Latest Odisha News

BREAKING NEWS

ପଣ୍ୟ ପରିବହନ କ୍ଷେତ୍ରରେ ଇତିହାସ ରଚିଲା ପାରାଦୀପ ବନ୍ଦର

ପାରାଦୀପ: ଭାରତରେ ପଣ୍ୟ ପରିବହନ କ୍ଷେତ୍ରରେ ଇତିହାସ ସୃଷ୍ଟି କରିଛି ପାରାଦୀପ ବନ୍ଦର। କାନଡଲାର ଦିନଦୟାଲ ବନ୍ଦରକୁ ପଛରେ ପକାଇ ପଣ୍ୟ ପରିବହନ ରେ ଏକ ନମ୍ବର ସ୍ଥାନ ହାସଲ କରିଛି ପାରାଦୀପ ବନ୍ଦର।

ଚଳିତ ଆର୍ଥିକ ବର୍ଷର ମାତ୍ର ୩ ମାସରେ ୨୫.୭୩ ମିଲିୟନ ମେଟ୍ରିକ ଟନ୍ ପଣ୍ୟ କାରବାର କରି ପାଇଛି ଏହି ସଫଳତା । କରୋନା ଯୋଗୁଁ ସବୁ କ୍ଷେତ୍ରରେ ମାନ୍ଦାବସ୍ଥା ଚାଲିଥିବା ବେଳେ ପାରାଦୀପ ବନ୍ଦରର ଏହି ସଫଳତା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସ୍ୱପ୍ନକୁକୁ ସାକାର କରିବାରେ ସଫଳ ହୋଇଛି। ବନ୍ଦର ଅଧ୍ୟକ୍ଷ ରିଙ୍କେଶ ରୟଙ୍କ ସଠିକ୍ ପରିଚାଳନା ଯୋଗୁଁ ବିଗତ ୩ ବର୍ଷ ଧରି ପାରାଦୀପ ବନ୍ଦର ଭାରତର ଦ୍ଵିତୀୟ ବୃହତ୍ତମ ବନ୍ଦରର ମାନ୍ୟତା ହାସଲ କରିଥିଲା।

ଏପରିକି ୨୪ ଘଣ୍ଟାରେ ୨୪ ଜାହାଜକୁ ପରିଚାଳନା କରି ପୂର୍ବରୁ ଇତିହାସ ସୃଷ୍ଟି କରିଥିଲା ପାରାଦୀପ ବନ୍ଦର। ବିଜୁବାବୁଙ୍କ ପ୍ରଚେଷ୍ଟା ରେ ୧୯୬୨ ମସିହାରେ ମାତ୍ର ଗୋଟିଏ ବର୍ଥ ରୁ ଆରମ୍ଭ ହୋଇଥିବା ପାରାଦୀପ ବନ୍ଦର ଆଜି ଭାରତର ଏକ ନମ୍ବର ମେଜର ପୋର୍ଟ ଭାବେ ନିଜର ସ୍ୱତନ୍ତ୍ର ପରିଚୟ ହାସଲ କରିବାରେ ସଫଳ ହୋଇଛି।

Comments are closed.