Latest Odisha News

BREAKING NEWS

ଶ୍ରୀଲଙ୍କାକୁ ଆଉ ଚାରି ମାସ ଯାଏଁ ଆର୍ଥିକ ସାହାଯ୍ୟ କରିବ ଭାରତ

ପୂର୍ବରୁ ତୈଳ ଇନ୍ଧନ, ରନ୍ଧନ ଗ୍ୟାସ୍, ଖାଦ୍ୟ ଏବଂ ଔଷଧ ଯୋଗାଇଛି ଭାରତ । ଲାଇନ ଅଫ କ୍ରେଡିଟରେ ସର୍ବାଧିକ ସାହାଯ୍ୟ ଦିଆଯାଇଛି

ଭୁବନେଶ୍ୱର: ସୋମବାର ଇଣ୍ଟରନାଶନାଲ ମନିଟାରୀ ଫଣ୍ଡ ସହ କଥା ହେବ ଶ୍ରୀଲଙ୍କା । ଦେଶରେ ଚାଲୁଥିବା ଆର୍ଥିକ ସଂକଟ ସକାଶେ ଆର୍ଥିକ ସାହାଯ୍ୟ ପାଇଁ ଆଲୋଚନା କରିବ । ଆଲୋଚନା ସଫଳ ହେଲେ ପାଖାପାଖି ଚାରି ମାସ ସମୟ ଲାଗିବ ଅର୍ଥ ମିଳିବାକୁ । ସେ ପର୍ଯ୍ୟନ୍ତ ଭାରତକୁ ଆର୍ଥିକ ସାହାଯ୍ୟ ମାଗିଛି ଶ୍ରୀଲଙ୍କା ।

ସୂତ୍ରରୁ ଜଣାପଡ଼ିଛି ଯେ, ଭାରତ ଏହି ସାହାଯ୍ୟ କରିବାକୁ ରାଜି ହୋଇଛି । ଏ ସକାଶେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତାଙ୍କ ପ୍ରତିପକ୍ଷ ଅଲ୍ଲୀ ସବ୍ରିଙ୍କ ସହ ଆଲୋଚନା କରିଛନ୍ତି । କେବଳ ଆର୍ଥିକ ସାହାଯ୍ୟ ନୁହେଁ, ଭାରତକୁ ଅନ୍ୟ ପ୍ରକାରେ ତାର କ୍ଷମତା ବ୍ୟବହାର କରିବାକୁ ମଧ୍ୟ ଶ୍ରୀଲଙ୍କା ଅନୁରୋଧ କରିଛି ।

ମିତ୍ର ଦେଶ ଗୁଡ଼ିକୁ ସାହାଯ୍ୟ କରିବାକୁ କହିବା ପାଇଁ ଭାରତକୁ ଅନୁରୋଧ କରିଛି ଶ୍ରୀଲଙ୍କା । ଜାପାନ ଭଳି ଦେଶକୁ କ୍ରେଡିଟ ଲାଇନ ଜରିଆରେ ଶ୍ରୀଲଙ୍କାକୁ ସାହାଯ୍ୟ କରିବାକୁ କହିଛି ଦ୍ୱୀପ ଦେଶ । ଏହି ଅନୁରୋଧରେ ମଧ୍ୟ ଭାରତ ସହମତି ପ୍ରକାଶ କରିଥିବା ଜଣାପଡ଼ିଛି ।

ପୂର୍ବରୁ ଶ୍ରୀଲଙ୍କାକୁ ଆର୍ଥିକ ସାହାଯ୍ୟ କରିବାରେ ଭାରତ ସର୍ବାଗ୍ରେ । ତୈଳ ଇନ୍ଧନ, ରନ୍ଧନ ଗ୍ୟାସ୍, ଖାଦ୍ୟ ଏବଂ ଔଷଧ କ୍ଷେତ୍ରରେ ଭାରତ ବିପୁଳ ସାହାଯ୍ୟ କରି ଚାଲିଛି । ଆଇଏମଏଫରୁ ଆର୍ଥିକ ସାହାଯ୍ୟ ମିଳିବା ପର୍ଯ୍ୟନ୍ତ ଭାରତ ଶ୍ରୀଲଙ୍କା ସହିତ ରହିବ ବୋଲି ଏକ ପ୍ରକାଶ ପ୍ରତିଶୃତ ଦିଆଯାଇଥିବା କଥା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି ।

ଏନେଇ ଆସନ୍ତା ଦିନରେ ଦୁଇ ଦେଶର ଅର୍ଥମନ୍ତ୍ରୀ ୱାଶିଂଟନ ଡିସି ରେ ଆଲୋଚନା କରିବେ ବୋଲି ଜଣାପଡ଼ିଛି ।

Leave A Reply

Your email address will not be published.