Latest Odisha News

BREAKING NEWS

ପ୍ରକାଶ ପାଇବ NEET-UG ଫଳାଫଳ: ସୁପ୍ରିମକୋର୍ଟ

ଦିଲ୍ଲୀ: ପ୍ରକାଶ ପାଇବ ନିଟ୍-ୟୁଜି ଫଳାଫଳ। ଏନେଇ ସୁପ୍ରିମକୋର୍ଟ ୧୬ଲକ୍ଷ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳାଫଳକୁ ଘୋଷଣା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବମ୍ବେ ହାଇକୋର୍ଟଙ୍କ ନିଷ୍ପତି ଉପରେ ରୋକ ଲଗାଇଦେଇଛନ୍ତି ସୁପ୍ରିମକୋର୍ଟ। ନିକଟରେ ବମ୍ବେ ହାଇକୋର୍ଟ ୨ଛାତ୍ରଙ୍କୁ ପୁଣି ଥରେ ପରୀକ୍ଷା ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଯାହାଫଳରେ ସମସ୍ତ ଛାତ୍ରଛାତ୍ରୀଙ୍କ ରେଜଲ୍ଟ ସ୍ଥଗିତ ରଖାଯାଇଥିଲା।

୨ଜଣ ଛାତ୍ରଛାତ୍ରୀଙ୍କ ପାଇଁ ରେଜଲ୍ଟକୁ ଅଟକାଯାଇପାରିବନି। କାରଣ ୧୬ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଫଳକୁ ଅପେକ୍ଷା କରି ରହିଛନ୍ତି। ତେଣୁ ସମସ୍ତଙ୍କୁ ଦୃଷ୍ଟିରେ ରଖି ଏହାକୁ ସନ୍ତୁଳିତ କରିବାକୁ ପଡ଼ିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି। କୋର୍ଟ କହିଛନ୍ତି, ପରବର୍ତ୍ତୀ ଶୁଣାଣି ଦୀପାବଳି ପରେ ହେବ। ୨ଛାତ୍ରଙ୍କୁ ଆଉ ଥରେ ପରୀକ୍ଷା ଦେବା ନିଷ୍ପତିରେ ରୋକ ଲାଗୁ। ଏହା ଭୁଲ ସନ୍ଦେଶ।

ସୂଚନା ଅନୁଯାୟୀ, ଦୁଇ ଜଣ ଛାତ୍ର ନିଟ୍ ପରୀକ୍ଷାରେ ତାଙ୍କର ବୁକଲେଟ୍ ଏବଂ ଓଏମଆର୍ ସିଟରେ ହେରଫେର ହେବା ପରେ ସେପ୍ଟେମ୍ବର ୧୨ତାରିଖରେ ବମ୍ବେ ହାଇକୋର୍ଟରେ ଫଳାଫଳ ଘୋଷଣା ନକରିବାକୁ ନିର୍ଦ୍ଦେଶ ଦେଇଥିଲେ। ବମ୍ବେ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ନିଟ୍ ଫଳାଫଳ ବିଳମ୍ବ ହେବା ଯୋଗୁଁ ଏମବିବିଏସ୍, ବିଡ଼ିଏସ, ବିଏଏମଏସ ଭଳି ପାଠ୍ୟକ୍ରମରେ ଆଡ଼ମିଶନରେ ବିଳମ୍ବ ହେବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଥିଲା। ଏହି ଆବେଦନର ଆଜି ସୁପ୍ରିମକୋର୍ଟଙ୍କ ତିନି ଜଣିଆ ଖଣ୍ଡପୀଠ ଜଷ୍ଟିସ ଏନ୍.ନାଗେଶ୍ୱର ରାଓ, ଦିନେଶ ମହେଶ୍ୱରୀ ଏବଂ ବିଆର୍ ଗୱଇ ଶୁଣାଣି କରିଛନ୍ତି।

Leave A Reply

Your email address will not be published.