Latest Odisha News

BREAKING NEWS

ସମିତିସଭ୍ୟ ପ୍ରାର୍ଥୀ ନିଖୋଜ, ପୁସିଂ କାର୍ଡ ଛପାଇବାକୁ ଯାଇ ଫେରି ନାହାନ୍ତି

ଢେଙ୍କାନାଳ: ସମିତିସଭ୍ୟ ପ୍ରାର୍ଥୀ ନିଖୋଜ । ପୁସିଂ କାର୍ଡ ଛପାଇବାକୁ ଯାଇ ଆଉ ଘରକୁ ଫେରି ନାହାନ୍ତି । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ନୂଆଗାଁ ସମିତି ସଭ୍ୟ ପ୍ରାର୍ଥୀ ନିଖୋଜ ହୋଇଥିବା ଅଭିଯୋଗ ହୋଇଛି । ତାଙ୍କ ନାଁ ସୁବ୍ରତ ବେହେରା । ନିଖୋଜ ନେଇ କଣ୍ଟାବଣିଆ ଥାନାରେ ପରିବାର ପକ୍ଷରୁ ଅଭିଯୋଗ ହୋଇଛି ।

ଚିନ୍ତା ପୋଖରୀ ନିକଟ ବାଲିମି ଛାଡ଼ବନ୍ଧରୁ ସୁବ୍ରତରଙ୍କ ବାଇକ୍‌ ଓ ଜୋତା ମିଳିଛି । ତେବେ ସେ କୁଆଡ଼େ ଗଲେ ? କେଉଁଠି ଅଛନ୍ତି ? ନିଖୋଜ ପଛର କରାଣ କଣ ? ଏମିତି ଅନେକ ଅସମାହିତ ପ୍ରଶ୍ନ ଭିତରେ ଛନ୍ଦି ହୋଇଛି ସମିତି ସଭ୍ୟ ପ୍ରାର୍ଥୀ ସୁବ୍ରତଙ୍କ ନିଖୋଜ । ସନ୍ଧାନୀ କୁକର ଜରିଆରେ ପୋଲିସ ତଦନ୍ତ ଚଳାଇଛି ।

Comments are closed, but trackbacks and pingbacks are open.