Latest Odisha News

BREAKING NEWS

ଜୟପୁରରେ ୩ ଦିନ ହେଲା ବୁଲୁଛି ଭାଲୁ, ଲୋକେ ଆତଙ୍କିତ

ଜୟପୁର: ଜୟପୁର ସହରରେ ଭାଲୁ ଆତଙ୍କ । ୩ ଦିନ ହେଲା ଗୋଟିଏ ଭାଲୁ ଜୟପୁର ରେଳ ଷ୍ଟେସନ ଅଞ୍ଚଳରେ ଘୁରୁ ବୁଲୁଛି । ଖବର ପ୍ରଚାର ପରେ ଜୟପୁର ବନଖଣ୍ଡର ଏକ ଟିମ ଭାଲୁକୁ ଖୋଜା ଖୋଜି କରୁଛନ୍ତି ।

ଗତକାଲି ଭାଲୁଟି ଜୟପୁର ବିମାନବନ୍ଦର ଅଞ୍ଚଳରେ ଦେଖା ଦେଇଥିଲା ଭାଲୁଟି । ଭାଲୁଟିକୁ ଧରି ଜଙ୍ଗଲରେ ଛାଡ଼ିବା ପାଇଁ ବନ ବିଭାଗ ନାଇଟ୍ ଅପରେସନ୍ ଆରମ୍ଭ କରିଛି । ନାଇଟ୍ ସର୍ଚ୍ଚ ଅପରେସନରେ ୩୦ ଜଣ ବନ କର୍ମଚାରୀ ସାମିଲ ହୋଇଛନ୍ତି । ଅନ୍ୟପଟେ ସନ୍ଧ୍ୟା ସମୟରେ ଏସବୁ ଅଞ୍ଚଳରେ ଲୋକ ନ ଯିବାକୁ ଡାକବାଜି ଯନ୍ତ୍ର ଯୋଗେ ସଚେତନ କରୁଛି ବନ ବିଭାଗ ।

Leave A Reply

Your email address will not be published.