Latest Odisha News

BREAKING NEWS

ବାରବାଟୀରେ ଫ୍ଲଡଲାଇଟ ଅଚଳ ଘଟଣାରେ ବିସିସିଆଇକୁ ଟ୍ରୋଲ୍ କଲେ ପାକିସ୍ତାନୀ

ନୂଆଦିଲ୍ଲୀ: କଟକର ବାରବାଟୀ ଷ୍ଟାଡିୟମରେ ଭାରତ-ଇଂଲଣ୍ଡ ମଧ୍ୟରେ ମ୍ୟାଚ ଚାଲିଥିବା ବେଳେ ହଠାତ୍ ଲାଇଟ୍ ଲିଭିଯିବାରୁ ମ୍ୟାଚ୍ କିଛି ସମୟ ପାଇଁ ବନ୍ଦ ରହିଥିଲା। ଏହି ଘଟଣାକୁ ନେଇ ପ୍ରଶଂସକମାନେ ବିସିସିଆଇକୁ ଟ୍ରୋଲ୍ କରିଥିଲେ।

ପଡ଼ୋଶୀ ଦେଶ ପାକିସ୍ତାନର ଲୋକମାନେ ମଧ୍ଯ ସୋସିଆଲ ମିଡିଆରେ ଫ୍ଲଡ୍ ଲାଇଟ୍ ଭାଙ୍ଗିବା ଉପରେ କମେଣ୍ଟ କରିଛନ୍ତି। କାରଣ ଗତ ଶନିବାର ଅର୍ଥାତ୍ ଫେବୃଆରୀ ୮ରେ ଲାହୋରର ଗଦ୍ଦାଫି ଷ୍ଟାଡିୟମରେ ଟ୍ରାଇ-ସିରିଜ ଭାବେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ମ୍ୟାଚ୍ ଖେଳାଯାଇଥିଲା। ଏହି ମ୍ୟାଚରେ ନ୍ୟୁଜିଲାଣ୍ଡର ରଚିନ ରବିନ୍ଦ୍ର ଏକ କ୍ୟାଚ୍ ଧରିବାକୁ ଯିବାବେଳେ ତାଙ୍କ ଆଖିରେ ଆଘାତ ଲାଗିଥିଲା।

ଅଧିକ ପଢନ୍ତୁ- ଫ୍ଲଡ ଲାଇଟରେ ତ୍ରୁଟି; ଅଧାରେ ଅଟକିଲା ବାରବାଟୀ ମ୍ୟାଚ୍

ରଚିନ ଆହାତ ହେବାପରେ ସୋସିଆଲ ମିଡିଆରେ ଫ୍ଯାନ୍ସମାନେ ଗଦ୍ଦାଫି ଷ୍ଟାଡିୟମର ଖରାପ ଆଲୋକୀକରଣକୁ ନେଇ ଖୁବ୍ ଟ୍ରୋଲ୍ କରିଥିଲେ। ଆଉ ଏବେ ବାରବାଟୀ ଷ୍ଟାଡିୟମରେ ହୋଇଥିବା ଘଟଣାକୁ ନେଇ ସୋସିଆଲ ମିଡିଆରେ ପାକିସ୍ତାନୀ ୟୁଜର୍ସ ମାନେ ବିସିସିଆଇକୁ ଟ୍ରୋଲ୍ କରିବାକୁ ପାଇନାହାନ୍ତି।

ଜଣେ ୟୁଜର୍ସ କମେଣ୍ଟ କରିଛନ୍ତି ଯେ “ଏହା ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ବୋର୍ଡ।” ବିସିସିଆଇ ପାଇଁ ଅତ୍ଯନ୍ତ ଲଜ୍ଜାଜନକ ପରିସ୍ଥିତି। ଗତକାଲି ସେମାନେ ଗଦ୍ଦାଫିର ଫ୍ଲଡଲାଇଟକୁ ସମାଲୋଚନା କରୁଥିଲେ। ଆଉ ଆଜି ସେମାନଙ୍କ ଫ୍ଲଡଲାଇଟ୍ ଗୁଡ଼ିକ ଲିଭିଯାଇଛି।

Comments are closed.