Latest Odisha News

BREAKING NEWS

ପ୍ରଖ୍ୟାତ ହିନ୍ଦୀ ସିନେମା ନିର୍ଦ୍ଦେଶକ ପ୍ରଦୀପ ସରକାରଙ୍କର ପରଲୋକ; ଶୋକରେ ବୁଡ଼ିଲା ବଲିଉଡ୍

ମୁମ୍ବାଇ: ଆଜି ସକାଳୁ ସକାଳୁ ବିନ୍ଦି ସିନେମା ଜଗତକୁ ଏକ ବଡ଼ ଦୁଃଖଦ ଖବର ମିଳିଛି। ଫିଲ୍ମ ନିର୍ମାତା ପ୍ରଦୀପ ସରକାରଙ୍କର ପରଲୋକ ହୋଇଛି। ମାର୍ଚ୍ଚ ୨ ୪ ତାରିଖ ଭୋର ୩.୩୦ ମିନିଟ୍‌ ମସୟରେ ମାତ୍ର ୬୮ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ପ୍ରଦୀପ।

ଲୋକପ୍ରିୟ ଫିଲ୍ମ ନିର୍ମାତା ପ୍ରଦୀପଙ୍କର ପରିଣୀତା, ଲଗା ଚୁନରୀ ମେ ଦାଗ, ମର୍ଦାନୀ ଓ ହେଲିକପ୍ଟର ଈଲା ଭଲି ଫିଲ୍ମ ଖୁବ୍ ଲୋକପ୍ରିୟ। ମିଳିଥିବା ସୂଚନା ଅନୁସାରେ ପ୍ରଦୀପଙ୍କର ଶରୀରେ ପୋଟାସିୟମ ସ୍ତର ତଳକୁ ଖସିଯାଇଥିଲା। ଏଥିପାଇଁ ତାଙ୍କର ନିଦାନ ଚାଲିଥିଲା। ଆଜି ସକାଳେ ତାଙ୍କ ଦେହ ଅତି ଖରାପ ହୋଇଯିବାରୁ ତାଙ୍କୁ ଭୋର ୩ଟାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ପ୍ରାୟ ସାଢ଼େ ୩ଟା ବେଳେ ତାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଆଜି ଅପରାହ୍ଣ ୪ଟା ବେଳେ ମୁମ୍ବାଇର ଶାନ୍ତାକ୍ରୁଜ୍ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ସୂଚନା ମିଳିଛି।

ପ୍ରଦୀବଙ୍କ ବିୟୋଗରେ ବଲିଉଡ୍‌ରେ ଶୋକର ଛାୟା ଖେଳିଯାଇଛି। ଅଜୟ ଦେବଗନ, ହନ୍ସଲ ମେହେଟ୍ଟା, ମନୋଜ ବାଜପେୟୀ, କାଜୋଲ ଆଦି କଳାକାର ଦୁଃଖ ପ୍ରକାଶ କରି ଟ୍ୱିଟ୍ କରିଛନ୍ତି। ପ୍ରୀଦପ ଦାଦାଙ୍କ ବିୟୋଗକୁ ସହଜରେ ବିଶ୍ୱାସ କରିବାର କଷ୍ଟକର ହୋଇପଡୁଛି। ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଉଛି ବୋଲି ଅଜୟ ଦେବଗନ ଟ୍ୱିଟ୍ କରିଛନ୍ତି।

 

Leave A Reply

Your email address will not be published.