ନୂଆଦିଲ୍ଲୀ: ଭାରତ ବିରୋଧରେ ପାକିସ୍ତାନ ପୁଣି ଏକ ବଡ଼ ଧରଣର ଆତଙ୍କବାଦୀ ଷଡ଼ଯନ୍ତ୍ର ରଚୁଥିବା ଗୁପ୍ତଚର ସୂଚନାରୁ ପ୍ରକାଶ ପାଇଛି। ପାକିସ୍ତାନର ପ୍ରମୁଖ ଆତଙ୍କବାଦୀ ସଂଗଠନ ‘ଜୈଶ୍-ଏ-ମହମ୍ମଦ’ ଏବଂ ‘ଲସ୍କର-ଏ-ତୋଇବା’ର ଆତଙ୍କବାଦୀମାନଙ୍କୁ ଏକାସାଙ୍ଗରେ ଏକାଧିକ ଡ୍ରୋନ୍ ଚଳାଇ ଆକ୍ରମଣ କରିବା ପାଇଁ ୨ ମାସିଆ ସ୍ୱତନ୍ତ୍ର ତାଲିମ ଦିଆଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ବାହାବଲପୁରସ୍ଥିତ ଜୈଶ୍ ମୁଖ୍ୟାଳୟ ‘ମରକଜ୍ ସୁଭାନ ଅଲ୍ଲା’ରେ ଏହି ଟ୍ରେନିଂ କ୍ୟାମ୍ପ ଆୟୋଜିତ ହୋଇଥିଲା, ଯାହା ସେପ୍ଟେମ୍ବର ୩ ତାରିଖରେ ଶେଷ ହୋଇଛି। ଏହି ସ୍ଥାନରେ ଏକ ‘ଡ୍ରୋନ୍ ସେଫ୍ ହାଉସ୍’ ମଧ୍ୟ ନିର୍ମାଣ କରାଯାଇଛି, ଯେଉଁଠାରେ ବହୁ ସଂଖ୍ୟାରେ କମର୍ସିଆଲ୍ ଓ ଆଧୁନିକ ଡ୍ରୋନ୍ ମହଜୁଦ୍ ରଖାଯାଇଛି।
ଏହି ଆତଙ୍କବାଦୀମାନଙ୍କୁ ଡ୍ରୋନ୍ ମାଧ୍ୟମରେ ଭାରତୀୟ ସୀମା ଭିତରେ ନଜର ରଖିବା, ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକର ରେକି କରିବା, ବିସ୍ଫୋରକ କିମ୍ବା ଅସ୍ତ୍ରଶସ୍ତ୍ର ପହଞ୍ଚାଇବା ଏବଂ ଏକାସାଙ୍ଗରେ ଅନେକ ଡ୍ରୋନ୍ ଦ୍ୱାରା ଆକ୍ରମଣ କରିବାର କୌଶଳ ଶିଖାଯାଇଛି। ପାକିସ୍ତାନୀ ସେନା ଏବଂ ଆଇଏସଆଇ ର ପ୍ରତ୍ୟକ୍ଷ ସହଯୋଗରେ ଏହି କାର୍ଯ୍ୟକଳାପ ଚାଲିଥିବା ଜଣାପଡ଼ିଛି।
ପଞ୍ଜାବର ଅମୃତସର ସୀମାନ୍ତ ଆକାଶମାର୍ଗରେ ନିକଟରେ କିଛି ସନ୍ଦିଗ୍ଧ ଡ୍ରୋନ୍ ଦେଖାଯିବା ପରେ ନିରାପତ୍ତା ଏଜେନ୍ସିଗୁଡ଼ିକ ଅଧିକ ସତର୍କ ହୋଇପଡ଼ିଛନ୍ତି। ଯଦିଓ ଶତ୍ରୁପକ୍ଷର ପ୍ରତ୍ୟେକ ନାପାକ୍ ଉଦ୍ୟମକୁ ପଣ୍ଡ କରିବା ପାଇଁ ଭାରତୀୟ ସୁରକ୍ଷା ବାହିନୀ ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି, ତଥାପି ଏହି ହାଇଟେକ୍ ଡ୍ରୋନ୍ ଷଡ଼ଯନ୍ତ୍ର ସୁରକ୍ଷା ଏଜେନ୍ସିଗୁଡ଼ିକ ପାଇଁ ଏକ ନୂଆ ଚ୍ୟାଲେଞ୍ଜ ସୃଷ୍ଟି କରିଛି।
BREAKING NEWS
- ଓଲଟିଲା ୨ ଟ୍ରକ୍; କୋରାପୁଟ-ରାୟଗଡ଼ା ମଧ୍ୟରେ ଯାତାୟାତ ଠପ୍
- Gen Z ଙ୍କ ପ୍ରକୋପରେ ଜଳୁଛି ଫ୍ରାନ୍ସ…
- ବିସ୍ଥାପିତଙ୍କ ପାଇଁ ଗୃହ ନିର୍ମାଣ ଯୋଜନା ଘୋଷଣା କଲେ ହିଜବୁଲ୍ଲା ମୁଖିଆ ସେଖ ନଇମ କାସେମ
- ତେଲ ଟ୍ୟାଙ୍କର ଉପରେ ୟୁକ୍ରେନର ଡ୍ରୋନ ଆଟାକ, ୨୩ ଭାରତୀୟ କ୍ରୁ ଉଦ୍ଧାର…
- ଭୂମିକମ୍ପରେ ଥରିଲା ଉତ୍ତରାଖଣ୍ଡ; ଦିଲ୍ଲୀରେ ଝଟକା ଅନୁଭୂତ
- ପ୍ରଥମ ଟି୨୦: ଶ୍ରେୟାସଙ୍କ ବିସ୍ଫୋରକ ଶତକ, ୱେଷ୍ଟଇଣ୍ଡିଜ୍କୁ ୮ ୱିକେଟ୍ରେ ହରାଇଲା ଭାରତ
- ମୁଣ୍ଡ ଉପରେ ପୂଜା, ଖାଲ ଭର୍ତ୍ତି ରାସ୍ତାରେ ତୋରଣ
- ଭୁବନେଶ୍ୱର କୁମାରଙ୍କ କମ୍ବ୍ୟାକ୍: ୪ ବର୍ଷ ପରେ ଟିମ୍ ଇଣ୍ଡିଆକୁ ଫେରିଲେ, ନ୍ୟୁଜିଲ୍ୟାଣ୍ଡ ଗସ୍ତ ପାଇଁ ଭାରତୀୟ ଟି୨୦, ଏ’ ଦଳ ଘୋଷଣା
- ମୁଁ ଆପଣଙ୍କୁ ଛୁଇଁପାରିବି କି?’: ଅଭିଷେକ ଶର୍ମାଙ୍କୁ ଦେଖି ହୋସ୍ ହରାଇଲେ ସୁନ୍ଦରୀ ଫ୍ୟାନ୍
- ଅଗରକରଙ୍କ କାର୍ୟ୍ୟକାଳ ଶେଷ: ମୁଖ୍ୟ ଚୟନକର୍ତ୍ତା ପଦ ପାଇଁ ଆନୁଷ୍ଠାନିକ ଭାବେ ଆବେଦନ ଆହ୍ୱାନ

Comments are closed.