେହ ଉଦ୍ଧାର କରିଛନ୍ତି ଗୋଳନ୍ଥରା ଥାନା ପୋଲିସ । ଅନ୍ୟପଟେ ଛାତ୍ରଙ୍କ ସହ ପ୍ରେମ ସମ୍ପର୍କକୁ ନେଇ ଏହି ଘଟଣା ଘଟିଥିବା…

Parbhani Temple Collapse: ମନ୍ଦିରର ଛାତ ଭୁଶୁଡ଼ି ପଡ଼ିବାରୁ ୫ ଜଣଙ୍କର ମୃତ୍ୟୁ;ଅନେକ ଏବେ ବି ଫସି ରହିଛନ୍ତି

ମୁମ୍ବାଇ: ମହାରାଷ୍ଟ୍ରର ପରଭାନୀ ଜିଲ୍ଲାର ମାନୱାଥ ତହସିଲରେ ଥିବା ପ୍ରସିଦ୍ଧ ଯଶୱାଡି(Yashwadi village in Maharashtra's Parbhani district) ହନୁମାନ ମନ୍ଦିର ପରିସରରେ ଶନିବାର ଏକ ବଡ଼ ଦୁର୍ଘଟଣା ଘଟିଛି। ମନ୍ଦିର ସାମ୍ନାରେ ଥିବା ସଭା ମଣ୍ଡପ (ସମାବେଶ ହଲ୍) ହଠାତ୍ ଭୁଶୁଡ଼ି…

ଭାବବିହ୍ୱଳ ହେଲେ ରାଷ୍ଟ୍ରପତି; ମୋହନ ମାଝୀ ଓ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସାରେ ପୋତିଲେ ମହାମହିମ

ରାଇରଙ୍ଗପୁର: ମୋହନ ଚରଣ ମାଝୀଙ୍କ ନେତୃତ୍ବାଧୀନ ଓଡ଼ିଶା ସରକାରଙ୍କ ସଫଳ ଦ୍ୱିତୀୟ ବର୍ଷ ପୂର୍ତ୍ତି ଉତ୍ସବ ଅବସରରେ ଶନିବାର ମୟୂରଭଞ୍ଜର ମାଟି ଏକ ଐତିହାସିକ ମୁହୂର୍ତ୍ତର ସାକ୍ଷୀ ହୋଇଛି। ରାଇରଙ୍ଗପୁରରେ ଆୟୋଜିତ ଏହି ଭବ୍ୟ ସମାରୋହରେ ଯୋଗଦେଇ ନିଜ ଜନ୍ମମାଟି ତଥା ସ୍ଥାନୀୟ ଅଞ୍ଚଳ ପ୍ରତି…

ସିଏମ୍‌ଓରୁ ଫାଇଲ୍‌ ଗାଏବ ଘଟଣା: ଜିଏ ବିଭାଗରେ ପୋଲିସର ଖୋଳତାଡ଼, ଜେରା ପରିସରକୁ ଆସିପାରନ୍ତି ନବୀନ

ଭୁବନେଶ୍ୱର: ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (ସିଏମ୍‌ଓ)ରୁ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଫାଇଲ୍ ଚୋରି ବା ଗାଏବ ହେବା ଘଟଣାରେ ପୋଲିସ ଏବେ ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିଛି। କ୍ୟାପିଟାଲ୍ ଥାନାରେ ରୁଜୁ ହୋଇଥିବା ଏତଲା ଆଧାରରେ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ସାଧାରଣ ପ୍ରଶାସନ…

ବଡ଼ ଇତିହାସ: ଓଡ଼ିଶାକୁ ୪୭ ହଜାର କୋଟିର ମେଗା ଭେଟି ଦେଲେ ପ୍ରଧାନମନ୍ତ୍ରୀ

ମୟୂରଭଞ୍ଜ: ରାଷ୍ଟ୍ରପତିଙ୍କ ଜନ୍ମମାଟି ମୟୂରଭଞ୍ଜରେ ଆଜି ଏକ ବଡ଼ ଇତିହାସ ରଚିତ ହୋଇଛି। ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ୪୭ ହଜାର ୬୦୦ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଶିଳାନ୍ୟାସ ଓ ଉଦଘାଟନ ହୋଇଛି। ଓଡ଼ିଶାର ଭିତ୍ତିଭୂମି, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଜନଜାତି କଲ୍ୟାଣକୁ ଏକ ନୂଆ…

