Latest Odisha News

ଶୀଘ୍ର କରି ନିଅନ୍ତୁ ଏ କାମ, ନ ହେଲେ ଅଚଳ ହୋଇଯିବ ଆପଣଙ୍କ ପାନ କାର୍ଡ

ନୂଆଦିଲ୍ଲୀ: ବଡ଼ ଧରଣର ଦେଣନେଣ ହେଉ ଅବା ଆୟକର ଦାଖଲ । ଏ ସବୁଥିପାଇଁ ପାନ କାର୍ଡ ଅପରିହାର୍ଯ୍ୟ ଅଟେ । ଏବେ ସରକାର ପାନ କାର୍ଡ ସହ ଆଧାର କାର୍ଡ ଯୋଡ଼ିବାକୁ ଗୁରୁତ୍ୱ ଦେଉଛନ୍ତି । ଯଦି ଆପଣ ୨୦୨୩ ମାର୍ଚ୍ଚ ୩୧ ସୁଦ୍ଧା ଆପଣଙ୍କ ପାନ କାର୍ଡ ସହ ଆଧାର କାର୍ଡକୁ ଲିଙ୍କ୍ କରାଇବେ ନାହିଁ । ତା ହେଲେ ପାନ କାର୍ଡ ଆଉ କାମ କରିବ ନାହିଁ ।

ଆଜି ଆୟକର ବିଭାଗ ପୁଣି ଥରେ ଏକଥା କହିଛି । ଟ୍ୱିଟ୍ କରି ଆୟକର ବିଭାଗ କହିଛି ମାର୍ଚ୍ଚ ୩୧ ପୂର୍ବରୁ ପାନ କାର୍ଡ ସହ ଆଧାର କାର୍ଡ ସଂଯୋଗ କରାଇ ନିଅନ୍ତୁ ।

ଆୟକର ବିଭାଗର ସୂଚନା ଅନୁସାରେ, ପାନ ସହ ଆଧାର ସଂଯୋଗ ନ କଲେ ପାନ କାର୍ଡ କାର୍ଯ୍ୟ କରିବ ନାହିଁ । ଆୟକର ମଧ୍ୟ ଦାଖଲ କରିପାରିବେ ନାହିଁ । ମିଳିବାକୁ ଆୟକର ରିଟର୍ଣ୍ଣ ପାଇବେ ନାହିଁ । ଅଧିକ ପରିମାଣର ଟିକସ କଟିବ ।

ତେବେ ଆଧାର ସହ ପାନକାର୍ଡ କିଭଳି ଲିଙ୍କ୍ କରିବେ ଆସନ୍ତୁ ଜାଣିବା ।..

ଏଥିପାଇଁ ପ୍ରଥମେ https://eportal.incometax.gov.in/ କୁ ଯାଆନ୍ତୁ ।

କ୍ୱିକ୍ ଲିଙ୍କରେ କ୍ଲିକ୍ କରି ଲିଙ୍କ୍ ଆଧାର ବିକଳ୍ପକୁ ବାଛନ୍ତୁ ।

ଏହା ପରେ ଆପଣଙ୍କ ପାନ ଓ ଆଧାର ନମ୍ବର ଦିଅନ୍ତୁ ।

୧ ହଜାର ଟଙ୍କା ଲେଟ୍ ଫି ଦେଇ ଆଧାର ଓ ପାନକୁ ଲିଙ୍କ୍ କରନ୍ତୁ ।

ପେମେଣ୍ଟ ପରେ ପୁଣି ଲିଙ୍କ ଆଧାରକୁ ଯାଇ ଆପଣଙ୍କ ନାଁ, ମୋବାଇଲ୍ ନମ୍ବର ସହ ଆଧାର ଓ ପାନ ନମ୍ବର ଭରନ୍ତୁ ।

ତଥ୍ୟକୁ ଭେରିଫାଏ ପରେ ମୋବାଇଲକୁ ଆସିଥିବା ଓଟିପିକୁ ଦେଇ ସମ୍ବିଟ୍ କରନ୍ତୁ ।

ତେବେ ଏନଆରଆଇ, ୮୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ, ଆସାମ, ମେଘାଳୟ ଏବଂ ଜମ୍ମୁ ଓ କାଶ୍ମୀର ବାସିନ୍ଦାଙ୍କ ଲାଗି ଆଧାର ଓ ପାନ କାର୍ଡ ସଂଯୋଗ ବାଧ୍ୟତାମୂଳକ ନୁହେଁ ।

Leave A Reply

Your email address will not be published.