ନୂଆଦିଲ୍ଲୀ: ଭାରତ ବିରୋଧରେ ପାକିସ୍ତାନ ପୁଣି ଏକ ବଡ଼ ଧରଣର ଆତଙ୍କବାଦୀ ଷଡ଼ଯନ୍ତ୍ର ରଚୁଥିବା ଗୁପ୍ତଚର ସୂଚନାରୁ ପ୍ରକାଶ ପାଇଛି। ପାକିସ୍ତାନର ପ୍ରମୁଖ ଆତଙ୍କବାଦୀ ସଂଗଠନ ‘ଜୈଶ୍-ଏ-ମହମ୍ମଦ’ ଏବଂ ‘ଲସ୍କର-ଏ-ତୋଇବା’ର ଆତଙ୍କବାଦୀମାନଙ୍କୁ ଏକାସାଙ୍ଗରେ ଏକାଧିକ ଡ୍ରୋନ୍ ଚଳାଇ ଆକ୍ରମଣ କରିବା ପାଇଁ ୨ ମାସିଆ ସ୍ୱତନ୍ତ୍ର ତାଲିମ ଦିଆଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ବାହାବଲପୁରସ୍ଥିତ ଜୈଶ୍ ମୁଖ୍ୟାଳୟ ‘ମରକଜ୍ ସୁଭାନ ଅଲ୍ଲା’ରେ ଏହି ଟ୍ରେନିଂ କ୍ୟାମ୍ପ ଆୟୋଜିତ ହୋଇଥିଲା, ଯାହା ସେପ୍ଟେମ୍ବର ୩ ତାରିଖରେ ଶେଷ ହୋଇଛି। ଏହି ସ୍ଥାନରେ ଏକ ‘ଡ୍ରୋନ୍ ସେଫ୍ ହାଉସ୍’ ମଧ୍ୟ ନିର୍ମାଣ କରାଯାଇଛି, ଯେଉଁଠାରେ ବହୁ ସଂଖ୍ୟାରେ କମର୍ସିଆଲ୍ ଓ ଆଧୁନିକ ଡ୍ରୋନ୍ ମହଜୁଦ୍ ରଖାଯାଇଛି।
ଏହି ଆତଙ୍କବାଦୀମାନଙ୍କୁ ଡ୍ରୋନ୍ ମାଧ୍ୟମରେ ଭାରତୀୟ ସୀମା ଭିତରେ ନଜର ରଖିବା, ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକର ରେକି କରିବା, ବିସ୍ଫୋରକ କିମ୍ବା ଅସ୍ତ୍ରଶସ୍ତ୍ର ପହଞ୍ଚାଇବା ଏବଂ ଏକାସାଙ୍ଗରେ ଅନେକ ଡ୍ରୋନ୍ ଦ୍ୱାରା ଆକ୍ରମଣ କରିବାର କୌଶଳ ଶିଖାଯାଇଛି। ପାକିସ୍ତାନୀ ସେନା ଏବଂ ଆଇଏସଆଇ ର ପ୍ରତ୍ୟକ୍ଷ ସହଯୋଗରେ ଏହି କାର୍ଯ୍ୟକଳାପ ଚାଲିଥିବା ଜଣାପଡ଼ିଛି।
ପଞ୍ଜାବର ଅମୃତସର ସୀମାନ୍ତ ଆକାଶମାର୍ଗରେ ନିକଟରେ କିଛି ସନ୍ଦିଗ୍ଧ ଡ୍ରୋନ୍ ଦେଖାଯିବା ପରେ ନିରାପତ୍ତା ଏଜେନ୍ସିଗୁଡ଼ିକ ଅଧିକ ସତର୍କ ହୋଇପଡ଼ିଛନ୍ତି। ଯଦିଓ ଶତ୍ରୁପକ୍ଷର ପ୍ରତ୍ୟେକ ନାପାକ୍ ଉଦ୍ୟମକୁ ପଣ୍ଡ କରିବା ପାଇଁ ଭାରତୀୟ ସୁରକ୍ଷା ବାହିନୀ ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି, ତଥାପି ଏହି ହାଇଟେକ୍ ଡ୍ରୋନ୍ ଷଡ଼ଯନ୍ତ୍ର ସୁରକ୍ଷା ଏଜେନ୍ସିଗୁଡ଼ିକ ପାଇଁ ଏକ ନୂଆ ଚ୍ୟାଲେଞ୍ଜ ସୃଷ୍ଟି କରିଛି।
BREAKING NEWS
- ଲାଇଟ୍ ଆଣ୍ଡ ସାଉଣ୍ଡ ଶୋ’ ରେ ଝଲସିବ ଖଣ୍ଡଗିରି ଓ ଉଦୟଗିରି
- Bank unions defer 3-day:ବ୍ୟାଙ୍କ ଧର୍ମଘଟ ପ୍ରତ୍ୟାହାର ; IBA ଏବଂ UFBU ମଧ୍ୟରେ ବୈଠକ ପରେ ନିଷ୍ପତ୍ତି
- ଗୁଣି ସନ୍ଦେହରେ ବୃଦ୍ଧଙ୍କୁ ମାରି ଜାଳିଦେଲେ!
- ମହାନଦୀରେ ବଢୁଛି ବନ୍ୟା ଭୟ: ବଡ଼ମ୍ବା ଭଟ୍ଟାରିକା ପୀଠରେ ୧୬୩ ଧାରା ଲାଗୁ, ମନ୍ଦିର ଛୁଇଁଲା ବନ୍ୟାଜଳ
- ଅତିଭୌତିକ ଗଳ୍ପ‘ଇନ୍ଦ୍ରଜାଲ’ ପୁସ୍ତକ ଉନ୍ମୋଚନ
- ବିବାହର ୪ ବର୍ଷ ପରେ ଜାସ୍ମିନ ମାଝୀଙ୍କ ସନ୍ଦେହଜନକ ମୃତ୍ୟୁ: ସ୍ୱାମୀଙ୍କ ସହ ଝଗଡ଼ା ପରେ ବିଷ ପିଇଥିବା ସନ୍ଦେହ
- CM Majhi targets Congress:SIR ଅଭିଯୋଗକୁ ନେଇ କଂଗ୍ରେସକୁ ଟାର୍ଗେଟ୍ କଲେ ମୁଖ୍ୟମନ୍ତ୍ରୀ; କହିଲେ- ପ୍ରସ୍ତୁତ ହୋଇଥିବା ଭୋଟର ତାଲିକାରେ ତ୍ରୁଟି ନାହିଁ
- MMDR Amendment Act:ଏମଏମଡିଆର ସଂଶୋଧନ ଆଇନ ପ୍ରତ୍ୟାହାର ଦାବି ପ୍ରସଙ୍ଗ;ବିକ୍ଷୋଭରେ ଜନସାଧାରଣଙ୍କୁ ସାମିଲ ହେବାକୁ ବିଜେଡିର ନିବେଦନ
- ନିର୍ଭୟରେ କରନ୍ତୁ ଭଗବଦ୍ ଗୀତା ପାଠ, ବଙ୍ଗଳାରେ ବଦଳିଛି ସ୍ଥିତି: ହିନ୍ଦୁ ବିରୋଧୀଙ୍କୁ ଶୁଭେନ୍ଦୁଙ୍କ ଟାର୍ଗେଟ
- ଦିଲ୍ଲୀରେ ଖରାପ ରାସ୍ତାକୁ ନେଇ ବବାଲ: ଭିଡିଓ କରୁଥିବା ଯୁବକଙ୍କୁ ଥାପ୍ପଡ଼ ମାରିଲେ ମନ୍ତ୍ରୀ ପ୍ରବେଶ ବର୍ମା

Comments are closed.