ମୋହନଙ୍କ ନେତୃତ୍ବରେ ଓଡିଶାର ଦ୍ରୁତ ବିକାଶ: ମୋଦି

ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଜନ୍ମମାଟିରେ ଜନ୍ମଦିନର ଶୁଭେଚ୍ଛ ଜଣାଇ ଓଡ଼ିଶାବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହାସହ ରାଜ୍ୟ ସରକାରଙ୍କ ଦ୍ବିତୀୟ ବର୍ଷ ପୂର୍ତ୍ତି ଅବସରରେ ମୋଦି ଅଭିଭାଷଣ ଦେଇଛନ୍ତି। ଓଡ଼ିଆରେ ଅଭିଭାଷଣ ଆରମ୍ଭ ସହ ମୋଦି…

ଡିଜେ ସାଉଣ୍ଡ ସାଜିଲା କାଳ, ଚାଲିଗଲା ମହିଳାଙ୍କ ଜୀବନ

ବଲାଙ୍ଗୀର: ଉଚ୍ଚ ଶବ୍ଦ ବା ଧ୍ୱନୀ ପ୍ରଦୂଷଣ ମାନବ ସ୍ୱାସ୍ଥ୍ୟ ଏବଂ ପରିବେଶ ପାଇଁ ଅତ୍ୟନ୍ତ କ୍ଷତିକାରକ। କାନ ପାଇଁ ସହନଶୀଳ ହୋଇନଥିବା ଅତ୍ୟଧିକ ଉଚ୍ଚ ଶବ୍ଦ ଶାରୀରିକ ଓ ମାନସିକ ସମସ୍ୟା ସୃଷ୍ଟି କରେ। ଉଚ୍ଚ ଶବ୍ଦ ବା ଧ୍ୱନୀ ସାଧାରଣ ବ୍ୟକ୍ତିଙ୍କ ଜୀବନ ନେଇ ପାରେ। ଏଭଳି ଏକ ଅଭାବନୀୟ ଘଟଣା…

ଜୟା ନୁହନ୍ତି, ଅମିତାଭଙ୍କ ପ୍ରଥମ ପ୍ରେମିକା ବନିଥାନ୍ତେ ବଚ୍ଚନ ପରିବାରର ବୋହୂ !

ମୁମ୍ବାଇ: ବଲିଉଡର ଶେହେନଶାହ ଅମିତାଭ ବଚ୍ଚନ ଏବଂ ଜୟା ବଚ୍ଚନଙ୍କ ଯୋଡ଼ିକୁ ସାରା ଦୁନିଆ ପସନ୍ଦ କରେ। ରେଖାଙ୍କ ସହ ବିଗ୍ ବୀଙ୍କ ଆଫେୟାର ଚର୍ଚ୍ଚା ବି ଆପଣ ଅନେକ ଶୁଣିଥିବେ। କିନ୍ତୁ ଆପଣ ଜାଣନ୍ତି କି, ଜୟାଙ୍କ ଜୀବନକୁ ଆସିବା ପୂର୍ବରୁ ଏବଂ ଅମିତାଭ ବଲିଉଡର ମହାନାୟକ ହେବା ପୂର୍ବରୁ ତାଙ୍କ…

ସରପଞ୍ଚ ଚାମେଲି ଓଝାଙ୍କୁ ଦୁର୍ବ୍ୟବହାର ଘଟଣା: ଆଉ ଜଣଙ୍କୁ ଗିରଫ କଲା ପୋଲିସ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝାଙ୍କୁ ଦୁର୍ବ୍ୟବହାର ଘଟଣାରେ ଆଉ ଜଣଙ୍କୁ ଗିରଫ କଲା ପୋଲିସ । ରଫ ଅଭିଯୁକ୍ତ ହେଲା ବିଶ୍ବଜିତ ମହାପାତ୍ର । ଚାମେଲିଙ୍କ ଏତଲା ଆଧାରରେ ବିଶ୍ବଜିତକୁ ପୋଲିସ ଗିରଫ କରିଛି । ଏହାକୁ ମିଶାଇ ଏହି ଘଟଣାରେ ଗିରଫଦାରୀ…