Latest Odisha News

ଆଖି ବୁଜିଲେ ବଲିଉଡର ଦିଗଜ୍ଜ ଅଭିନେତା ରିଷି କପୁର

ମୁମ୍ବାଇ: ଆଖି ବୁଜିଲେ ବଲିଉଡର ଲୋକପ୍ରିୟ ଅଭିନେତା ରିଷି କପୁର ।

ବଲିଉଡର ଲୋକପ୍ରିୟ ଅଭିନେତା ରିଷି କପୁରଙ୍କୁ ବୁଧବାର ବିଳମ୍ୱିତ ରାତିରେ ସ୍ଥାନୀୟ ସାର୍ ଏଚ୍ ଏନ ରିଲାଏନ୍ସ ଫାଉଣ୍ଡେସନ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

୬୭ ବର୍ଷୀୟ ଏହି ତାରକା ପୂର୍ବରୁ କର୍କଟ ରୋଗରେ ପୀଡିତ ଥିବା ବେଳେ ଆଜି ତାଙ୍କର ପରଲୋକ ଘଟିଛି ।

ପ୍ରାୟ ଏକ ବର୍ଷ ଧରି ସେ ଆମେରିକାରେ କର୍କଟ ରୋଗ ପାଇଁ ଚିକିତ୍ସିତ ହେଉଥିଲେ।

ଏହିଭଳି ଇନଫେକ୍ସନ ପାଇଁ ସେ ପୂର୍ବରୁ ଥରେ ଦିଲ୍ଲୀରେ ଏବଂ ଥରେ ମୁମ୍ବାଇରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ଆଜି ତାଙ୍କର ଦେହାନ୍ତ ହୋଇଛି ।

ତାଙ୍କ ବିୟୋଗରେ ବଲିଉଡର ଶୋକର ଛାୟା ଖେଳିଯାଇଛି ।

Comments are closed.