Latest Odisha News

BREAKING NEWS

ମାମୁ ଅମୀରଙ୍କ ପରେ ଏବେ ଭଣଜା ଇମ୍ରାନ ବି ପଡିଛନ୍ତି ପ୍ରେମରେ

ମୁମ୍ବାଇ: ଅମୀର ଖାଁଙ୍କ ପରେ ଏବେ ତାଙ୍କ ଭଣଜା ଇମ୍ରାନ ଖାଁ ମଧ୍ୟ ପ୍ରେମରେ ପଡିଛନ୍ତି । ଇମ୍ରାନ ବଲିଉଡରେ ନିଜ ସ୍ଥିତି ଜାହୀର କରିଥିଲେ ମଧ୍ୟ ହଠାତ ବଲିଉଡରୁ ଦୂରେଇ ଯାଇଥିଲେ । ଏପରିକି ସେ ସୋସିଆଲ ମିଡିଆରେ ମଧ୍ୟ ଦୂରତା ଅବଲମ୍ବନ କରିଥିଲେ । ତେବେ ଦୀର୍ଘ ଦିନ ପରେ ଇମ୍ରାନଙ୍କୁ ଲେଖା ୱାଶିଂଟନଙ୍କ ସହ ଏକତ୍ର ଦେଖିବାକୁ ମିଳିଛି । ଏପରିକି ଉଭୟ ହାତ ଧରାଧରି ହୋଇ ଯାଉଥିଲେ । ପତ୍ନୀ ଅବନ୍ତିକା ମଲିକଙ୍କଠାରୁ ଅଲଗା ହେବା ପରେ ଇମ୍ରାନ ଡିପ୍ରେସନର ଶୀକାର ହୋଇଥିଲେ । ୨୦୧୫ରେ ତାଙ୍କୁ ଶେଷ ଥର ପାଇଁ କଟି ବଟି ଫିଲ୍ମରେ ଦେଖିବାକୁ ମିଳିଥିଲା ।

ନିକଟରେ ସେ ମିଶନ ମାର୍ସି: କ୍ୟାପ ୱାକିଂ ଇଣ୍ଡିଆର ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ । ଏକ ମେଁ ଔର ଏକ ତୁ, ମୁମ୍ବାଇ ଦୋବାରା, ଗୋରୀ ତେରେ ପ୍ୟାର ମେଁ, ମେରେ ବ୍ରଦର କି ଦୁହ୍ଲନ ଓ ଦିଲ୍ଲୀ ବେଲ୍ଲୀ ଭଳି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ରିପୋର୍ଟ ମୁତାବକ ସେ ଏବେ ସ୍କ୍ରିପ୍ଟ ରାଇଟିଂ ଓ ନିର୍ଦ୍ଦେଶନା ଉପରେ ଧ୍ୟାନ ଦେଉଛନ୍ତି ।

Leave A Reply

Your email address will not be published.