Latest Odisha News

ଦାଦାବଟି ନଦେବାରୁ ଭାଇଭଉଣୀକୁ ହାଣିଦେଲେ

ବ୍ରହ୍ମପୁର: ଦାଦାବଟି ନଦେବାରୁ ଭଉଭଉଣୀଙ୍କ ଉପରେ ଖଣ୍ଡାରେ ଆକ୍ରମଣ । ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହର ଅନ୍ତର୍ଗତ ଲକ୍ଷ୍ମୀ ନୃସିଂହ ସାହିରୁ ଏଭଳି ଅଭିଯୋଗ ଆସିଛି। ଆହତ ଦ୍ୱୟ ହେଲେ-କାଳିଆ ପାତ୍ର ଓ ତାଙ୍କ ଭଉଣୀ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଏମ୍‌କେସିଜି ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ଦାଦାବଟି ନଦେବାରୁ ଭାଇ ଓ ଭଉଣୀଙ୍କୁ ଦୁର୍ବୃତ୍ତ ମାନେ ଖଣ୍ଡାରେ ହାଣିଦେଇଥିବା ଅଭିଯୋଗ ହୋଇଛି ।

ସୂଚନା ଅନୁସାରେ, କାଳିଆ ଜଣେ ଛୋଟ ବ୍ୟବସାୟୀ। ଗତକାଲି ମଧ୍ୟାହ୍ନରେ କାଳିଆ ଘର ପାଖରେ ଥିବାବେଳେ ୫ଜଣ ଯୁବକ ୨ଟି ବାଇକ୍‌ରେ ଆସିଥିଲେ। ଏହାପରେ ମାଉଜର ଦେଖାଇ ସେମାନେ କାଳିଆକୁ ବାଇକରେ ବସିବାକୁ କହିଥିଲେ। ହେଲେ ସେ ମନା କରିବାରୁ ଦୁର୍ବୃତ୍ତମାନେ ଖଣ୍ଡାରେ ଆକ୍ରମଣ କରିଥିଲେ। ଏହି ସମୟରେ ତାଙ୍କ ଭଉଣୀଙ୍କୁ ତାଙ୍କୁ ରକ୍ଷା କରିବାକୁ ଯିବାବେଳେ ଦୁର୍ବୃତ୍ତମାନେ ତାଙ୍କୁ ମଧ୍ୟ ଖଣ୍ଡାରେ ଆକ୍ରମଣ କରିଥିଲେ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

Leave A Reply

Your email address will not be published.