Latest Odisha News

BREAKING NEWS

ସମ୍ବଲପୁରରେ ଜାତୀୟ ରାଜପଥ ପ୍ରକଳ୍ପ ପାଇଁ ୩୭୪ କୋଟି ୧୭ ଲକ୍ଷ ଟଙ୍କା ମଞ୍ଜୁର କଲେ କେନ୍ଦ୍ରମନ୍ତ୍ରୀ ନିତୀନ ଗଡ଼କରୀ

ସମ୍ବଲପୁର: ସମ୍ବଲପୁର ଜିଲ୍ଲାରେ ଦୁଇଟି ଜାତୀୟ ରାଜପଥ ପ୍ରକଳ୍ପ ପାଇଁ ୩୭୪ କୋଟି ୧୭ ଲକ୍ଷ ଟଙ୍କା ମଞ୍ଜୁର କଲେ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନିତୀନ ଗଡ଼କରୀ । ଅଇଁଠାପାଲି ଜଙ୍କସନ୍‌ ଠାରେ ୬ ଲେନ୍‌ ବିଶିଷ୍ଟ ୩.୫ କିଲୋମିଟର ଲମ୍ବା ଫ୍ଲାଏଓଭର ଏବଂ ୫୩ ନମ୍ବର ଜାତୀୟ ରାଜପଥ ଉପରେ ଦୁଇ ଲେନ୍‌ ବିଶିଷ୍ଟ ଗୋଟିଏ ସଡ଼କ ଓଭର ବ୍ରିଜ୍‌ ବା ଆରଓବି (ଏଲ୍‌ଏଚ୍‌ଏସ୍‌) ନିର୍ମାଣ କରାଯିବ । ଏନେଇ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ସୂଚନା ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଶ୍ରୀ ଗଡ଼କରୀ ।

କେନ୍ଦ୍ର ମନ୍ତ୍ରୀ, ପ୍ରସ୍ତାବିତ ୬ ଲେନ୍‌ ବିଶିଷ୍ଟ ଫ୍ଲାଏଓଭର ନିର୍ମାଣ ଦ୍ୱାରା ଅଇଁଠାପାଲି ଛକରେ ହେଉଥିବା ଟ୍ରାଫିକ୍‌ ଭିଡ଼ ହ୍ରାସ ପାଇବ । ଏହାବ୍ୟତୀତ, ୫୩ ନମ୍ବର ଜାତୀୟ ରାଜପଥ ଉପରେ ତେଳେଇବଣି-ସମ୍ବଲପୁର ୪ ଲେନ୍‌ ବିଶିଷ୍ଟ ପ୍ରକଳ୍ପରୁ ବାଦ୍‌ ଦିଆଯାଇଥିବା ୨ ଲେନ୍‌ ବିଶିଷ୍ଟ ସଡ଼କ ଓଭର ବ୍ରିଜ୍‌ ପ୍ରକଳ୍ପ ନିର୍ମାଣ କରାଯିବ ।

Leave A Reply

Your email address will not be published.