Latest Odisha News

BREAKING NEWS

କେନ୍ଦୁଝରରେ ପ୍ରଥମ ପଜିଟିଭ: କଣ୍ଟେନମେଣ୍ଟ ଜୋନ ଘୋଷଣା ହେଲା ଆନନ୍ଦପୁର ବ୍ଲକର ପଞ୍ଚୁପଲ୍ଲୀ ପଞ୍ଚାୟତ

କେନ୍ଦୁଝର: ଜିଲ୍ଲା ପରେ ଜିଲ୍ଲା ବ୍ୟାପି ଚାଲିଛି କରୋନା। ବୁଧବାର ଦିନ କେନ୍ଦୁଝର ଜିଲ୍ଲାରେ ପ୍ରଥମ କରୋନା ପଜିଟିଭ ଚିହ୍ନଟ ହୋଇଛି । ଏହାର ବିସ୍ତାରରେ ଅଙ୍କୁଶ ଲଗାଇବା ପାଇଁ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକର ପଞ୍ଚୁପଲ୍ଲୀ ପଞ୍ଚାୟତକ ଓ ଏହାର ଆଖପାଖ ଗ୍ରାମ ଯେପରି, ପଞ୍ଚୁପଲ୍ଲୀ, ନୂଆଗାଁ, ପୁଷକୁରା, ବେଉସାହି ଆଦିକୁ ପ୍ରଶାସନ ପକ୍ଷରୁ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରାଯାଇଛି । ଏହାସହ ଆଖପାଖର ୧୧ ଟି ଗାଁକୁ ବଫର ଜୋନ ଘୋଷିତ କରାଯାଇଛି।

ସ୍ଥାନୀୟ ଅଞ୍ଚଳକୁ କଣ୍ଟେନମେଣ୍ଟ ଘୋଷଣା କରିବା ସହ ଏହି ପଞ୍ଚାୟତରେ ଥିବା ୫ଟି ପ୍ରବେଶ ପଥ କୁ ସିଲ କରିଛି ଜିଲ୍ଲା ପ୍ରଶାସନ।

Leave A Reply

Your email address will not be published.