Latest Odisha News

BREAKING NEWS

ଏସ୍‌ଟିଏଫ୍ ପଞ୍ଝାରେ ବଜ୍ରକାପ୍ତା ଗ୍ୟାଙ୍ଗ

ସୁବର୍ଣ୍ଣପୁର: କ୍ରାଇମବ୍ରାଂଚ ଏସ୍‌ଟିଏଫ୍ ପଞ୍ଝାରେ ବଜ୍ରକାପ୍ତା ଗ୍ୟାଙ୍ଗ । ସୁବର୍ଣ୍ଣପୁର ଜିଲ୍ଲା ରାଜକୋଟି ଗାଁରୁ ବଜ୍ରକାପ୍ତା କାତି ଜବତ ହୋଇଛି । ଏହି ଘଟଣାରେ ଏସ୍‌ଟିଏଫ୍ ୨ ବେପାରୀକୁ ଗିରପ କରିଛି । ଦୁଇ ଅଭିଯୁକ୍ତ ହେଲେ ସୋମନାଥ ବ୍ୟାଗ୍ ଓ ମାର୍ସାଲାନ୍ ଭେଙ୍ଗେରା । ଜବତ କାତିର ଓଜନର ୫ କେଜି ରହିଛି ।

ସୂଚନା ଅନୁସାରେ, ଗତକାଲି ଦିନ ଦିପହରେ ଏହି ବଜ୍ରକାପ୍ତା କାତି ବିକ୍ରି କରିବା ପାଇଁ ଅପରାଧୀମାନେ ଯୋଜନା କରୁଥିବା ବେଳେ ଏସ୍‌ଟିଏଫ୍ ଗ୍ରାହକ ହୋଇ ସେମାନଙ୍କୁ ଧରିଛି । ସେମାନଙ୍କୁ ନିକଟରୁ ଗୋଟିଏ ଜୀବନ୍ତ ବଜ୍ରକାପ୍ତା ଓ ୫ କେଜି ବଜ୍ରକାପ୍ତା କାତି ଏବଂ କିଛି ଅପରାଧୀ ସାମଗ୍ରି ଜବତ ହୋଇଛି ।

ଅପରାଧୀଙ୍କୁ ଆଜି ସୁବର୍ଣ୍ଣପୁରର SDJM କୋର୍ଟକୁ ଚାଲାଣ କରାଯିବ। ଜବତ  ପାଙ୍ଗୋଲିନ୍ ମାପକାଠି ୱାଇଲ୍ଡ ଲାଇଫ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ, ରାସାୟନିକ ପରୀକ୍ଷା ପାଇଁ ଦେହରାଡୁନ୍ ଏବଂ ଜୀବନ୍ତ ପାଙ୍ଗୋଲିନ୍ ଜଙ୍ଗଲ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯିବ।

Leave A Reply

Your email address will not be published.