Latest Odisha News

BREAKING NEWS

ମା’ ହେବା ପରେ କାମକୁ ଫେରିଲେ ପ୍ରିୟଙ୍କା ,ପପୁଲାର ମାଗାଜିନର କଭର ପେଜରେ ବୋଲ୍ଡ ଲୁକରେ ନଜର ଆସିଲେ

ମୁମ୍ବାଇ : ବଲିଉଡ୍ ବିୟୁଟି ପ୍ରିୟଙ୍କା ଚୋପ୍ରା ସବୁବେଳେ ଚର୍ଚ୍ଚାରେ ଥାନ୍ତି । ମା’ ହେବା ପରେ ପୁଣି କାମକୁ ଫେରିଛନ୍ତି ପ୍ରିୟଙ୍କା ଚୋପ୍ରା । ଏକ ପପୁଲାର ମାଗାଜିନର କଭର ଫେଜ୍ ଫଟୋସୁଟରେ ପ୍ରିୟଙ୍କା ବୋଲ୍ଡ ଲୁକରେ ନଜର ଆସିଛନ୍ତି ।ଏହି କଭର ଫେଜରେ ପ୍ରିୟଙ୍କାଙ୍କ ଗ୍ଲାମରିଅସ୍ ଲୁକକୁ ଫ୍ୟାନ ମାନେ ମଧ୍ୟ ଖୁବ୍ ପସନ୍ଦ କରିଛନ୍ତି ।

ପ୍ରଫେସନାଲ ଲାଇଫଠାରୁ ପର୍ସିନାଲ ଲାଇଫ୍ ସବୁବେଳେ ଚର୍ଚ୍ଚାରେ ଥାନ୍ତି ପ୍ରିୟଙ୍କା । ନିକଟରେ ୨୨ ଜାନୁଆରୀରେ ପ୍ରିୟଙ୍କା ସରୋଗେସୀ ମା’ ହେଉଛନ୍ତି ବୋଲି ଘୋଷଣା କରିଥିଲେ । ମା’ ହେବାର କିଛି ଦିନ ପରେ ପ୍ରିୟଙ୍କା ମାଗାଜିନ ପାଇଁ ଫଟୋସୁଟ କରିଛନ୍ତି । ପ୍ରିୟଙ୍କାଙ୍କ ଏହି ଫଟୋ ସୁଟ ହାର୍ପର୍ସ ବଜାର ମାଗାଜିନ ପାଇଁ କରିଛନ୍ତି ।

ଏହି ମ୍ୟାଗାଜିନରେ ପ୍ରିୟଙ୍କା ଲାଭେଣ୍ଟର ଓ ୟଲୋ କଲରର ସୁନ୍ଦର ଗାଉନ ପିନ୍ଧିଥିବା ନଜର ଆସିଛନ୍ତି ।ଏହି ଡ୍ରେସରେ କାଫି ବୋଲ୍ଡ ଲାଗୁଛନ୍ତି ପ୍ରିୟଙ୍କା ଚୋପ୍ରା । ଅନ୍ୟପଟେ ପ୍ରିୟଙ୍କା ଏହି ମାଗାଜିନ ବିଷୟରେ ଫ୍ୟାନ ମାନଙ୍କୁ କହିଛନ୍ତି ଏହା ଏକ ପପୁଲାର ମାଗାଜିନ । ଏଥିପାଇଁ ଫଟୋ ସୁଟ କରି ଖୁବ୍ ଖୁସି ଲାଗୁଛି ।କରୋନା ମହାମାରୀ ଆମ ଲାଇଫରେ ସବୁକିଛି ବିଗାଡି ସାରିଛ ।ତଥପି ଆମକୁ ସମୟ ସହ ଆଗକୁ ବଢିବାକୁ ହେବ ବୋଲି ପ୍ରିୟଙ୍କା କହିଛନ୍ତି ।

Comments are closed, but trackbacks and pingbacks are open.