Latest Odisha News

BREAKING NEWS

ଦନ୍ତା ହାତୀକୁ ମାରି ଦାନ୍ତ ନେଇଗଲେ; ବର୍ଷକରେ କୁଳଡିହା ଅଭୟାରଣ୍ୟରେ ଗଲାଣି ୭ ହାତୀର ଜୀବନ

 ବାଲେଶ୍ୱର: ଦାନ୍ତ ପାଇଁ ପୁଣି ଦନ୍ତା ଶିକାର। ବାଲେଶ୍ୱର କୁଳଡିହାର କଳମଚତୁରୀ ଜଙ୍ଗଲରୁ ଏକ ହାତୀର ମୃତଦେହ ଠାବ କରାଯାଇଛି। ହାତୀକୁ ମାରି ଶିକାରୀ ଦାନ୍ତ ନେଇଯାଇଥିବା ଅଭିଯୋଗ ହୋଇଛି। ବନ ବିଭାଗ କର୍ମଚାରୀ ଗତକାଲି ପାଟ୍ରୋଲିଂ କରୁଥିବା ହାତୀର ମୃତଦେହ କଳମଚତୁରୀ ଜଙ୍ଗଲରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ପାଖକୁ ଯାଇ ଦେଖିଲା ବେଳକୁ ଜଣାପଡିଥିଲା ଯେ ହାତୀଟିକୁ ଶିକାର କରାଯାଇ ତାର ଦାନ୍ତକୁ କାଟି ନିଆଯାଇଛି।

ଏନେଇ ଡିଏଫ୍‌ଓ ଖୁସୱନ୍ତ ସିଂ କହିଛନ୍ତି, କୁଳଡିହାର କଳମଚତୁରୀ ଜଙ୍ଗଲରୁ ଏକ ହାତୀର ମୃତଦେହ ଠାବ ହୋଇଥିବା ମୁଁ ଖବର ପାଇଛି। ଘଟଣାର ତଦନ୍ତ ପରେ ପ୍ରକୃତ ସତ୍ୟାସତ ଜଣାପଡ଼ିବ ବୋଲି ସେ କହିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, କୁଳଡିହା ଅଭୟାରଣ୍ୟରେ ଗତ ବର୍ଷକ ଭିତରେ ୭ଟି ହାତୀର ଜୀବନ ଗଲାଣି। କେବଳ ପଞ୍ଚଲିଙ୍ଗେଶ୍ୱର ଫରେଷ୍ଟ ଅଞ୍ଚଳରେ ୫ ହାତୀର ମୃତ୍ୟୁ ହୋଇଥିବା ବେଳେ ହାତୀ ମୃତ୍ୟୁର କାରଣ ଜାଣିପାରୁ ନାହିଁ ବନବିଭାଗ। ତେଣୁ ବିଭାଗ ବନ୍ୟଯନ୍ତୁଙ୍କ ସୁରକ୍ଷା ନେଇ କେତେ ସଚେତନ ତାହା ଏହିଘଟଣାରୁ ଜଣାପଡ଼ିଛି।

Leave A Reply

Your email address will not be published.