କୁଳାଙ୍ଗାର ଉବାଚ : ଚାହାପିଆ କବି
ଗରମା ଗରମ ଚାହା ପିଇବା ପାଇଁ
କବି ପହଁଚିଲେ ବନ୍ଧୁଙ୍କ ଘରେ ଯାଇ!
ବନ୍ଧୁପତ୍ନୀ କହିଲେ ନାହାନ୍ତି ଘରେ
କବି କହିଲେ ରୁହ ମୁଁ ଫୋନ୍ କରେ!
ବନ୍ଧୁପତ୍ନୀ କହିଲେ ଉଠାନ୍ତିନି ବୋଲି
ଆଜି ଫୋନଟା ଉଠେଇ ରଖିଦେଲି!
କବି ଚାଲିଲେ ଚାହା ଦୋକାନକୁ
ଦେଖିଲେ ସେଠି ଚାହା ପିଉଛି ଫେକୁ!…