Latest Odisha News

ମମିତା ହତ୍ୟାକାଣ୍ଡକୁ ନେଇ ପୁଣି ବିଜେଡିକୁ ଟାର୍ଗେଟ କଲା କଂଗ୍ରେସ

ଭୁବନେଶ୍ୱର : ମମିତା ହତ୍ୟାକାଣ୍ଡକୁ ନେଇ ବିଜେଡିକୁ ଟାର୍ଗେଟ କରିଛି କଂଗ୍ରେସ । କଳାହାଣ୍ଡି ଗସ୍ତ ପୂର୍ବରୁ ବିଜୁ ଜନତା ଦଳ ମୁଖପାତ୍ର ଦୁଇଟି ବହୁ ଚର୍ଚ୍ଚିତ ଘଟଣା ଉପରେ ଭିଡିଓ ଗଣମାଧ୍ୟକୁ ଦେଖାଇ ବିଜୁ ଜନତା ଦଳ ନାରୀ ବିରେଧୀ ନୁହେଁ ବୋଲି କହିବାକୁ ଚେଷ୍ଟା କରିବା ଅତ୍ୟନ୍ତ ହାସ୍ୟସ୍ପଦ…

୨୦୨୦ରେ ଚାଷୀଙ୍କ ଅପେକ୍ଷା ଅଧିକ ଆତ୍ମହତ୍ୟା କରିଛନ୍ତି ବ୍ୟବସାୟୀ

ନୂଆଦିଲ୍ଲୀ: ୨୦୨୦ ମସିହାରେ କରୋନା ମହାମାରୀ ଦ୍ବାରା ହୋଇଥିବା ବିନାଶର ପରିମାଣ ଆକଳନ କରାଯାଇଛି। ୨୦୧୯ ତୁଳନାରେ ୨୦୨୦ରେ ଚାଷୀଙ୍କ ଅପେକ୍ଷା ବ୍ୟବସାୟୀମାନେ ଅଧିକ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ୨୦୨୦ରେ, ମହାମାରୀ କାରଣରୁ ଆର୍ଥିକ ସଙ୍କଟ ମଧ୍ୟରେ ବ୍ୟବସାୟୀଙ୍କ ମଧ୍ୟରେ ଆତ୍ମହତ୍ୟା…

ପ୍ରଫେସର ଗଣେଶ୍ୱର ମିଶ୍ରଙ୍କ ତୈଳଚିତ୍ର ଉନ୍ମୋଚିତ

କଟକ: ସୁନାମଧନ୍ୟ ଲେଖକ ପ୍ରଫେସର ଗଣେଶ୍ୱର ମିଶ୍ରଙ୍କ ତୈଳଚିତ୍ର କଟକ ବାଣୀପୀଠ ଶ୍ରୀରାମଚନ୍ଦ୍ର ଭବନଠାରେ ଉନ୍ମୋଚିତ ହୋଇଯାଇଛି । ଓଡ଼ିଶାର ସର୍ବ ପୁରାତନ ସାହିତ୍ୟ ଅନୁଷ୍ଠାନ ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ ଶ୍ରୀ ରାମଚନ୍ଦ୍ରଭବନରେ ରବିବାର ସନ୍ଧ୍ୟାରେ ଏହି କାର୍ଯ୍ୟ‌କ୍ରମ ଅନୁଷ୍ଠିତ…

କବାଡ଼ିଖାନାରୁ ଚୋରା ଗାଡ଼ି ଜବତ ଘଟଣା, ୩ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ

ଯାଜପୁର: ଯାଜପୁର ଶିତଳେଶ୍ୱର କବାଡ଼ିଖାନାରୁ ଚୋରା ଗାଡ଼ି ଜବତ ଘଟଣା। ଏଥିରେ ପୋଲିସ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନଙ୍କ ବିରୋଧରେ ଯାଜପୁର ସମେତ ରାଜ୍ୟର ୯ଟି ଥାନାରେ ଅଭିଯୋଗ ରହିଛି। ଗିରଫ ଅଭିଯୁକ୍ତମାନେ ହେଲେ କବାଡ଼ିଖାନାର ମାଲିକ ଯାଜପୁର ଅଞ୍ଚଳର ପିତାମ୍ବର…

କଳାହାଣ୍ଡିରେ ସ୍ମାର୍ଟ ହେଲଥ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ୮୬୦ କୋଟି ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କଲେ

କଳାହାଣ୍ଡି : କଳାହାଣ୍ଡିରେ ସ୍ମାର୍ଟ ହେଲଥ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ । କଳାହାଣ୍ଡି ଗସ୍ତରେ ଯାଇ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନିଜ ହାତରେ ହିତାଧିକାରୀମାନଙ୍କୁ  ସ୍ମାର୍ଟ ହେଲଥ କାର୍ଡ…

