Latest Odisha News

ସିଏଏ ଲାଗୁ ହେବା ପରେ ଉତ୍ସବ ମନାଉଛନ୍ତି ପାକିସ୍ତାନୀ ଶରଣାର୍ଥୀ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଦ୍ବାରା ଦେଶରେ ସିଏଏ ଲାଗୁ କରାଯାଇଛି । ଏହା ଲାଗୁ ହେବା ପରେ ରାଜସ୍ଥାନ, ପଶ୍ଚିମବଙ୍ଗ ପରି ରାଜ୍ୟରେ ରହୁଥିବା ପାକିସ୍ତାନୀ ଶରଣାର୍ଥୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ଅନେକ ସ୍ଥାନରେ ଶରଣାର୍ଥୀ ଭାରତ ମାତା କି ଜୟ, ନରେନ୍ଦ୍ର ମୋଦୀ ଜିନ୍ଦାବାଦ ନାରା ଦେଇ ସିଏଏ ଲାଗୁକୁ ନେଇ ଖୁସି ଜାହିର କରିଛନ୍ତି । ଖାଲି ଏତିକି ନୁହେଁ ଶରଣାର୍ଥୀମାନେ ବାଜା ବଜାଇବା ସହ ବାଣ ଫୁଟାଇ ଖୁସି ମନାଇଛନ୍ତି ।

ଜାତୀୟ ଗଣମାଧ୍ୟମ ସୂଚନା ଅନୁସାରେ ରାଜସ୍ଥାନ, ଦିଲ୍ଲୀ, ଗୁଜରାଟ, ଆସାମ ଏବଂ ପଶ୍ଚିମବଙ୍ଗରେ ରହିଥିବା ଶରଣାର୍ଥୀଙ୍କ ଶିବିରରେ ଖେଳିଯାଇଛି ଖୁସିର ଲହରି । ନାଗରିକତ୍ବ ମିଳିବା ଖୁସିରେ ଉତ୍ସବ ମନାଉଛନ୍ତି ।ଜାତୀୟ ପତାକା ହାତରେ ଧରି ଖୁସିରେ ମଜିଯାଇଛନ୍ତି ।

ଏହା ପୂର୍ବରୁ ୨୦୧୯ରେ ବିରୋଧ ପ୍ରଦର୍ଶନ ଦ୍ବାରା ଡିସେମ୍ବରରେ ଭାରତୀୟ ସଂସଦ ଦ୍ବାର ସିଏଏ ଅଧିନିୟମକୁ ମଞ୍ଜୁରୀ ଦିଆଯାଇଛି । ବର୍ତ୍ତମାନ କେନ୍ଦ୍ର ସରକାର ପ୍ରବାସୀମାନଙ୍କୁ ନାଗରିକତ୍ୱ ଦେବାର ପ୍ରତିଶ୍ରୁତି ଉପରେ କାର୍ଯ୍ୟ କରୁଛନ୍ତି। ନିୟମ ଅନୁଯାୟୀ,୨୦୧୪ ପୂର୍ବରୁ ବାଂଲାଦେଶ, ପାକିସ୍ଥାନ ଏବଂ ଆଫଗାନିସ୍ତାନରୁ ଆସିଥିବା ପ୍ରବାସୀମାନେ ନାଗରିକତ୍ୱ ପାଇପାରିବେ ।

ନାଗରିକତା ସଂଶୋଧନ ଅଧିନିୟମ ୨୦୧୯ ଅନୁସାରେ ହିନ୍ଦୁ, ଶିଖ, ଜୈନ, ବୌଦ୍ଧ, ପାରସୀର ଶରଣାର୍ଥୀ ଭାରତର ନାଗରିକତା ପାଇଁ ଆବେଦନ କରିପାରିବେ । ସିଏଏ ଆବେଦନ ପାଇଁ ଭାରତ ସରକାରଙ୍କ ଦ୍ବାରା ଅନଲାଇନ ପୋର୍ଟାଲ କରାଯାଇଛି । ଆବେଦନକାରୀ ନିଜ ମୋବାଇଲ ଫୋନ ଜରିଆରେ ଆବେଦନ କରିପାରିବେ । ଆବେଦନ ସମୟରେ ତାଙ୍କୁ ସେହି ବର୍ଷ ଦେବାକୁ ହେବ ଯେଉଁ ବର୍ଷ ସେ ଭାରତରେ ପ୍ରବେଶ କରିଥିଲ । ଏଥିପାଇଁ ତାଙ୍କୁ କୌଣସି କାଗଜପତ୍ର ମଧ୍ୟ ମଗାଯିବନି ।

Leave A Reply

Your email address will not be published.