ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ପାଇଁ ଆଉ ପାଦେ ଆଗେଇଲେ ରାଜ୍ୟ ସରକାର । ନିର୍ବାଚନ ଆୟୋଗଙ୍କ ନିକଟରେ ଖୁବଶୀଘ୍ର ସଂରକ୍ଷଣ ତାଲିକା ଦାଖଲ କରିବେ ସରକାର । ପଞ୍ଚାୟତିରାଜ ବିଭାଗ ଜିଲ୍ଲା ପରିଷଦ ସଂରକ୍ଷଣ ତାଲିକା ପ୍ରକାଶ କରି ସାରିଛି । ଏ ନେଇ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ।
ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି, ଏବେ ସରପଞ୍ଚ ସମିତି ସଭ୍ୟ ତାଲିକା ପ୍ରକାଶ କରାଯିବ ।
ଏନେଇ ସମସ୍ତ ପ୍ରକ୍ରିୟା ଶେଷ କରିଛି ପଞ୍ଚାୟତିରାଜ ବିଭାଗ । ସମସ୍ତ ସଂରକ୍ଷଣ ତାଲିକା ଚୂଡାନ୍ତ କରି ନିର୍ବାଚନ ଆୟୋଗଙ୍କୁ ଦିଆଯିବ । କୋର୍ଟଙ୍କ ନିର୍ଦେଶ ଅନୁସାରେ ସମସ୍ତ ପ୍ରକ୍ରିୟା ହେଉଥିବାରୁ ନିର୍ବାଚନ ତାରିଖ ଘୋଷଣା ବିଳମ୍ବ ହେଉଛି ।
ସଂରକ୍ଷଣ ୫୦ ପ୍ରତିଶତ ଟପିବନି ବୋଲି କୋର୍ଟ ନିର୍ଦେଶ ଦେଇଛନ୍ତି । ତେଣୁ ଏହି ସମସ୍ତ ପ୍ରକ୍ରିୟା ଶେଷ ହେବା ପରେ ନିର୍ବାଚନ ଆୟୋଗ ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା କରିବେ।
Comments are closed.