Latest Odisha News

BREAKING NEWS

ଚାମ୍ପିଅନ୍ସ ଟ୍ରଫିକୁ ଆତଙ୍କବାଦୀଙ୍କ ଟାର୍ଗେଟ୍, ବିଦେଶୀ ଦର୍ଶକଙ୍କୁ କରିପାରନ୍ତି ଅପହରଣ! 

ନୂଆଦିଲ୍ଲୀ: ୨୦୨୫ ଚାମ୍ପିଅନ୍ସ ଟ୍ରଫି ଦେଖିବାକୁ ଆସୁଥିବା ବିଦେଶୀମାନଙ୍କୁ ଅପହରଣ କରି ସେମାନଙ୍କଠାରୁ ମୋଟା ଅଙ୍କର ଟଙ୍କା ଆଦାୟ କରିବାର ଯୋଜନା। ଏନେଇ ପାକିସ୍ତାନର ଗୁଇନ୍ଦା ବିଭାଗ ଇସଲାମିକ୍ ଷ୍ଟେଟ୍ ଖୋରାସାନ୍ ପ୍ରାନ୍ତର (ଆଇଏସକେପି) ଏଭଳି ଷଡ଼ଯନ୍ତ୍ର ବିଷୟରେ ଖୁଲାସା କରିଛି।

ତେବେ ଆତଙ୍କବାଦୀମାନେ ବିଶେଷ କରି ଚୀନ୍ ଏବଂ ଆରବର ନାଗରିକ ମାନଙ୍କୁ ଟାର୍ଗେଟ କରିପାରନ୍ତି ବୋଲି ଅନୁମାନ କରାଯାଉଛି। ପାକିସ୍ତାନୀ ଆଇବି ଆଲର୍ଟରେ କୁହାଯାଇଛି, “ଆଇଏସକେପିର ଅଧିକାରୀ ବିମାନବନ୍ଦର, କାର୍ଯ୍ୟାଳୟ ଏବଂ ହୋଟେଲଗୁଡ଼ିକ ଉପରେ ନଜର ରଖିଛନ୍ତି କାରଣ ଏହି ସ୍ଥାନ ମାନଙ୍କରେ ଅଧିକ ବିଦେଶୀ ଆସିଥାନ୍ତି।

ଗୁଇନ୍ଦା ରିପୋର୍ଟ ଅନୁଯାୟୀ, ଆଇଏସକେପି ଅଧିକାରୀମାନେ ସହରର ଆଖପାଖ ଅଞ୍ଚଳରେ ଘର ଭଡା ନେଇ ରହିବାର ଯୋଜନା କରିଛନ୍ତି କାରଣ ସେଠାରେ ପ୍ରାୟ ଅନେକ ଜାଗାରେ ସିସିଟିଭି ବ୍ୟବସ୍ଥା ନଥାଏ। ଏହି ଅଞ୍ଚଳ ଗୁଡିକରେ କେବଳ ରିକ୍ସା କିମ୍ବା ମୋଟରସାଇକେଲ ଦ୍ୱାରା ହିଁ ଯାତାୟାତ କରିହେବ।

ତେବେ ଏକ ରିପୋର୍ଟରେ ଅନୁଯାୟୀ ଲୋକମାନଙ୍କୁ ଅପହରଣ ପରେ ଅନ୍ଧାର ରାତିରେ ଏହି ସ୍ଥାନଗୁଡ଼ିକରେ ବନ୍ଧକ ରଖାଯିବ। ତେବେ ଯାହା ପରେ ପାକିସ୍ତାନରେ ଅନ୍ତର୍ଜାତୀୟ କାର୍ଯ୍ୟକ୍ରମଗୁଡ଼ିକର ସୁରକ୍ଷିତ ପରିଚାଳନା ନେଇ ପ୍ରଶ୍ନ ଉଠୁଛି। ତେବେ ଏହା ପୂର୍ବରୁ ମଧ୍ୟ ବିଦେଶୀ ନାଗରିକଙ୍କ ସୁରକ୍ଷାକୁ ହାଲୁକା ଭାବେ ନେଉଥିବା ନେଇ ଇସଲାମାବାଦ ଉପରେ ଅଭିଯୋଗ ରହିଛି।

 

Comments are closed.