Latest Odisha News

BREAKING NEWS

ରୋଷେଇ କରିବା ବେଳେ ଲିକ୍‌ କଲା ଗ୍ୟାସ, ଫାଟିଗଲା ଘର ଛାତ

ସୁବର୍ଣ୍ଣପୁର : ରୋଷେଇ କରିବା ସମୟରେ ଅଗ୍ନିକାଣ୍ଡ । ଗ୍ୟାସ ଲିକ ହୋଇ ଜଳିଗଲା ସବୁକିଛି । ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଳକ ବାଗଡିଆ ଗାଁରେ ଅଗ୍ନିକାଣ୍ଡ ଘଟିଛି । ସୁଚନା ଅନୁଯାୟୀ, ବାଗଡିଆ ଗାଁର ରଞ୍ଜନ ବିଶିଙ୍କ ଘରେ ସିଲିଣ୍ଡରରୁ ଗ୍ୟାସ ଲିକ୍ ହୋଇ ରୋଷେଇ ଘରେ ନିଆଁ ଲାଗି…

ପରଲୋକରେ ପୂର୍ବତନ ରଣଜୀ ଟ୍ରଫି ଖେଳାଳି ଡାକ୍ତର ସଞ୍ଜୟ ଶତପଥୀ

ଭୁବନେଶ୍ୱର:ପୂର୍ବତନ ରଣଜୀ ଟ୍ରଫି ପ୍ଲେୟାର ଡାକ୍ତର ସଞ୍ଜୟ ଶତପଥୀଙ୍କର ଆଜି ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ହୋଇଥିଲା । ମୃତ୍ୟୁଶଯ୍ୟା ନିକଟରେ ତାଙ୍କର ପତ୍ନୀ ଉପସ୍ଥିତ ଥିଲେ । ଡାକ୍ତର ଶତପଥୀ ଜଣେ ରଣଜୀ ପ୍ଲେୟାର ହେଲେ ମଧ୍ୟ ପେଷାରେ ଜଣେ ଡାକ୍ତର । ସେ…

ପରଲୋକରେ ଧର୍ମପଦ ପୁରସ୍କାରପ୍ରାପ୍ତ ଶିଳ୍ପୀ ଲଲାଟ ମୋହନ ପଟ୍ଟନାୟକ

ଭୁବନେଶ୍ୱର : ଧର୍ମପଦ ପୁରସ୍କାରପ୍ରାପ୍ତ ପ୍ରବୀଣ ଡିଜାଇନର ତଥା ଚିତ୍ରକର ଲଲାଟ ମୋହନ ପଟ୍ଟନାୟକଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା । ସେ ଅତ୍ୟନ୍ତ ମିଷ୍ଟଭାଷୀ, କର୍ମନିଷ୍ଠ ଓ ଉଚ୍ଚକୋଟୀର ଡିଜାଇନର ଓ ଚିତ୍ରଶିଳ୍ପୀ ଭାବେ ଖ୍ୟାତ ଥିଲେ । ବନାରସ, ବମ୍ବେ,…

ଆସନ୍ତାକାଲି ଭକ୍ତଙ୍କ ପାଇଁ ୪ ଘଣ୍ଟା ବନ୍ଦ ରହିବ ଜଗା ଦର୍ଶନ

ପୁରୀ : ଆସନ୍ତାକାଲି ଜ୍ୟେଷ୍ଠ-କୃଷ୍ଣ ତ୍ରୟୋଦଶୀ ତିଥି । ମହାପ୍ରଭୁଙ୍କ ବନକଲାଗି ପାଇଁ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ । ୨ୟ ଭୋଗମଣ୍ଡପ ଭୋଗ ଶେଷ ପରେ ଆରମ୍ଭ ହେବ ଏହି ନୀତି । ତେଣୁ କାଲି ସର୍ବସାଧାରଣ ଦର୍ଶନ ୪ ଘଣ୍ଟା ବନ୍ଦ ରହିବ । ତେବେ ସନ୍ଧ୍ୟା ୬ଟାରୁ ରାତି…

ଆସନ୍ତା ୧୮ ତାରିଖରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ

ଭୁବନେଶ୍ୱର: ଆସନ୍ତା ୧୮ ତାରିଖରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ । ସକାଳ ୧୦ଟାରେ ଫଳାଫଳ ପ୍ରକାଶ ପାଇବ । ମଧ୍ୟାହ୍ନ ୧୨ଟାରେ ଛାତ୍ରଛାତ୍ରୀମାନେ ମାଧ୍ୟମିକ ଶିକ୍ଷା ପରିଷଦର ଅଫିସିଆଲ ୱେବ ସାଇଟରୁ ପାଇପାରିବେ । ଏ ନେଇ ଆଜି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଘୋଷଣା କରାଯାଇଛି । ୧୮…

