Latest Odisha News

ପିଏମ୍ ମୋଦିଙ୍କ ପାଦ ଛୁଇଁଲେ ପାପୁଆ ନ୍ୟୁ ଗିନି ପ୍ରଧାନମନ୍ତ୍ରୀ ଜେମ୍ସ ମାରାପୋ

ନୂଆଦିଲ୍ଲୀ: ଜାପାନରେ ଜି-୭ ଶିଖର ସମ୍ମିଳନୀରେ ସାମିଲ୍ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାପୁଆ ନ୍ୟୁ ଗିନି ପହଞ୍ଚିଛନ୍ତି । ପାପୁଆ ନ୍ୟୁ ଗିନି ବିମାନବନ୍ଦରରେ ମୋଦି ପହଞ୍ଚିବା ପରେ ସେଠାରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା ।

ପ୍ରଥମଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ପାପୁଆ ନ୍ୟୁ ଗିନି ଗସ୍ତ କରିଥିବା ବେଳେ ମୋଦିଙ୍କୁ ସେଠାକାର ପ୍ରଧାନମନ୍ତ୍ରୀ ଜେମ୍ସ ମାରାପୋ ସ୍ୱାଗତ କରିଥିଲେ । ପାପୁଆ ନ୍ୟୁ ଗିନିର ପରମ୍ପରା ଅନୁସାରେ, ସେଠାରେ କୌଣସି ନେତାଙ୍କୁ ସୂର୍ଯ୍ୟାସ୍ତ ପରେ ବିଦ୍ଧିବଧ ଭାବେ ସ୍ୱାଗତ କରାଯାଏ ନାହିଁ ।

କିନ୍ତୁ ମୋଦି ସୂର୍ଯ୍ୟାସ୍ତ ପରେ ସେଠାରେ ପହଞ୍ଚିବା ପରେ ଜେମ୍ସ ମାରାପୋ ଦେଶର ପରମ୍ପରା ଭାଙ୍ଗିବା ସହ ସ୍ୱାଗତ କରିଛନ୍ତି । ସ୍ୱାଗତ ସମୟରେ ମୋଦିଙ୍କ ପାଇଁ ଛୁଇଁଛନ୍ତି ଜେମ୍ସ ମାରାପୋ । ସେଠାରେ ପ୍ରଧାନମନ୍ତ୍ରୀ ମୋଦି ପ୍ରବାସୀ ଭାରତୀୟଙ୍କ ସହ କଥା ହୋଇଥିଲେ ।

ପାପୁଆ ନ୍ୟୁ ଗିନିରେ ପିଏମ୍ ମୋଦି ଫୋରମ୍ ଫର୍ ଇଣ୍ଡିଆ-ପେସିଫିକ୍ କର୍ପୋରେସନ୍ ସମ୍ମିଳନୀରେ ଯୋଗ ଦେବେ । ଏହି ସମ୍ମିଳନୀରେ ୧୪ଟି ରାଷ୍ଟ୍ରର ନେତା ସାମିଲ୍ ହେବେ । ପାପୁଆ ନ୍ୟୁ ଗିନିରୁ ମୋଦି ସିଧା ଅଷ୍ଟ୍ରେଲିଆ ଯିବେ । ସେଠାରେ ପିଏମ୍ ଅନେକ କାର୍ଯ୍ୟକ୍ରମରେ ଭାଗ ନେବେ ।

Leave A Reply

Your email address will not be published.