ନୂଆଦିଲ୍ଲୀ: ପାକିସ୍ତାନକୁ ସର୍ଜିକାଲ୍ ଷ୍ଟ୍ରାଇକ ଭୟ । ପୁଣି ଥରେ ଭାରତ ସର୍ଜିକାଲ ଷ୍ଟ୍ରାଇକ୍ କରିପାରେ । ଏନେଇ ନିଜ ଦେଶର ସେନାକୁ ସଜାଗ ରହିବାକୁ କହିଛି । ଏନେଇ ପାକିସ୍ତାନ ମିଡିଆରେ ଖବର ପ୍ରକାଶ ପାଇଛି । ପାକିସ୍ତାନର ଅଗ୍ରଣୀ ଖବରକାଗଜ ‘ଏକ୍ସପ୍ରେସ ଟ୍ରିବ୍ୟୁନ’ କହିଛି ଯେ ଦିଲ୍ଲୀରେ ଚାଲିଥିବା କୃଷକ ଆନ୍ଦୋଳନରୁ ଧ୍ୟାନ ହଟାଇବା ପାଇଁ ଭାରତ ସର୍ଜିକାଲ ଷ୍ଟ୍ରାଇକ କରିପାରେ।
ଏନେଇ ପାକିସ୍ତାନ ଗୁଇନ୍ଦା ସଂସ୍ଥା ସତର୍କ କରାଇଛି । ଖବରକାଗଜରେ ଉଲ୍ଲେଖ ରହିଛି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ କୃଷକଙ୍କ ଆନ୍ଦୋଳନକୁ ଦୁର୍ବଳ କରିବା ପାଇଁ କିଛ ବି କରିପାରନ୍ତି । ଶିଖ ଚାଷୀଙ୍କ ନେତୃତ୍ୱରେ ଚାଲିଥିବା ଆନ୍ଦୋଳନ ଦ୍ୱାରା ଖାଲିସ୍ତାନୀ ଆନ୍ଦୋଳନକୁ ଇନ୍ଧନ ମିଳୁ ବୋଲି ଭାରତ ଚାହୁଁନାହିଁ।
ଗୁଇନ୍ଦା ସୂଚନା ଆଧାରରେ ପାକିସ୍ତାନ ନିୟନ୍ତ୍ରଣ ରେଖା ଓ ଭାରତ-ପାକିସ୍ତାନ ସୀମାରେ ନିଜ ସୈନିକଙ୍କୁ ହାଇ ଆଲର୍ଟରେ ରହିବାକୁ କହିଛି । ଭାରତର ଯେକୌଣସି ପ୍ରକାର ଦୁଃସାହସକ କଡ଼ା ଜବାବ ଦେବାକୁ ପ୍ରସ୍ତୁତ ରହିବା ପାଇଁ କହିଛି ପାକିସ୍ତାନ ସେନା । ସେହିପରି ପାକିସ୍ତାନ ଖବରକାଗଜ ଜିଓ ନ୍ୟୁଜରେ ବି ଏସମ୍ପର୍କିତ ଖବର ପ୍ରକାଶିତ ହୋଇଛି । ଜିଓ ନ୍ୟୁଜ ଲେଖିଛି, ଭାରତ ଏହାର ଆଭ୍ୟନ୍ତରୀଣ ତଥା ବାହ୍ୟ ସମସ୍ୟାରୁ ଦୂରେଇ ରହିବା ପାଇଁ ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ୍ କରିପାରେ।
Comments are closed.