Latest Odisha News

BREAKING NEWS

ଆସନ୍ତା ମାସରୁ ବଢ଼ିବ କ୍ଷୀର, ଛେନାର ଦର

କଟକ: ମେ’ ୧ରୁ ଛେନା ଓ ପନିର ଦର ବଢ଼ିବ। ମଙ୍ଗଳବାର କଟକ ଜିଲ୍ଲା ଦୁଗ୍ଧଜାତ ଦ୍ରବ୍ୟ ବ୍ୟବସାୟୀ ସଙ୍ଘ ଏହି ଘୋଷଣା କରିଛି। ଦର ବୃଦ୍ଧି ପରେ ଛେନା କିଲୋ ପିଛା ୨୦ ଟଙ୍କା, ପନିର କିଲୋ ପିଛା ୩୦ ଟଙ୍କା, ଖୁଆ କିଲୋ ପିଛା ୬୦ ଟଙ୍କା  ବଢ଼ିବ। ଏହି ଦର ବ୍ୟବସାୟୀ ମାନେ କିିଣିବା ବେଳେ ଲାଗୁ ହେବ ବୋଲି ସଙ୍ଘ ପକ୍ଷରୁ କୁହାଯାଇଛି। ନିକଟରେ କ୍ଷୀରର ଦାମ ବଢ଼ିଥିଲା। ଏହାପରେ ଏହିସବୁ କ୍ଷୀରଜାତ ଦ୍ରବ୍ୟର ଦର ବୃଦ୍ଧି ଘୋଷଣା ହୋଇଛି। ଯାହା ଆଗାମୀ ଦିନରେ ସାଧାରଣ ଲୋକଙ୍କ ପକେଟ ଉପରେ ବୋଝ ପକାଇପାରେ।

ସଙ୍ଘ ପକ୍ଷରୁ କୁହାଯାଇଛି, କ୍ଷୀର ଦର ବୃଦ୍ଧି ଯୋଗୁ ପନିର ଓ ଛେନା ଦର ବୃଦ୍ଧି ହୋଇଛି।  ସଙ୍ଘର ସାଧାରଣ ସମ୍ପାଦକଙ୍କ କହିବାନୁସାରେ, କ୍ଷୀର ହେଉଛି ସମସ୍ତ ଦୁଗ୍ଧଜାତ ଦ୍ରବ୍ୟର ମୂଳ ଉପାଦାନ।। କ୍ଷୀର ଦର ବଢ଼ିଲେ ଦୁଗ୍ଧଜାତ ଦ୍ରବ୍ୟର ଦର ବଢ଼ିଥାଏ। ଏବେ ଖୁଚୁରା ଦର ନୁହେଁ ବରଂ ପାଇକାରୀ ଦର ବୃଦ୍ଧି କରାଯାଇଛି।

ଦରବୃଦ୍ଧି ସମ୍ପର୍କରେ ବୁଝାଇବାକୁ ଯାଇ ସେ କହିଛନ୍ତି, ଏକ କିଲୋ ଛେନା ତିଆରି କରିବା ପାଇଁ ପାଞ୍ଚ ଲିଟର କ୍ଷୀର ଦରକାର। ତେଣୁ ଯେତେବେଳେ କ୍ଷୀର ଦର ଲିଟର ପିଛା ୪ ଟଙ୍କା ବଢ଼ିଲା, ଆମେ ବାଧ୍ୟ ହୋଇ ଛେନା ଦର କିଲୋ ପିଛା ୨୦ ଟଙ୍କା ବଢ଼ାଇବା ପାଇଁ ବାଧ୍ୟ ହେଲୁ। ଏହାବ୍ୟତୀତ ପରିବହନ ଖର୍ଚ୍ଚ ମଧ୍ୟ ବୃଦ୍ଧି ପାଇଛି। ଆମେ ଗ୍ରାହକଙ୍କୁ ହଇରାଣ କରିବାକୁ ଚାହୁଁନାହୁଁ, କିନ୍ତୁ ଆମେ ଅସହାୟ । ନିକଟରେ ଓଡ଼ିଶା ରାଜ୍ୟ ସମବାୟ ଦୁଗ୍ଧ ଉତ୍ପାଦକ ମହାସଙ୍ଘ ୨୦୨୩ ଏପ୍ରିଲ ୧ରୁ କ୍ଷୀର ଦର ବୃଦ୍ଧି କରିଛି।

ମହାସଙ୍ଘ ସମସ୍ତ ପ୍ରକାରର କ୍ଷୀର ଉପରେ ଲିଟର ପିଛା ଅଧା ୨ ଟଙ୍କା ବୃଦ୍ଧି କରିଛି। ପ୍ୟାକେଜିଂ, ଲଜିଷ୍ଟିକ୍ସ, ଗୋଖାଦ୍ୟ ଏବଂ ଅନ୍ୟାନ୍ୟ ପରିଚାଳନା ଖର୍ଚ୍ଚରେ ବୃଦ୍ଧି ଯୋଗୁଁ ଏହି ମୂଲ୍ୟ ବୃଦ୍ଧି ଘଟିଛି।

Leave A Reply

Your email address will not be published.