Latest Odisha News

BREAKING NEWS

ପାନ୍-ଆଧାର ସଂଯୋଗର ଡେଡ ଲାଇନ ଘୋଷଣା କଲେ ସରକାର, ନ କଲେ ଅକାମୀ ହୋଇଯିବ ପାନ୍

ନୂଆଦିଲ୍ଲୀ: ପାନ-ଆଧାର ସଂଯୋଗ କରିବାକୁ ସରକାର ବାଧ୍ୟତାମୂଳକ କରି ଦେଇଛନ୍ତି । ଏଥିପାଇଁ ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ ଡେଡ ଲାଇନ ଦେଇଛନ୍ତି । ମୋଟ ୬୧ କୋଟି ପାନରୁ ୪୮ କୋଟି ପାନ ଆଧାର କାର୍ଡ ସହ ଲିଙ୍କ କରାଯାଇଛି । ମାର୍ଚ୍ଚ ୩୧ ସୁଦ୍ଧା ଯଦି ଆଧାର-ପାନ ସଂଯୋଗ ନ ହେବ ତେବେ କାରବାର ତଥା ଟାକ୍ସ ସମ୍ପନ୍ଧୀୟ କାରବାରରେ ସମସ୍ୟା ଦେଖା ଦେବ ।

ସେଣ୍ଟ୍ରାଲ ବୋର୍ଡ ଅଫ ଡାଇରେକ୍ଟ ଟାକ୍ସେସ (CBDT) ର ଚେୟାର ପର୍ସନ ନିତିନ ଗୁପ୍ତା ରବିବାର କହିଛନ୍ତି, ବର୍ତ୍ତମାନ ସୁଦ୍ଧା  ଅନେକ ପାନ ଆଧାର ସହ ଯୋଡା ଯାଇନାହିଁ । ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ବାକି ସବୁ ପାନ କାର୍ଡ ଆଧାର ସହ ସଂଯୋଜିତ ହୋଇଯିବ ବୋଲି ଆମେ ଆଶା କରୁଛୁ ।

ଅନ୍ୟପକ୍ଷେ ୨୦୨୩ ମାର୍ଚ୍ଚ ୩୧ ସୁଦ୍ଧା ଆଧାର କାର୍ଡ ସହ ସଂଯୋଗ ହୋଇ ନ ଥିବା ପାନ କାର୍ଡକୁ ନିଷ୍କ୍ରିୟ ଘୋଷଣା କରାଯିବ । ଏଥିସହିତ ସରକାର ଏକଥା ମଧ୍ୟ ଘୋଷଣା କରିଛନ୍ତି, ମାର୍ଚ୍ଚ ୩୧ ମଧ୍ୟରେ ଆଧାର-ପାନ ଲିଙ୍କ କରାଇବା ପାଇଁ ୧ ହଜାର ଟଙ୍କା ଶୁଳ୍କ ଦେବାକୁ ପଡିବ ।

ସିବିଡିଟି ମୁଖ୍ୟ  ଆହୁରି କହିଛନ୍ତି, ପାନ-ଆଧାର ଲିଙ୍କ କରାଇବା ପାଇଁ ଲୋକଙ୍କୁ ସଚେତନ କରାଯାଉଛି । ବାରମ୍ବାର ଏହାର ସମୟ ସୀମା ମଧ୍ୟ ବଢାଯାଉଛି । ଯଦି ଏହି ସମୟ ସୀମା ମଧ୍ୟରେ ଯଦି ଆଧାର-ପାନ ସଂଯୋଗ ନ ହେଲା ତେବେ ଟାକ୍ସର ଲାଭ ମିଳିବ ନାହିଁ  । କାରଣ ମାର୍ଚ୍ଚ ୩୧ ଠାରୁ ପାନର ବୈଧତା ଶେଷ ହୋଇଯିବ ।

ସିବିଡିଟି ଗତବର୍ଷ ମଧ୍ୟ  ସ୍ପଷ୍ଟ କରି ଦେଇଥିଲେ,ପାନ ଥରେ ନିଷ୍କ୍ରିୟ ହୋଇଗଲେ ସଂପୃକ୍ତ ବ୍ୟକ୍ତି ଇନକମ ଟାକ୍ସ ନିୟମ ଅନୁଯାୟୀ ଇନକମ ଟାକ୍ସ ରିଟର୍ଣ୍ଣ ଫାଇଲ କରିପାରିବେ ନାହିଁ କିମ୍ବା ପଡି ରହିଥିବା ରିଟର୍ଣ୍ଣ ପ୍ରସେସିଂ ମଧ୍ୟ ହୋଇ ପାରିବ ନାହିଁ ।

 

 

Leave A Reply

Your email address will not be published.