ଭର୍ଚୁଆଲ ମୋଡ଼ରେ BSKY କାର୍ଡ଼ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ନୂଆପଡ଼ା: ନୂଆପଡ଼ା ଜିଲ୍ଲାବାସୀଙ୍କ ପାଇଁ BSKY କାର୍ଡ଼ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭର୍ଚୁଆଲ ମୋଡ଼ରେ ଏହି ଉଦଘାଟନୀ କାର୍ଯ୍ୟକ୍ରମ କରାଯିବ। ଏନେଇ ନୂଆପଡ଼ା ମିନି ଷ୍ଟାଡ଼ିୟମରେ ଜିଲ୍ଲା ପ୍ରଶାସନର ବ୍ୟାପକ ପ୍ରସ୍ତୁତି ହୋଇଛି। ଜିଲ୍ଲାରେ ସର୍ବମୋଟ୍ ୧୭୨୬୪୩ଟି BSKY କାର୍ଡ଼…

ନଭେମ୍ବରରେ ୧୭ ଦିନ ବନ୍ଦ ରହିବ ବ୍ୟାଙ୍କ

ନୂଆଦିଲ୍ଲୀ: ନଭେମ୍ବର ମାସରେ ଅନେକ ଦିନ ବ୍ୟାଙ୍କ ବନ୍ଦ ରହିବ। ଚଳିତ ସପ୍ତାହରେ ୫ ଦିନ ବନ୍ଦ ରହିବ ବ୍ୟାଙ୍କ। ବିଭିନ୍ନ ପର୍ବ ପର୍ବାଣି ଯୋଗୁଁ ବିଭିନ୍ନ ରାଜ୍ୟରେ ଅନେକ ବ୍ୟାଙ୍କ ଶାଖା ବନ୍ଦ ରହିବ। ନଭେମ୍ବର ମାସରେ ବ୍ୟାଙ୍କଗୁଡିକ ମୋଟ ୧୭ ଦିନ ପାଇଁ ବନ୍ଦ ରହିବ। ରିଜର୍ଭ ବ୍ୟାଙ୍କ…

ଚୀନ୍‌ର ପ୍ରଥମ ମହିଳା ଭାବେ ମହାକାଶ ଶୂନ୍ୟରେ ଚାଲିଲେ ୱାଙ୍ଗ ୟାପିଙ୍ଗ

ଚୀନ୍ : ୱାଙ୍ଗ ୟାପିଙ୍ଗ ପ୍ରଥମ ଚୀନ୍ ମହିଳା ଭାବେ ରବିବାର ସନ୍ଧ୍ୟାରେ ପ୍ରଥମ ଥର ପାଇଁ ମହାକାଶ ମହାଶୂନ୍ୟରେ ଚାଲିଛନ୍ତି।ତାଙ୍କ ବୟସ ପାଖାପାଖି ୪୧ ବର୍ଷ ହେବ ବୋଲି ଜଣାପଡ଼ିିଛି । ସେ ମହାକାଶଚାରୀଣି କମାଣ୍ଡର ଝାଇ ଝିଙ୍ଗାଙ୍ଗଙ୍କ ସହ ସ୍ପେସ୍ ଯାଇଥିଲେ । ଚୀନ୍ ସରକାର ଏନେଇ ଟ୍ୱିଚ କରି…

ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହେଲେ କଙ୍ଗନା ଓ ଅଦନାନ୍ ସାମି

ନୂଆଦିଲ୍ଲୀ: ପଦ୍ମ ପୁରସ୍କାର ୨୦୨୦ ଦିଲ୍ଲୀର ରାଷ୍ଟ୍ରୀୟ ଭବନରେ ଅନୁଷ୍ଠିତ ହୋଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ବିଭିନ୍ନ କ୍ଷେତ୍ରର ବ୍ୟକ୍ତିତ୍ୱଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରିଥିଲେ। ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଥିଲା।…

ଲଖିମ୍‌ପୁର ଖେରୀ ହିଂସା; ଯୋଗୀ ସରକାରଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କଲେ ଏସ୍‌ସି

ନୂଆଦିଲ୍ଲୀ: ଲଖିମ୍‌ପୁର ଖେରୀ ହିଂସାକୁ ନେଇ ଉତ୍ତରପ୍ରଦେଶ ସରକାର ଦେଇଥିବା ଏକ ଷ୍ଟାଟସ୍ ରିପୋର୍ଟକୁ ନେଇ ସୋମବାର ସୁପ୍ରିମକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଅନୁସନ୍ଧାନର ଅଗ୍ରଗତିକୁ ନେଇ ଅସନ୍ତୋଷ ବ୍ୟକ୍ତ କରି ସୁପ୍ରିମକୋର୍ଟ କହିଛନ୍ତି ଯେ ଏହା ଆମର ଆଶା ଅନୁଯାୟୀ ଘଟୁନାହିଁ।…