Latest Odisha News

BREAKING NEWS

ରେଡଫୋର୍ଟ ନୂଆ ଲାଇଟ ଆଣ୍ଡ ସାଉଣ୍ଡ ସୋ’ରୁ ବାଦ ପଡିଲେ ନେହରୁ ଓ ଗାନ୍ଧୀ

ନୂଆଦିଲ୍ଲୀ: ନୂଆଦିଲ୍ଲୀ ରେଡଫୋର୍ଟରେ ଉଦଘାଟିତ ନୂଆ ସାଉଣ୍ଡ ସୋରୁ ବାଦ ପଡିଛନ୍ତି ନେହେରୁ ଓ ଗାନ୍ଧୀ  । ରେଡଫୋର୍ଟରେ ଉଦଘାଟିତ ହୋଇଯାଇଛି  ଜୟ ହିନ୍ଦ ନାମକ ନୂତନ ଆଲୋକ ଏବଂ ସାଉଣ୍ଡ ସୋ’ । ହେଲେ ଏହି ସୋରୁ ବାଦ ପଡିଛି, ଜବାହରଲାଲ ନେହେରୁ ଏବଂ ମହାତ୍ମା ଗାନ୍ଧୀ ।  ଅନ୍ୟପକ୍ଷେ ମରାଠା ଏବଂ  ନେତାଜୀ ସୁବାସ ଚନ୍ଦ୍ର ବୋଷଙ୍କ ଇଣ୍ଡିଆନ ନାଶନାଲ ଆର୍ମି ବେଶି ଗୁରୁତ୍ୱ ପାଇଛି ।

ରେଡ୍ ଦୁର୍ଗରେ ଲାଇଟ୍ ଏବଂ ସାଉଣ୍ଡ୍ ସୋ ଆଜିର ନୁହେଁ ।  ୧୯୭୦ଦଶକରୁ ଏହା ଚାଲି ଆସୁଛି । ଏହି ସୋରେ  ଭୋଳା ଭୋଇ ଦେଶାଇ ଏବଂ ଜବାହରଲାଲ୍ ନେହେରୁଙ୍କୁ ଦେଖିବାକୁ ମିଳୁଥିଲା ।  ହେଲେ ଏହି ନୂଆ ସୋ’ରେ ଏହି ଦୃଶ୍ୟ ହଜିଯାଇଛି।

ସେହିଭଳି, ପୂର୍ବରୁ ପ୍ରଥମ ସ୍ୱାଧୀନତା ସଂଗ୍ରାମ ୧୮୫୭ର ସିପାହୀ  ବିଦ୍ରୋହକୁ  ଆଲୋକମାଳାରେ ଦେଖିବାକୁ ମିଳୁଥିଲା । ଏଥରେ  ଗାନ୍ଧୀଙ୍କ ଉଦ୍ଦେଶ୍ୟରେ ହିନ୍ଦୀରେ ଲେଖାଯାଇଥିଲା “ନଏ ଜାୱାଲା ଫୁଟ୍ ନିକଲି, ଜିସକା ନାମ ଥା ମୋହନ ଦାସ କରମ ଚାନ୍ଦ ଗାନ୍ଧୀ”  ।  (ଏକ ନୂତନ ଚମକ ଆସିଥିଲା, ଯାହାର ନାଁ ଥିଲା ମୋହନ ଦାସ କରମ ଚାନ୍ଦ ଗାନ୍ଧୀ) ।

ହେଲେ ଏବେ ନୂଆା ସୋରେ ଏହା ଦେଖିବାକୁ ମିଳିବନି । ଏହା ବଦଳରେ ନୂଆ ସୋରେ କେବଳ ମହାତ୍ମାଗାନ୍ଧୀଙ୍କ ସହ କେତେଜଣ ସ୍ୱାଧୀନତା ସଂଗ୍ରାମୀଙ୍କୁ । ଅନ୍ୟପକ୍ଷେ  ଏହି ସୋରେ ଦୀର୍ଘ ସମୟ ଧରି ମରାଠାମାନଙ୍କ ସଫଳତା ଉପରେ ନୃତ୍ୟ ମାଧ୍ୟମରେ ଦେଖିବାକୁ ମିଳିଛି ।

ତେବେ କାହିଁକି ଏମିତି କରାଗଲା ? ଏହି ସୋରୁ ନେହେରୁ ଓ ଗାନ୍ଧିଙ୍କ ତଥ୍ୟକୁ କାହିଁକି ବାଦ ଦିଆଗଲା ? ଏଏସଆଇ (Archeological Survey of India) ପକ୍ଷରୁ କୁହାଯାଇଥିଲା, ପୁରୁଣା ଥିମ ଇଣ୍ଡିଆନ ଟ୍ୟୁରିଜିମ ଡେଭଲପେମେଣ୍ଟ କର୍ପୋରେଶନର ଥିବାବେଳଳେ ନୂଆ ଥିମ ଡାଲମିଆ ଗ୍ରୁପର ଥିଲା । ତେବେ ଡାଲମିଆ ଗ୍ରୁପର ଏହି ତଥ୍ୟରେ ପ୍ରକୃତ ଇତିହାସ ଅଛି କି ନାହିଁ ଏବଂ ସମୟାନୁସାରେ ଏହାକୁ ସ୍ଥାନିତ କରାଯାଇଛି କି ନାହିଁ ତାହା ଏଏସଆଇର ତତ୍ତ୍ୱରବଧାନରେ ହୋଇଥିଲା ।

ଯେତେବେଳେ ନେହେରୁ ଏବଂ ଗାନ୍ଧୀ ରେଫରେନ୍ସ ଛାଡିବା ବିଷୟରେ ଅନୁସନ୍ଧାନ କରାଯାଇଥିଲା, ସେତେବେଳେ ପ୍ରତ୍ନତାତ୍ତ୍ୱିକ ସର୍ଭେ ଅଫ୍ ଇଣ୍ଡିଆରୁ ପ୍ରକାଶ ହୋଇଥିଲା ଯେ ଭାରତୀୟ ପର୍ଯ୍ୟଟନ ବିକାଶ ନିଗମ ପୁରୁଣା ଶୋ’କୁ ସଂକଳ୍ପବଦ୍ଧ କରିଥିଲା ।
Leave A Reply

Your email address will not be published.