Latest Odisha News

BREAKING NEWS

ଆଜିଠୁ ଆରମ୍ଭ ପଞ୍ଚୁକ; ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର କେଉଁ ଦିନ ହେବ କେଉଁ ବେଶ, ଜାଣନ୍ତୁ

ପୁରୀ:ଆରମ୍ଭ ହୋଇଛି ମହାକାର୍ତ୍ତିକର ପଞ୍ଚୁକ ବ୍ରତ।ସମସ୍ତ ମାସ ମଧ୍ୟରେ ପବିତ୍ରତମ ମାସ ହେଉଛି କାର୍ତ୍ତିକ। ଏହି ମାସରେ ବ୍ରତ ଆଚରଣ କରି ବର୍ଷକ ଯାକ ପାପରୁ ଵ୍ରତଚାରୀ ମାନେ ପବିତ୍ର ହୁଅନ୍ତି । ଏହି ମାସ ମଧ୍ୟରେ ଶ୍ରେଷ୍ଠ ହେଉଛି ଏହାର ଶେଷ ପାଞ୍ଚଦିନ । ଯାହା ପଞ୍ଚୁକ ନାମେ ପରିଚିତ। ଚଳିତ ବର୍ଷ ଛଅ ଦିନିଆ ପଞ୍ଚୁକ ବ୍ରତ ପଡ଼ୁଥିବାରୁ ଅକ୍ଟୋବର ୨୭ରୁ ମହାପ୍ରଭୁଙ୍କ ରାଧା ଦାମୋଦର ବେଶ ଆରମ୍ଭ ହୋଇଛି ।

ପଞ୍ଚୁକ ୫ ଦିନ ପାଞ୍ଚଟି ସ୍ବତନ୍ତ୍ର ବେଶରେ ଦର୍ଶନ ଦେବେ ମହାପ୍ରଭୁ। ପଞ୍ଚୁକର ପ୍ରଥମ ଦିନ ଅର୍ଥାତ ଆଜି ହେବ ଠାକୁରଙ୍କ ଲକ୍ଷ୍ମୀ ନାରାୟଣ ବେଶ।

ପଞ୍ଚୁକର ଦ୍ୱିତୀୟ ଦିନ ଅର୍ଥାତ  ୨୬ ତାରିଖରେ ବାଙ୍କଚୂଡ ବେଶ ବା ବାମନ ବେଶ , ନଭେମ୍ବର ୨୭ରେ ମହାପ୍ରଭୁଙ୍କ ବହୁଚର୍ଚ୍ଚିତ ଦୂର୍ଲଭ ନାଗାର୍ଜୁନ ବେଶ, ୨୮ରେ ତ୍ରିବିକ୍ରମ ବେଶ, ୨୯ରେ ଲକ୍ଷ୍ମୀ-ନୃସିଂହ ବେଶ, ନଭେମ୍ବର ୩୦ରେ ରାଜାଜାଧିରାଜ ବେଶ ଅନୁଷ୍ଠିତ ହେବ।

କାର୍ତ୍ତିକ ମାସ ସହ ପଞ୍ଚୁକ ପାଞ୍ଚଦିନ ନିଷ୍ଠା ଓ ଭକ୍ତିର ସହିତ ମହାପ୍ରଭୁଙ୍କୁ ପୂଜା କଲେ ଅଶେଷ ପୁଣ୍ୟ ସହିତ ଅନ୍ତେ ବୈକୁଣ୍ଠ ପ୍ରାପ୍ତି ହୋଇଥାଏ ।

ଚଳିତ ବର୍ଷ ଛଅ ଦିନିଆ ପଞ୍ଚୁକ ବ୍ରତ ପାଳନ କରିବେ ଶ୍ରଦ୍ଧାଳୁ । ହେଲେ ଚଳିତ ବର୍ଷ କୋଭିଡ୍ ପାଇଁ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ଭକ୍ତ ଦର୍ଶନ କରିପାରିବେ ନାହିଁ।

ଏହି ୫ ଦିନ ବ୍ରତ ପାଳନ କଲେ କାର୍ତିକ ମାସର ପୁଣ୍ୟ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି। ଏଥିପାଇଁ ଲୋକେ ଆମିଷ ପରିହାର କରିବା ସହ ବ୍ରହ୍ମଚାର୍ୟ୍ଯ ପାଳନ ସହ ୫ଟି ବିକାରରୁ ଦୂରେଇ ରହିବାର ବିଧି ରହିଛି। ବିଶ୍ବାସ ଅଛି ଯେ ବଗ ମଧ୍ୟ ଏହି ୫ ଦିନ ଆମିଷ ଛାଡ଼ି ଦିଏ।

କାର୍ତିକ ପଞ୍ଚୁକକୁ ଭୀଷ୍ମପଞ୍ଚକ ମଧ୍ୟ କୁହାଯାଏ। ଭୀଷ୍ମ ଶରଶଯ୍ୟାରେ ଥାଇ ଯେବେ ଜଳ ମାଗିଥିଲେ, ଅର୍ଜୁନ ତୀର ମୁନରେ ମାଟି ବିଦ୍ଧ କରି ଜଳ ପାନ କରାଇଥିଲେ। ସେତେବେଳେ ମହାପ୍ରଭୁ ଶ୍ରୀକୃଷ୍ଣ କହିଥିଲେ, ସୂର୍ଯ୍ୟଙ୍କୁ ଜଳ ଅର୍ପଣ ପରେ ଯଦି ଭୀଷ୍ମଙ୍କ ଉଦ୍ଦେଶ୍ୟରେ ପୁନଃ ଜଳ ଅର୍ପଣ କରାଯାଏ, ତେବେ ତାକୁ ଭଗବାନଙ୍କ ସାନ୍ନିଧ୍ୟ ପ୍ରାପ୍ତି ହେବ।

 

Leave A Reply

Your email address will not be published.