Latest Odisha News

ପାରିଜାତ

ପାରିଜାତ
ଶୁଭଶ୍ରୀ ମହାରଣା

ସରଗର ପାରିଜାତ ଚାହେଁ ନାହିଁ
ଚାହେଁ ନାହିଁ ଦୁର୍ମୂଲ୍ୟ ସମ୍ପତ୍ତି
ଚାହେଁ ନାହିଁ ଇନ୍ଦ୍ରଧନୁ ସାତରଙ୍ଗ
ଚାହେଁ ନାହିଁ ହୀରା ଲୀଳା ମୋତି।

ଚାହେଁ ଖାଲି ଟିକେ
ନିବିଡତା ଭରିଥିବ ପ୍ରେମ ପିଆସାରେ
ସେଥିରେ ମୁଁ ମିଶାଇବି ମୋ ଆତ୍ମୀୟତା
ଇତିହାସ ରଚିବ ଶେଷରେ ।

ଇତିହାସ ନହେଲେ ନହେବ
ସବୁଠାରୁ ଭଲ ବର୍ତ୍ତମାନ
ତୁମ ସ୍ନେହ ସୋହାଗ ମୋ ପାଇଁ
ଶାଶ୍ଵତ ସେ ସଦା ଚିରନ୍ତନ।

ଚିରନ୍ତନ ହେଉ ଏ ସମ୍ପର୍କ
ହୃଦୟରେ ବିଶ୍ବାସ ହିଁ ରହୁ ହୋଇ ପୂର୍ଣ୍ଣଚ୍ଛେଦ।

………………

ଓଡ଼ିଶା ସମ୍ବାଦର ସାହିତ୍ୟ ବିଭାଗକୁ ଲେଖାପଠାଇବାକୁ ଚାହୁଁଥିଲେ ତଳ ଆଇଡିରେ ମେଲ୍‍ କରନ୍ତୁ:
sahitya.odishasambad@gmail.com
(ଲେଖା ସହିତ ନିଜର ଏକ ଫଟୋ, ଜନ୍ମ ତାରିଖ, ମୋବାଇଲ ନମ୍ବର ପଠାଇବାକୁ ଭୁଲିବେନି)

Comments are closed.