Latest Odisha News

BREAKING NEWS

ମୟୁରଭଞ୍ଜର ଏକାଧିକ ବେଆଇନ ବାଣ କାରଖାନା ଉପରେ ପୋଲିସର ଚଢ଼ାଉ

ମୟୁରଭଞ୍ଜ: ମୟୁରଭଞ୍ଜ ଜିଲ୍ଲା ବାଛୁରିପଡା ଅଞ୍ଚଳରେ ଥିବା ଏକାଧିକ ବେଆଇନ ବାଣ କାରଖାନା ଗୁଡିକ ଉପରେ ବାଇସିଙ୍ଗା ପୋଲିସ ଶୁକ୍ରବାର ଦିନ ଚଢ଼ାଉ କରିଛି ।

BjdElectrycity

ମିଳିଥିବା ସୂଚନା ଅନୁସାରେ, ପ୍ରାୟ ୧ କୁଇଣ୍ଟାଲ ଓଜନର ବିସ୍ଫୋରକ ଏବଂ ୧୦୦ କେଜିର ବାଣ ସହ ବହୁଳ ପରିମାଣରେ କଞ୍ଚା ମାଲ ପୋଲିସ ଜବତ କରିଛି । ଏହି ଘଟଣା ସହ ସମ୍ପୃକ୍ତ ଥିବା ଦୁଇ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି । ଗିରଫ ବ୍ୟକ୍ତି ଦ୍ୱୟ ବିରେନ ସାହୁ ଓ ଲକ୍ଷ୍ମୀଧର ସାହୁ ବୋଲି ଚିହ୍ନଟ ହୋଇଛନ୍ତି ।

ଆହୁରି ମଧ୍ୟ ୨୦ କେଜି ହ୍ଵାଇଟ ପାଉଡର, ୩୦ କେଜି ବ୍ଲାକ ପାଉଡର, ୧୦ କେଜି ସିଲଭର ପାଉଡର, ୫ କୁଇଣ୍ଟାଲ ପ୍ରସ୍ତୁତ ହୋଇଥିବା ବାଣ ଓ ୩ କୁଇଣ୍ଟାଲ ବାଣ ତିଆରି କରିବାକୁ ଆବଶ୍ୟକୀୟ ପଦାର୍ଥ ମାନ ଅଭିଯୁକ୍ତଙ୍କ ଘରୁ ପୋଲିସ ଜବତ କରିଛି ।

ଏହାଛଡା ବାଛୁରିପଡା ଅଞ୍ଚଳରୁ ଏକ ଟ୍ରକ ମଧ୍ୟ ପୋଲିସ୍ ଜବତ୍ କରିଛି ଯେଉଁଥିରେ ହ୍ଵାଇଟ୍ ପାଉଡ଼ର, ବ୍ଲାକ ପାଉଡର ସିଲଭର ପାଉଡର, ଆଇରନ ଡ଼ଷ୍ଟ, ୟେଲୋ ପାଉଡର ଓ ଅନ୍ୟାନ୍ୟ ବାଣ ତିଆରି ସାମଗ୍ରୀ ମାନ ଥିଲା । ଟ୍ରକ ଡ୍ରାଇଭର ଘଟଣା ସ୍ଥଳରୁ ଫେରାଇ ହୋଇଯାଇଛି ।

Leave A Reply

Your email address will not be published.