Latest Odisha News

BREAKING NEWS

ବିମାନ ଯାତ୍ରୀଙ୍କ ପାଇଁ ଗାଇଡ଼ଲାଇନରେ ସଂଶୋଧନ କଲା ବିଏମସି

ଭୁବନେଶ୍ୱର: ଓମିକ୍ରନ ଭୟାବହତାକୁ ଦେଖି ବିଏମସି ବିଜୁ ପଟ୍ଟନାୟକ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ପାଇଁ ଜାରି କରିଥିବା ଗାଇଡ଼ଲାଇନରେ ସଂଶୋଧନ କରିଛନ୍ତି । ୭୨ଘଣ୍ଟା ପୂର୍ବ ଆରଟିପିସିଆର ଟେଷ୍ଟ ଯାତ୍ରୀଙ୍କୁ ଛାଡ଼ି ଅନ୍ୟ ସମସ୍ତଙ୍କ ଟେଷ୍ଟ ହେବ । ନେଗେଟିଭ ରିପୋର୍ଟ ଥିଲେ ଯାତ୍ରୀଙ୍କୁ ଛଡ଼ାଯିବ ।

କୌଣସି ଯାତ୍ରୀଙ୍କଠାରେ କରୋନା ଲକ୍ଷଣ ଦେଖାଦିଏ, ତାହେଲେ ସେମାନଙ୍କୁ ଆଇସୋଲେସନରେ ରଖାଯିବ ।ଏହାସହ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ ବୋଲି ସଂଶୋଧିତ ଗାଇଡ଼ଲାଇନରେ ବିଏମସି ଦର୍ଶାଇଛି ।

ଗୁରୁବାର ଜାରି ହୋଇଥିବା ଗାଇଡ଼ଲାଇନରେ ସମସ୍ତ ଯାତ୍ରୀଙ୍କ ଆରଟିପିସିଆର ଟେଷ୍ଟ କରାଯିବ ବୋଲି କୁହାଯାଇଥିଲା । ହେଲେ ଏଥିରେ ଏବେ ପରିବର୍ତ୍ତନ କରାଯାଇଛି । ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବା ଦେଖି ପୁଣି ନିୟମକୁ କଡ଼ାକଡ଼ି କରାଯାଇଛି ।

Leave A Reply

Your email address will not be published.