Latest Odisha News

BREAKING NEWS

୧୪ଟି ଚୋରି ବାଇକ୍ ଜବତ, ୨ ଚୋର ସହ ୩ ଜଣଙ୍କୁ ବାନ୍ଧିଲା ପୋଲିସ

ପାରାଦୀପ: ଟ୍ରାଫିକ୍ ପୋଲିସ ଚେକିଂ ସମୟରେ ଧରା ପଡ଼ିଲା ବାଇକ୍ ଲୁଟେରା ଗ୍ୟାଙ୍ଗ । ପାରାଦୀପ ଥାନା ପୋଲିସ ୨ ଗାଡ଼ି ଚୋରଙ୍କ ସହ ଚୋରି ଗାଡ଼ି କିଣୁଥିବା ଜଣେ ଗ୍ରାହକଙ୍କୁ ଗିରଫ କରିଛି । ଏରସମା ବ୍ଲକ ଓ ଏହାର ଆଖପାଖ ଅଞ୍ଚଳରୁ ୧୪ଟି ବାଇକକୁ ଜବତ କରିଛି ପାରାଦୀପ ଆଦର୍ଶ ଥାନା ପୋଲିସ ।

ଏହି ଗ୍ୟାଙ୍ଗ ପାରାଦୀପର ବଡ଼ ପଡ଼ିଆ ମାର୍କେଟ, ସମୁଦ୍ର ବେଳାଭୂମି, କେନ୍ଦ୍ରାପଡ଼ା, କାକଟପୁର ଓ ଜଗତସିଂହପୁର ଅଞ୍ଚଳର ଭିଡ଼ ସ୍ଥାନରୁ ବାଇକ୍ ଚୋରି କରି ବାଇକର ଇଞ୍ଜିନ୍ ଓ ଚେଚିସ୍ ନମ୍ବର ଲିଭାଇ ଏରସମା ଅଞ୍ଚଳରେ ବିକ୍ରୟ କରିଥାନ୍ତି ।

ଜବତ ବାଇକ୍ ମଧ୍ୟରୁ ୬ଟି ପାରାଦୀପ ଅଞ୍ଚଳର ହୋଇଥିବା ବେଳେ ଗୋଟିଏ ବାଇକ୍ କାକଟପୁର ଥାନା ଅଞ୍ଚଳର । ପୋଲିସ ଗିରଫ ୩ ଜଣଙ୍କୁ କୋର୍ଟ ଚାଲାଣ କରିଛି । ଗ୍ୟାଙ୍ଗରେ ସମ୍ପୃକ୍ତ ଥିବା ଅନ୍ୟମାନଙ୍କୁ ଖୁବଶୀଘ୍ର ଧରାଯିବ ବୋଲି କହିଛନ୍ତି ପାରାଦୀପ ଅତିରିକ୍ତ ଏସପି ନିମାଇଁ ଚରଣ ସେଠୀ ।

Leave A Reply

Your email address will not be published.