ନିଶା କାରବାରକୁ କେନ୍ଦ୍ରକରି ଗୁଳିକାଣ୍ଡ, ଜଣେ ଗୁରୁତର

ଖୋର୍ଦ୍ଧା : ସାମାନ୍ୟ ବଚସାରୁ ଫୁଟିଲା ଗୁଳି । ଜଣେ ଯୁବକ ଗୁରୁତର । ଗୁଳିମାଡ଼ କରି ଦୁର୍ବୃତ୍ତ ଫେରାର । ଏଭଳି ଏକ ଅଭାବନୀୟ ଘଟଣା ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ପାନବରଜ ଗାଁରେ ଘଟିଛି । ସୂଚନା ଅନୁଯାୟୀ, ଗତକାଲି ପାନବରଜ ଗ୍ରାମର ଛକ ନିକଟରେ ଥିବା ଅଙ୍ଗନବାଡ଼ି କେନ୍ଦ୍ର ସାମ୍ନାରେ…

ସକାଳୁ ଛଟପଟ କଲାଣି ତାତି, ସାଢେ ୮ଟା ସୁଦ୍ଧା ତାପମାତ୍ରା ୩୨ ଟପିଲା

ଭୁବନେଶ୍ୱର:ଅସହ୍ୟ ହେଉଛି ତାତି ସାଙ୍ଗକୁ ଗୁଳୁଗୁଳି । ଛଟପଟ ହେଉଛନ୍ତି ରାଜ୍ୟବାସୀ । ହିଟ ୱେଭ ସକାଳ ୮ଟାରେ ବି ଅସ୍ତବ୍ୟସ୍ତ କରିଦେଉଛି । ଗତକାଲି ପଶ୍ଚିମ ଓଡ଼ିଶାରେ ସତେ ଯେମିତି ନିଆଁ ବର୍ଷା ହେଉଥିଲା । ଆଜି ବି ସେଥିରୁ ନିସ୍ତାର ନାହିଁ । ଆଜି ଓ ଆସନ୍ତାକାଲି ପ୍ରବଳ ଗ୍ରୀଷ୍ମ ପ୍ରବାହ…

ନଷ୍ଟ ହେବନି ଅସ୍ତି; ଏସ୍‌ସିବି ମେଡିକାଲ୍‌ କଲେଜ୍‌ରେ ପ୍ରତିଷ୍ଠା ହେବ ରାଜ୍ୟରେ ପ୍ରଥମ ବୋନ୍ ବ୍ୟାଙ୍କ

କଟକ: ରାଜ୍ୟରେ ପ୍ରଥମ ଅସ୍ତି(ବୋନ୍) ବ୍ୟାଙ୍କ କଟକରେ ଖୋଲିବାକୁ ଯାଉଛି। ଏଥିପାଇଁ ଏସ୍‌ସିବି ମେଡିକାଲ୍ କଲେଜ୍  ଅସ୍ଥିଶଲ୍ୟ(ଅର୍ଥୋପେଡିକ୍‌) ବିଭାଗରେ ଆବଶ୍ୟକୀୟ ଭିତ୍ତିଭୂମି ପ୍ରସ୍ତୁତି ସରିଥିବା ବେଳେ ମେସିନ୍‌ ପାଇଁ ଟେଣ୍ଡର ଡକାଯାଇଛି। ଏସବୁ ସରିବା ପରେ ଆସନ୍ତା ୨୯ତାରିଖରେ ପରେ କଡ଼କ…

ଆଜି ଦିନ ୧୧.୩୦ରେ ହେବ ମାଟ୍ରିକ୍ ପରୀକ୍ଷା ଫଳ ତାରିଖ ଘୋଷଣା

ଭୁବନେଶ୍ୱର: ଆଜି ପୂର୍ବାହ୍ନ ୧୧.୩୦ ଟା ବେଳେ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଦଶମ(ମାଟ୍ରିକ୍) ପରୀକ୍ଷା ଫଳ ତାରିଖ ଘୋଷଣା କରାଯିବ। ବୋର୍ଡର ଉପସଭାପତି ଉପସଭାପତି ଡକ୍ଟର ନିହାର ରଞ୍ଜନ ମହାନ୍ତି ଏହି ସୂଚନା ଦେଇଛନ୍ତି। ମଙ୍ଗଳବାର କଟକ ବୋର୍ଡ କାର୍ଯ୍ୟାଳୟରେ ଏକ ସାମ୍ବାଦିକ…

ରାଜପରିବାର ବିରୋଧରେ ଯୌତୁକ ଅଭିଯୋଗ ଆଣିଲେ ବୋହୂ ଅଦ୍ରିଜା  

ବଲାଙ୍ଗିର : ରାଜପରିବାର ବିରୋଧରେ ସାଂଘାତିକ ଅଭିଯୋଗ । ଯୌତୁକ ନିର୍ଯାତନା ସହ ମାରିପିଟ୍ କରୁଥିବା ଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ରାଜପରିବାରର ବୋହୂ । ବଲାଙ୍ଗୀରର ରାଜପରିବାର ଅନଙ୍ଗ ଉଦୟ ସିଂ ଦେଓଙ୍କ ସାନ ପୁଅ ଅର୍କେଶ ସିଂ ଦେଓଙ୍କ ବିରୋଧରେ ଘରୋଇ ହିଂସା ଅଭିଯୋଗ ଆଣିଛନ୍ତି ତାଙ୍କ…