Latest Odisha News

BREAKING NEWS

ଆଇପିଏଲ: ମିଡିଆ ରାଇଟ୍ସରେ ବିସିସିଆଇ ଆୟ କରିବ ୪୫ ହଜାର କୋଟି !

ମୁମ୍ବାଇ: ଆଇପିଏଲ ୨୦୨୨ର ମେଗା ନିଲାମ ଫେବୃୟାରୀ ୧୨ ଓ ୧୩ରେ ହେବ । ଏହି ଅବସରରେ ୨୦୨୩ରୁ ୨୭ ପର୍ଯ୍ୟନ୍ତ ମିଡିଆ ରାଇଟ୍ସ ନେଇ ମଧ୍ୟ ନିଲାମ ହେବ । ରିପୋର୍ଟ ମୁତାବକ ବିସିସିଆଇ ଏ ବାବଦକୁ ୪୦ ରୁ ୪୫ ହଜାର କୋଟି ଆୟ କରିବା ଲକ୍ଷ୍ୟରେ ରହିଛି । ୧୦ ଫେବୃୟାରୀ ପୂର୍ବରୁ ଇ-ନିଲାମୀ ମାଧ୍ୟମରେ ଟେଣ୍ଡର ମଗାଯିବ । ଏହାର ୪୫ ଦିନ ମଧ୍ୟରେ ନିଲାମ ପ୍ରକ୍ରିୟା ଆୟୋଜିତ କରାଯିବ ।

ଷ୍ଟାର ୨୦୧୮ରେ ଏହି ରାଇଟ୍ସ ୧୬୩୪୭ କୋଟିରେ କିଣିଥିଲା । ବିିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ନିଲାମ ରେଟ ଅଧିକ କରାଯିବା ନେଇ ପୂର୍ବରୁ ସୂଚନା ଦେଇଥିଲେ ।

Comments are closed, but trackbacks and pingbacks are open.