Latest Odisha News

BREAKING NEWS

ରାଉରକେଲାରେ ସ୍ଥାପିତ ହେବ ‘ଟୁଲ ରୁମ ଟ୍ରେନିଙ୍ଗ ସେଣ୍ଟର୍‌’

ଭୁବନେଶ୍ୱର: ରାଉରକେଲାରେ ଟୁଲ ରୁମ ଟ୍ରେନିଙ୍ଗ ସେଣ୍ଟର ଖୋଲିବାକୁ ନେଇ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଏନେଇ ସୂକ୍ଷ୍ମ, ଲଘୁ, ମଧ୍ୟମ ଉଦ୍ୟୋଗ ଏବଂ ମସô୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ମନ୍ତ୍ରୀ ପ୍ରତାପ ଷଡଙ୍ଗୀ ସୂଚନା ଦେଇଛନ୍ତି ।

ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା ପରେ ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି, “ ଏଥିପାଇଁ କେନ୍ଦ୍ର ୨୦୦ କୋଟି ଟଙ୍କା ଖର୍ଚ୍ଚ କରିବ ଓ ରାଜ୍ୟ ସରକାର ଆବଶ୍ୟକୀୟ ଜମି ଯୋଗାଇଦେବେ ।”

ଓଡିଶାର ବ୍ରହ୍ମପୁର, କେଉଁଝର, କଳାହାଣ୍ଡି ଓ ବାଲେଶ୍ୱରରେ ଟୁଲ ରୁମ ଟ୍ରେନିଙ୍ଗ ସେଣ୍ଟର ଏକ ୟୁନିଟ ତିଆରି ହେବ । ପ୍ରତ୍ୟେକ ୟୁନିଟ ପାଇଁ ଖର୍ଚ୍ଚ ହେବ ୨୦ କୋଟି ଟଙ୍କା । ସାରା ଦେଶରେ ୨୨୬ଟି ଏମଏସଏମଇ କ୍ଳଷ୍ଟର ସ୍ଥାପନ କରିବାର ନିଷ୍ପତ୍ତି କେନ୍ଦ୍ର ନେଇଛି ବୋଲି ପ୍ରତାପ ଷଡଙ୍ଗୀ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି କି, “ଓଡିଶାର ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକରେ ଅବ୍ୟବହୃତ ହୋଇ ପଡିରହିଥିବା ୬୭୦୦ ଏକର ଜମିରେ ମାଛ ଚାଷ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ହୋଇଛି ଏବଂ ସେ ଏଥିରେ ଏକମତ ଅଛନ୍ତି ।”

Leave A Reply

Your email address will not be published.