Latest Odisha News

BREAKING NEWS

୯ ଯୁବ IASଙ୍କୁ ଉପଜିଲ୍ଲାପାଳ ନିଯୁକ୍ତି…

ଭୁବନେଶ୍ୱର: ଟ୍ରେନିଂରୁ ଫେରିବା ପରେ ଓଡ଼ିଶା ସରକାର ଭାରତୀୟ ପ୍ରଶାସନିକ ସେବା (IAS)ର ୯ ଜଣ ୨୦୨୪ ବ୍ୟାଚ୍ ଅଧିକାରୀଙ୍କୁ ବିଭିନ୍ନ ଜିଲ୍ଲାରେ ଉପ-ଜିଲ୍ଲାପାଳ ଭାବରେ ନିଯୁକ୍ତି ଦେଇଛନ୍ତି।

ଅଧିକାରୀମାନେ ସେମାନଙ୍କ ନ୍ୟସ୍ତ କ୍ଷେତ୍ରରେ ସବ୍- ଡିଭିଜିନାଲ ମାଜିଷ୍ଟ୍ରେଟ୍ ଭାବରେ ମଧ୍ୟ କାର୍ଯ୍ୟ କରିବେ।

ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ଏକ ବିଜ୍ଞପ୍ତି ଜାରି କରିଛି। ଅଧିକାରୀମାନଙ୍କର ପ୍ରଥମ ସ୍ୱାଧୀନ କ୍ଷେତ୍ର କାର୍ଯ୍ୟକୁ ଚିହ୍ନିତ କରିଛି। ଭାରତୀୟ ନାଗରିକ ସୁରକ୍ଷା ସଂହିତା, ୨୦୨୩ର ଧାରା ୧୪(୪) ଅନୁଯାୟୀ, ପ୍ରତ୍ୟେକ ଅଧିକାରୀଙ୍କୁ ସେମାନଙ୍କ ସମ୍ପୃକ୍ତ ଉପ-ବିଭାଗର SDM ଭାବରେ ନିଯୁକ୍ତ କରାଯାଇଛି।

ଅନିମେଶ ପ୍ରଧାନଙ୍କୁ କଟକ ଜିଲ୍ଲା ଆଠଗଡ଼ର ଉପ-ଜିଲ୍ଲାପାଳ ଏବଂ SDM ଭାବରେ ନିଯୁକ୍ତ କରାଯାଇଛି। ପ୍ରଜ୍ଞାନନ୍ଦନ ଗିରି ତାଳଚେର ଉପଜିଲ୍ଲାପାଳ ଏବଂ କସ୍ତୁରୀ ଶାହାଙ୍କୁ ଭବାନୀପାଟଣା ଉପଜିଲ୍ଲାପାଳ ଦାୟିତ୍ବ ଦିଆଯାଇଛି। ସେହିପରି ଫାବି ରସିଦ୍ ହେଲେ କୋରାପୁଟ ଉପଜିଲ୍ଲାପାଳ। ମୃଣାଳିକା ରାଠୋଡଙ୍କୁ ରାୟଗଡ଼ା, ସୁଭଦ୍ରା ପଣ୍ଡାଙ୍କୁ ଯାଜପୁର, ପୱନ କୁମାରଙ୍କୁ ଟିଟିଲାଗଡ଼, ଭଗତ ସାମଲ କଲ୍ୟାଣରାଓଙ୍କୁ ପାରଳାଖେମୁଣ୍ଡି ଏବଂ ସନ୍ତୋଷ କୁମାର ପାତ୍ରଙ୍କୁ ବଣାଇଗଡ଼ ଉପଜିଲ୍ଲାପାଳ ଭାବେ ଦାୟିତ୍ବ ପ୍ରଦାନ କରାଯାଇଛି।

Comments are closed.