Latest Odisha News

BREAKING NEWS

ପାକିସ୍ତାନୀ ଦୂତାବାସ ଅଧିକାରୀଙ୍କ ଆତଙ୍କବାଦୀ ଆଚରଣ; ଭାରତୀୟଙ୍କ ଗଳା କାଟିବାକୁ କଲେ ଇଙ୍ଗିତ

ଲଣ୍ଡନ: ପହଲଗାମ ଆତଙ୍କବାଦ ଆକ୍ରମଣ ପରେ ପ୍ରତ୍ୟେକ ଭାରତୀୟଙ୍କ ହୃଦୟରେ କ୍ରୋଧ ରହିଛି ଏବଂ ସାରା ବିଶ୍ୱରେ ରହୁଥିବା ଭାରତୀୟମାନେ ଏହାର ପ୍ରତିବାଦ କରୁଛନ୍ତି। ଲଣ୍ଡନରେ ରହୁଥିବା ପ୍ରବାସୀ ଭାରତୀୟ ମାନେ ଲଣ୍ଡନ ସ୍ଥିତ ପାକ୍ ଦୂତାବାସ ବାହାରେ  ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଲଣ୍ଡନରେ ଥିବା ପାକିସ୍ତାନୀ ଦୂତାବାସର ଅଧିକାରୀ ନିର୍ଲଜ୍ଜତାର ସମସ୍ତ ସୀମା ଅତିକ୍ରମ କରିଛନ୍ତି। ଗୋଟିଏ ପଟେ ଆତଙ୍କବାଦୀ ପଠାଇ ଭାରତୀୟଙ୍କୁ ହତ୍ୟା କରୁଥିବାବେଳେ ଏହାର ପ୍ରତିବାଦ କରୁଥିବା ଲୋକଙ୍କ ଗଳା କାଟିବାକୁ ସର୍ବସମ୍ମୁଖରେ ଦେଉଛି ଧମକ।

ଶୁକ୍ରବାର ଦିନ ପହଲଗାମ ଆତଙ୍କବାଦୀ ଆକ୍ରମଣ ବିରୋଧରେ ଲଣ୍ଡନରେ ପାକିସ୍ତାନ ହାଇ କମିଶନଙ୍କ ବାହାରେ ପ୍ରବାସୀ ଭାରତୀୟମାନେ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରୁଥିଲେ । ଏହି ସମୟରେ ପାକିସ୍ତାନ ସେନା, ବାୟୁସେନା ଏବଂ ସ୍ଥଳସେନା ଆତେଶ କର୍ଣ୍ଣେଲ ତୈମୁର ରାହତ ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କ ଫଟୋ ଦେଖାଇ ଭାରତୀୟ ମାନଙ୍କ ବେକ କାଟି ଦେବାକୁ ଧମକ ଦେଉଥିଲେ । ଯାହା କ୍ୟାମେରାରେ କଏଦ ହୋଇଛି । ଏହି ଘଟଣା ପରେ ଏହା ଦର୍ଶାଉଛି ଯେ ପାକିସ୍ତାନୀ ଆତଙ୍କବାଦୀ ଏବଂ ଅଧିକାରୀଙ୍କ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ।

ଲଣ୍ଡନରେ ଜଣେ ଭାରତୀୟ ଛାତ୍ର ତେଜସ ଭରଦ୍ୱାଜ ପାକିସ୍ତାନୀ ସେନାର କାପୁରୁଷ କର୍ଣ୍ଣେଲ ଭାରତୀୟଙ୍କ ଗଳା କାଟିବାକୁ ଇଙ୍ଗିତ କରିବାର ସମ୍ପୂର୍ଣ୍ଣ ଘଟଣା ବର୍ଣ୍ଣନା କରିଥିଲେ ଏବଂ କହିଥିଲେ ଯେ କର୍ଣ୍ଣେଲ ପ୍ରତିବାଦ ସମୟରେ ବାଲକୋନିକୁ ଆସିଥିଲେ ଏବଂ ଶାନ୍ତିପୂର୍ଣ୍ଣ ଭାବରେ ପ୍ରତିବାଦ କରୁଥିବା ପ୍ରବାସୀ ଭାରତୀୟମାନଙ୍କୁ ଉସୁକାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ଭାରତୀୟମାନେ ଶାନ୍ତିପୂର୍ଣ୍ଣ ଭାବରେ ସେମାନଙ୍କର ପ୍ରତିବାଦ ଜାରି ରଖିଲେ।

ସମ୍ପୂର୍ଣ୍ଣ ଘଟଣାର ଫୁଟେଜରେ ଦେଖାଯାଉଛି ଯେ ପାକିସ୍ତାନୀ ଅଧିକାରୀ ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ଏକ ଫଟୋ ନେଇ ବାହାରକୁ ଆସିଥିଲେ ଯାହା ଉପରେ ‘ଚାଏ ଇଜ୍ ଫ୍ୟାଣ୍ଟାଷ୍ଟାକ୍’ ଲେଖାଯାଇଥିଲା ଏବଂ ତା’ପରେ ସେ ଭାରତୀୟଙ୍କ ମୁଣ୍ଡ କାଟିବାର ଇଙ୍ଗିତ କରିଥିଲେ।

 

 

 

Comments are closed.