Latest Odisha News

ପିଏମ ସୁରକ୍ଷା ତ୍ରୁଟି ପରେ ସତଲୁଜ ନଦୀରୁ ମିଳିଲା ପାକିସ୍ତାନ ବୋଟ

ଫିରୋଜପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷା ବ୍ୟବସ୍ଥା ତ୍ରୁଟି ନେଇ ହଇଚଇ ସୃଷ୍ଟି ହୋଇଥିବା ବେଳେ ଆଜି ଫିରୋଜପୁର ନିକଟସ୍ଥ ସତଲୁଜ ନଦୀରେ ପାକିସ୍ତାନର ଏକ ବୋଟ ମିଳିଛି । ୨ ଦିନ ପୂର୍ବରୁ ଯେଉଁଠାରେ ପ୍ରଧାନମନ୍ତ୍ରୀ ଫସିଥିଲେ, ସେ ସ୍ଥାନରୁ ଅଳ୍ପ ଦୂରରେ ସନ୍ଦିଗ୍ଧ ବୋଟ ମିଳିଥିବାରୁ ଗୋଇନ୍ଦା ବିଭାଗ ଏହା ପଛରେ କିଛି ଷଡଯନ୍ତ୍ର ଥିବା ଆଶଙ୍କା କରୁଛି । ବିଏସଏଫ ସମ୍ପୂର୍ଣ୍ଣ ଅଂଚଳରେ ସର୍ଚ୍ଚ ଅପରେଶନ ଜାରୀ ରଖିଛି ।

BjdElectrycity

ଏହା ମାଧ୍ୟମରେ ଆତଙ୍କବାଦୀ ଭାରତୀୟ ସୀମାରେ ପ୍ରବେଶ କରିଥିବା ନେଇ ସନ୍ଦେହ ସୃଷ୍ଟି ହେଉଛି । ତେବେ ଏ ପର୍ଯ୍ୟନ୍ତ ବିଏସଏଫ ପକ୍ଷରୁ କୌଣସି ତଥ୍ୟ ହସ୍ତଗତ ହୋଇ ନାହିଁ । ପାକିସ୍ତାନ ସୀମା ନିକଟରେ ଥିବା ଫିରୋଜପୁର ସର୍ବଦା ଏକ ସମ୍ବେଦନଶୀଳ ସ୍ଥାନ ହୋଇ ରହି ଆସିଛି । ଏଠାରେ ଅନେକ ଥର ପୋଲିସ ଟିଫିନ ବୋମା ଓ ହ୍ୟାଣ୍ଡ ଗ୍ରେନେଡ ଜବତ କରିଛି ।

Leave A Reply

Your email address will not be published.